July 1, 2025
Home » ଶିକ୍ଷାନୁଷ୍ଠାନର ଚତୁର୍ଥ ପ୍ରତିଷ୍ଠା ଦିବସ ପାଳିତ

ଶିକ୍ଷାନୁଷ୍ଠାନର ଚତୁର୍ଥ ପ୍ରତିଷ୍ଠା ଦିବସ ପାଳିତ

0
bra-school

ବ୍ରହ୍ମପୁର ଉପକଣ୍ଠ ତିହିସାର( ତ୍ରିବିକ୍ରମ ଇଷ୍ଟିଷ୍ଟୁଟ୍ ଅଫ ହେଲତ୍ ସାଇନ୍ସ ଏଣ୍ଡ ରିସର୍ଚ୍ଚ)ଅନୁଷ୍ଠାନର ଚତୁର୍ଥ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି।ଶନିବାର ଦିନ ଅନୁଷ୍ଠାନ ପରିସରରେ ନିର୍ଦ୍ଦେଶକ ଦେବାଶିଷ ନନ୍ଦଙ୍କ ତତ୍ତ୍ଵାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ବରିଷ୍ଠ ଚିକିତ୍ସକ ତଥା ପ୍ରାକ୍ତନ ଗଞ୍ଜାମ ଜିଲ୍ଲା ଚିକିତ୍ସାଧିକାରୀ ଡା. ସରୋଜ କୁମାର ମିଶ୍ର , ସମ୍ମାନିତ ଅତିଥି ଭାବେ ବରିଷ୍ଠ ଚିକିତ୍ସକ ଦୀପିକା କେଏନ ପାଢ଼ୀ, ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର ଅଧକ୍ଷା ଗାୟତ୍ରିକା ମହାନ୍ତି,ଅନୁଷ୍ଠାନର ସଦସ୍ୟ ଶୁଭ୍ରାଂଶୁ ପାଣିଗ୍ରାହୀ ପ୍ରମୁଖ ମଂଚାସୀନ ରହିଥିଲେ। ଅନୁଷ୍ଠାନର ଅଧକ୍ଷ ଶ୍ରୀମତୀ ମହାନ୍ତି ସ୍ବାଗତ ଭାଷଣ ପ୍ରଦାନ କରିବା ସହ ବାର୍ଷିକ ବିବରଣୀ ଉପରେ ଆଲୋକପାତ କରିଥିଲେ।

ଖୁବ କମ ସମୟ ମଧ୍ୟରେ ଅନୁଷ୍ଠାନର ଏପରି ବିକାଶ ଧାରା ଉପରେ ଅତିଥି ମାନେ ଖୁସି ବ୍ୟକ୍ତ କରିବା ସହ ସ୍ବାସ୍ଥ୍ୟ ଶିକ୍ଷା କ୍ଷେତ୍ରର ଆଗାମୀ ଦିନରେ ସହରରେ ଅଗ୍ରୀଣ ଅନୁଷ୍ଠାନ ହୋଇପାରିବା ନେଇ ଉପଦେଶ ଦେଇଥିଲେ।ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ କହିଥିଲେ, ବୃତ୍ତିଗତ ପାଠ୍ୟକ୍ରମ ସର୍ବଦା ନୂଆ ପରିଚୟ ଦେଇଥାଏ ଏହାକୁ ଯେଉଁମାନେ ଆପଣାଇଥନ୍ତି ସବୁବେଳେ ସେମାନେ ସମାଜ ପାଇଁ ନିଜ କାର୍ଯ୍ୟ ସମର୍ପଣ କରିଥାଆନ୍ତି ବୋଲି ମୂଖ୍ୟ ଅତିଥି କହିଥିଲେ।ଆସନ୍ତା ବର୍ଷଗୁଡ଼ିକରେ ଆମେ ଆମର ଗବେଷଣା ପରିବେଶକୁ ଶକ୍ତିଶାଳୀ କରିବା, ଶିକ୍ଷାରେ ଡିଜିଟାଲ୍ ଏକତ୍ରୀକରଣ ବଢ଼ାଇବା, କ୍ୟାମ୍ପସରେ ସମ୍ପୂର୍ଣ୍ଣ ପଡୁଆଳ ମୋନଭାବ ପଦ୍ଧତି ପ୍ରୋତ୍ସାହନ ଦେବା ଏବଂ ନିଶ୍ଚିତ କରିବା ଯେ ପ୍ରତ୍ୟେକ ଛାତ୍ର ଯେଉଁଠିକିଁ ଏହି ସଂସ୍ଥାନକୁ ପ୍ରବେଶ କରିଛନ୍ତି ସେମାନେ କେବଳ ଏକ ଡିଗ୍ରୀ ସହିତ ନୁହେଁ, ବରଂ ବିଶ୍ୱ ସମ୍ମୁଖୀନ ହେବା ପାଇଁ ଆତ୍ମବିଶ୍ୱାସ ସହିତ ବାହାରିଯିବେ ବୋଲି ନିର୍ଦ୍ଦେଶକ ଶ୍ରୀ ନନ୍ଦ କହିଥିଲେ।ଶେଷରେ ଅନୁଷ୍ଠାନର ଶିକ୍ଷୟତ୍ରୀ ଧନ୍ୟବାଦ ଅର୍ପଣ କରିଥିଲେ।

ବ୍ରହ୍ମପୁରରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ

Leave a Reply

Your email address will not be published. Required fields are marked *