January 31, 2026
Home » ଶିଳ୍ପ ପ୍ରତିଷ୍ଠାକୁ ନେଇ ଜନ ଶୁଣାଣି

ଶିଳ୍ପ ପ୍ରତିଷ୍ଠାକୁ ନେଇ ଜନ ଶୁଣାଣି

0
WhatsApp Image 2026-01-29 at 6.59.46 PM

କେନ୍ଦ୍ରାପଡ଼ା:ମହାକାଳପଡା ବ୍ଲକ ଯଦୁପୁର ପଂଚାୟତ କଳାଗଡ଼ଠାରେ ଶିଳ୍ପ ପ୍ରତିଷ୍ଠାକୁ ନେଇ ଆଜି ଜନ ଶୁଣାଣି ଅନୁଷ୍ଠିତ ହୋଇଯାଇଛି | ମଶାକଣୀ ବଡଦାଣ୍ଡ ପଡିଆଠାରେ ଅନୁଷ୍ଠିତ ଜନ ଶୁଣାଣିରେ ଜିଲ୍ଲାପାଳ ରଘୁରାମ ଆର ଆୟର, ଅତିରିକ୍ତ ଆରକ୍ଷୀ ଅଧିକାରୀ ସୁଧାକର ସାହୁ,ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ ) ରବୀନ୍ଦ୍ର କୁମାର ମାଲିକ, ଉପଜିଲ୍ଲାପାଳ ଅରୁଣ କୁମାର ନାୟକ, ମହାକାଳପଡା ବ୍ଲକ ଅଧ୍ୟକ୍ଷା ମୀରା ରାଣୀ ମହାନ୍ତି, ଯଦୁପୁର ସରପଞ୍ଚ ସଂଯୁକ୍ତା ଜେନା, କେନ୍ଦ୍ରାପଡ଼ା ଦାୟିତ୍ୱରେ ଥିବା ଇଡ଼କୋ ଜମି ଅଧିଗ୍ରହଣ ଅଧିକାରୀ ସ୍ମିତାଞ୍ଜଳି ଦାସ,ମହାକାଳପଡ଼ା ତହସିଲଦାର ରବିନାରାୟଣ ଆଚାର୍ଯ୍ୟ, ଦୀପାର ଆଫ୍ଟର କେର ରିଲେସନସିପ ଏକ୍ସପୋର୍ଟ ବଳରାମ ସାହୁ ସମେତ ଲାଇଫ ଏକାଡେମୀ ଅଫ ଭକେସନାଲ ଷ୍ଟଡ଼ି ର ସଂଯୋଜକ କୋର୍ଡିନେଟର ପ୍ରମୁଖ ଉପସ୍ଥିତ ଥିଲେ | କାର୍ଯ୍ୟକ୍ରମକୁ କେନ୍ଦ୍ରାପଡ଼ା ଦୀପା ଟିମ ଲିଡର ସୌଭାଗ୍ୟ ରଞ୍ଜନ ମଲ୍ଲୀକ ସଂଚାଳନା କରିଥିଲେ | ସୂଚନା ଯେ, କଳାଗଡ଼ ଗ୍ରାମର 543.351 ଏକର ବେସରକାରୀ ଜମି ଶିଳ୍ପ ପ୍ରତିଷ୍ଠା ନିମନ୍ତେ ଅଧିଗ୍ରହଣ ହେବ | ଲାଭ୍ସ, ଭୁବନେଶ୍ୱର ସର୍ବେକ୍ଷଣ ସଂସ୍ଥା ପକ୍ଷରୁ ସର୍ବେକ୍ଷଣ ସମୟରେ ଆସିଥିବା ଅଭିଯୋଗ ଏବଂ ପ୍ରସ୍ତାବ ସମ୍ପର୍କରେ ସୂଚନା ଦେଇଥିଲେ | ଆଜିର ଜନ ଶୁଣାଣିରେ ପ୍ରଭାବିତ ଲୋକ ଶିଳ୍ପ ପ୍ରତିଷ୍ଠାକୁ ସ୍ୱାଗତ କରିବା ସହିତ ପ୍ରତିବଦଳରେ ତାଙ୍କର କିଛି ଦାଵି ଉପସ୍ଥାପନ କରିଛନ୍ତି | ୱେଲସପୁନ ଲିଭିଂ ଲିମିଟେଡ଼ (ଟେକ୍ସଟାଇଲ ), ୱେଲସପୁନ ନିଉ ଏନର୍ଜି ଲିମିଟେଡ଼(ଗ୍ରୀନ ହାଡ୍ରୋଜେନ ଏବଂ ଆମୋନିଆ),ଆକମେ ଅକ୍ଷୟ ଏନର୍ଜି ପ୍ରାଇଭେଟ ଲିମିଟେଡ଼ (ଗ୍ରୀନ ହାଡ୍ରୋଜେନ ଲିମିଟେଡ଼) ଏବଂ କୈବଲ୍ୟ ଲଜିଷ୍ଟିକ ପ୍ରାଭେଟ ଲିମିଟେଡ଼ ପ୍ରମୁଖ ଶିଳ୍ପ ପ୍ରତିଷ୍ଠା ନିମନ୍ତେ ଅନୁମୋଦନ ପାଇସାରିଥିବା ବେଳେ, ଗୋଟିଏ ଶିଳ୍ପ ନିମନ୍ତେ ଚୂଡାନ୍ତ ନିଷ୍ପତି ରାଜଧାନୀ ଭୁବେନେଶ୍ୱର ହେବ ବୋଲି ସୂଚନା ରହିଛି |

Leave a Reply

Your email address will not be published. Required fields are marked *