ଶିକ୍ଷକ ରବିନ୍ଦ୍ରନାଥ ଦୀପ ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା
ସୁବର୍ଣ୍ଣପୁର –ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ବଡକର୍ଲ୍ଲେ ହାଇସ୍କୁଲରେ ଚାକିରୀରୁ ସେବା ନିବୃତ୍ତି ଯୋଗୁଁ ହିନ୍ଦୀ ଶିକ୍ଷକ ରବିନ୍ଦ୍ରନାଥ ଦୀପଙ୍କ ଉଦ୍ଦେଶ୍ୟରେ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ସ୍କୁଲର ପ୍ରଧାନଶିକ୍ଷକ ରମାକାନ୍ତ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିବା ସଭାରେ ମୁଖ୍ୟଅତିଥି ଭାବରେ ସ୍କୁଲର ପ୍ରତିଷ୍ଠାତା ସୁବଳ ଚନ୍ଦ୍ର ମାଝି, ମୁଖ୍ୟବକ୍ତା ଭାବରେ ସତଲମା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଓଡିଆ ଅଧ୍ୟାପକ ଲୋକବନ୍ଧୁ ପଧାନ, ସମ୍ମାନୀତ ଅତିଥି ଭାବରେ ମାୟାବର୍ହା ହାଇସ୍କୁଲର ପ୍ରଧାନଶିକ୍ଷକ ରବିଚନ୍ଦ୍ର ପଶାୟତ, ପୂର୍ବତନ କମିଟୀ ସଂପାଦକ ଘନଶ୍ୟାମ ସାହୁ, ସଭାପତି ପଦ୍ମନାଭ ପୂଜାରୀ, ଭୂମୀଦାନକର୍ତ୍ତା ରାଜେନ୍ଦ୍ର ଦାଶ,ପବିତ୍ର ମାଝୀ, ଶଙ୍କର୍ଷଣ ରଣା ପ୍ରମୁଖ ଯୋଗଦେଇ ଅବସରପ୍ରାପ୍ତ ଶିକ୍ଷକ ଶ୍ରୀ ଦୀପଙ୍କ ବିଦ୍ୟାଳୟ ପ୍ରତି ଥିବା ଦୀର୍ଘ ତିନି ଦଶନ୍ଧି ର ଉତ୍ସର୍ଗୀକୃତ ସେବା ବିଷୟରେ ଆଲୋକପାତ କରିଥିଲେ । ବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ପୁରାତନ ଛାତ୍ରଛାତ୍ରୀ ମଧ୍ୟ ନିଜର ପାଠପଢା ତଥା ସ୍କୁଲ ଜୀବନରେ ଶ୍ରୀଦୀପଙ୍କ ବିଶେଷତା ତଥା ସ୍ନେହଭରା ସଂପର୍କ ବିଷୟରେ ବର୍ଣ୍ଣନା କରିଥିଲେ । କାର୍ଯ୍ୟକ୍ରମକୁ ବରିଷ୍ଠ ଶିକ୍ଷକ ଗରୁଡ ଅଦାବର ସଂଯୋଜନା କରିଥିଲେ । ପଡୋଶୀ ସ୍କୁଲ ଶିକ୍ଷକ ବନ୍ଧୁ ତଥା ବଡକର୍ଲ୍ଲେ ସ୍କୁଲର ସମସ୍ତ ଶିକ୍ଷକ ଓ କର୍ମଚାରୀ, ପୂରାତନ ଛାତ୍ରଛାତ୍ରୀ ତଥା ଗ୍ରାମର ଶିକ୍ଷା ପ୍ରେମୀ ବୃନ୍ଦ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସହଯୋଗ କରିବା ସହିତ ବିଦାୟୀ ଶିକ୍ଷକ ଶ୍ରୀଦୀପଙ୍କୁ ସମ୍ମାନ ଜଣାଇ ସନ୍ଧ୍ୟା ସମୟରେ ଗ୍ରାମରେ ପରିକ୍ରମା କରାଇଥିଲେ ଓ ବରପାଲି ସ୍ଥିତ ନିଜର ବାସ ଭବନ ପର୍ଯ୍ୟନ୍ତ ପାଛୋଟି ନେଇଥିଲେ । ଶେଷରେ ଖେଳ ଶିକ୍ଷକ ରସିକ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ ।
ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର