November 29, 2026
Home » ଶିକ୍ଷାବର୍ଷ ଶେଷ ହେବାକୁ ବସିଲା, ମିଳିନି ୟୁନିଫର୍ମ ଟଙ୍କା

ଶିକ୍ଷାବର୍ଷ ଶେଷ ହେବାକୁ ବସିଲା, ମିଳିନି ୟୁନିଫର୍ମ ଟଙ୍କା

0
1637670097_tamil-nadu-scheme-creative-resized

ଋଣ କରି ପୋଷାକ ଯୋଗାଇ ଆର୍ଥିକ ସଙ୍କଟରେ ଏସ୍‌ଏଚ୍‌ଜି ଓ କ୍ଷୁଦ୍ର ଉଦ୍ୟୋଗୀ
ନବରଙ୍ଗପୁର,: ନବରଙ୍ଗପୁର ଜିଲ୍ଲାର ସରକାରୀ ବିଦ୍ୟାଳୟଗୁଡ଼ିକୁ ୟୁନିଫର୍ମ ଓ ହାଉସ୍ ୟୁନିଫର୍ମ ଯୋଗାଇଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି) ଏବଂ କ୍ଷୁଦ୍ର ଉଦ୍ୟୋଗୀମାନେ ଏଯାଏଁ ପ୍ରାପ୍ୟ ପାଇନାହାନ୍ତି। ଋଣ କରି କପଡ଼ା କିଣି, ପୋଷାକ ସିଲେଇ କରି ସମୟରେ ଯୋଗାଣ କରିଥିବାରୁ ସେମାନେ ଏବେ ଆର୍ଥିକ ସଙ୍କଟରେ ପଡ଼ିଛନ୍ତି।ସରକାରୀ ବ୍ୟବସ୍ଥା ଅନୁଯାୟୀ,ତା ୧୫-୦୫-୨୦୨୬ ରିଖ ରୁ ପ୍ରତି ଛାତ୍ରଛାତ୍ରୀଙ୍କ ଦୁଇ ହଳ ୟୁନିଫର୍ମ ପାଇଁ ୬୦୦ ଟଙ୍କା ଏବଂ ହାଉସ୍ ୟୁନିଫର୍ମ ପାଇଁ ୪୦୦ ଟଙ୍କା, ମୋଟ ୧,୦୦୦ ଟଙ୍କା ଦିଆଯିବାର ବ୍ୟବସ୍ଥା ରହିଛି। ହାଉସ୍ ୟୁନିଫର୍ମରେ ଟ୍ରାକ୍ ପ୍ୟାଣ୍ଟ୍, ଟି-ସାର୍ଟ, ମୋଜା, ବୁଟ୍, ପରିଚୟପତ୍ର ଓ ଟୋପି ରହିଛି।ଯୋଗାଣକାରୀମାନେ ନିଜ ପୁଞ୍ଜି ଓ ଋଣରେ ସାମଗ୍ରୀ କିଣି କାମ ସମ୍ପାଦନ କରିଥିଲେ। ଦୀର୍ଘ ତା ୨୯-୧୧-୨୦୨୬ ରିଖ (୭ ମାସ )ସମୟ ଧରି ଅର୍ଥ ନମିଳିବାରୁ ଋଣ ପରିଶୋଧ, ସୁଧ ଓ ଶ୍ରମିକଙ୍କ ମଜୁରି ଦେବା ସେମାନଙ୍କ ପାଇଁ କଷ୍ଟକର ହୋଇଛି।ପ୍ରାପ୍ୟ ପ୍ରଦାନରେ ବିଳମ୍ବ ପାଇଁ ଡିଜିଭଲ୍ (Digivault) ସଫ୍ଟୱେରର ଯାନ୍ତ୍ରିକ ସମସ୍ୟାକୁ ଦାୟୀ କରାଯାଉଛି। ଏହି ବ୍ୟବସ୍ଥାରେ ମୋଟ ଦେୟର ମାତ୍ର ୧୯ ପ୍ରତିଶତ ଦିଆଯାଇଥିବାବେଳେ ୮୧ ପ୍ରତିଶତ ଅର୍ଥ ଅଟକି ରହିଛି।ସମସ୍ୟାର ସମାଧାନ ପାଇଁ ଏବେ ଆଇଏଫ୍‌ଏମ୍‌ଏସ୍‌ (IFMS) ମାଧ୍ୟମରେ ଅର୍ଥ ପ୍ରଦାନର ବ୍ୟବସ୍ଥା କରାଯାଇଛି। ପ୍ରଥମେ ବିଦ୍ୟାଳୟ ଖାତାକୁ ଅର୍ଥ ପଠାଇ ପରେ ଚେକ୍‌ ମାଧ୍ୟମରେ ଯୋଗାଣକାରୀଙ୍କୁ ପ୍ରାପ୍ୟ ଦେବାର ଯୋଜନା ରହିଛି। ତେବେ ଜିଲ୍ଲାର କୌଣସି ବିଦ୍ୟାଳୟକୁ ଏଯାଏଁ ଅର୍ଥ ମିଳିନଥିବା ଯୋଗାଣକାରୀମାନେ ଅଭିଯୋଗ କରିଛନ୍ତି।ଅଟକିଥିବା ବିଲ୍‌ଗୁଡ଼ିକ ଯାଞ୍ଚ କରି ତୁରନ୍ତ ପ୍ରାପ୍ୟ ପ୍ରଦାନ କରିବାକୁ ଏସ୍‌ଏଚ୍‌ଜି ଓ କ୍ଷୁଦ୍ର ଉଦ୍ୟୋଗୀମାନେ ଜିଲ୍ଲା ପ୍ରଶାସନ ଏବଂ ଶିକ୍ଷା ବିଭାଗ ନିକଟରେ ଦାବି କରିଛନ୍ତି। ସମୟୋଚିତ ଅର୍ଥ ପ୍ରଦାନ ନହେଲେ ମହିଳା ସଶକ୍ତିକରଣ ଓ ସ୍ଥାନୀୟ ଉଦ୍ୟୋଗ ପ୍ରୋତ୍ସାହନର ଲକ୍ଷ୍ୟ ପ୍ରଭାବିତ ହେବ ବୋଲି ସେମାନେ କହିଛନ୍ତି।

Leave a Reply

Your email address will not be published. Required fields are marked *