February 9, 2026
Home » ଶିଳ୍ପଜନିତ ଆପାତକାଳୀନ ପ୍ରସ୍ତୁତି: ରାୟଗଡ଼ାରେ ସିବିଆରଏନ ଅଫ୍‌-ସାଇଟ୍ ମକ୍ ଡ୍ରିଲ୍

ଶିଳ୍ପଜନିତ ଆପାତକାଳୀନ ପ୍ରସ୍ତୁତି: ରାୟଗଡ଼ାରେ ସିବିଆରଏନ ଅଫ୍‌-ସାଇଟ୍ ମକ୍ ଡ୍ରିଲ୍

0
WhatsApp Image 2026-01-20 at 1.15.39 PM (1)

 

ରାୟଗଡ଼ା ଜିଲ୍ଲା ପ୍ରଶାସନଙ୍କ ନେତୃତ୍ୱରେ ଏବଂ ଏନଡିଆରଏଫ ୩ୟ ବ୍ୟାଟାଲିୟନ୍, ମୁଣ୍ଡଳୀ (କଟକ) ଓ ଜେକେ ପେପର ମିଲ୍ସର ସହଯୋଗରେ ଚାନ୍ଦିଲି ଥାନା ସମୀପସ୍ଥ ଟ୍ରକ୍ ପାର୍କିଂ ଏରିଆରେ ରାସାୟନିକ, ଜୀବୈଜ୍ଞାନିକ, ବିକିରଣ ଓ ପରମାଣବିକ ବିପର୍ଯ୍ୟୟ ପରିଚାଳନା ସମ୍ବନ୍ଧୀୟ ଏକ ଅଫ୍‌-ସାଇଟ୍ ଏମର୍ଜେନ୍ସି ମକ୍ ଡ୍ରିଲ୍ ସଫଳତାର ସହିତ ଅନୁଷ୍ଠିତ ହୋଇଛି।ଏହି ମକ୍ ଡ୍ରିଲ୍‌ର ପରିଦୃଶ୍ୟ ଥିଲା ଏକ ଟ୍ରକ୍‌ରେ ପରିବହନ କରାଯାଉଥିବା ଟନର୍‌ରୁ କ୍ଲୋରିନ୍ ଗ୍ୟାସ ଲିକେଜ୍।

ଏହାର ମୂଖ୍ୟ ଉଦ୍ଦେଶ୍ୟ ଥିଲା ଯେକୌଣସି ଶିଳ୍ପଜନିତ ରାସାୟନିକ ଦୁର୍ଘଟଣା ସମୟରେ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ, ତ୍ୱରିତ ପ୍ରତିକ୍ରିୟା, ଉଦ୍ଧାର କାର୍ଯ୍ୟ, ଚିକିତ୍ସା ସହାୟତା ଏବଂ ସାଧାରଣ ଲୋକଙ୍କ ସୁରକ୍ଷା ବ୍ୟବସ୍ଥାକୁ ପରୀକ୍ଷା କରିବା।ଏହି କାର୍ଯ୍ୟକ୍ରମରେ ଶ୍ରୀ ବିନୀତ ସଡଙ୍ଗୀ ସହାୟକ ନିର୍ଦ୍ଦେଶକ (ଫ୍ୟାକ୍ଟରୀ ଏବଂ ବଏଲର),ଡ. ପି.କେ. ସୁବୁଦ୍ଧି (ସିଡିଏମଓ),ଶ୍ରୀ ପ୍ରଭୁଦେବ ବେହେରା ଓ ଶ୍ରୀ ଜି.ସି. ଦାସ, ସହାୟକ ପରିବେଶ ବିଜ୍ଞାନୀ,ଶ୍ରୀ ସୁଧାଂଶୁ ଶେଖର ସହାୟକ କମାଣ୍ଡାଣ୍ଟ (ଏନଡିଆରଏଫ ୩ୟ ବ୍ୟାଟାଲିୟନ୍, ମୁଣ୍ଡଳୀ),ଶ୍ରୀ ଉତ୍ତମ କୁମାର ସାହୁ, ଆଇଆଇସି ଚାନ୍ଦିଲି ଥାନା,ଶ୍ରୀ ସନ୍ଦୀପ ପାଣ୍ଡେ ସାଧାରଣ ପ୍ରବନ୍ଧକ (ଏଚଆର ଏଣ୍ଡ ଆଇଆର),ଶ୍ରୀ ସତ୍ୟଜିତ ମହାନ୍ତି, ସାଧାରଣ ପ୍ରବନ୍ଧକ (ଇଏଚଏସ୍), ଶ୍ରୀ ସି.ଏସ୍.ଆର. ଅପ୍ପାରାଓ, ସାଧାରଣ ପ୍ରବନ୍ଧକ ଓ ସାଇଟ୍ ଇନସିଡେଣ୍ଟ ଇନ୍‌ଚାର୍ଜ (ଜେକେପିଏମ୍),ଶ୍ରୀ ଏସ.କେ. ଡାକୁଆ, ଡିଜିଏମ ଓ ହେଡ୍ କମ୍ବାଟ୍ ଟିମ୍, ଶ୍ରୀ ରାମରଞ୍ଜନ ବିଶ୍ୱାଳ, ବରିଷ୍ଠ ପ୍ରବନ୍ଧକ (ସେଫ୍ଟି),ଲେଫ୍ଟନାଣ୍ଟ ଉଦୟ ନାଏକ, ଏସୋସିଏଟ୍ ଏନସିସି (ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ),ଶ୍ରୀ କଳିଙ୍ଗ କୁମାର, ଆପାତକାଳୀନ ଅଧିକାରୀ ଓ ଉପଜିଲ୍ଲାପାଳ, ଶ୍ରୀ ଚିତ୍ତରଞ୍ଜନ ବେହେରା, ଉପନିର୍ଦ୍ଦେଶକ ଏବଂ ଶ୍ରୀ ବିଶ୍ବାସ ସହକାରୀ ତହସିଲଦାର ପ୍ରମୁଖ ଉପସ୍ଥିତ ଥିଲେ।ଡ୍ରିଲ୍ ସମୟରେ ଏନଡିଆରଏଫ, ପୋଲିସ, ସ୍ୱାସ୍ଥ୍ୟ, ଅଗ୍ନିଶମ ଓ ଶିଳ୍ପ ପ୍ରତିଷ୍ଠାନର ବିଭିନ୍ନ ଟିମ୍‌ମାନେ ସମନ୍ୱିତ ଭାବେ କାର୍ଯ୍ୟ କରି ଗ୍ୟାସ ଲିକେଜ୍ ନିୟନ୍ତ୍ରଣ, ଆହତଙ୍କ ଉଦ୍ଧାର ଓ ଚିକିତ୍ସା, ସହିତ ସାଧାରଣ ଲୋକଙ୍କ ସୁରକ୍ଷା ବ୍ୟବସ୍ଥାକୁ ସଫଳତାର ସହ ପ୍ରଦର୍ଶନ କରିଥିଲେ।ଏପରି ମକ୍ ଡ୍ରିଲ୍ ମାଧ୍ୟମରେ ଯେକୌଣସି ଆପାତକାଳୀନ ପରିସ୍ଥିତିକୁ ଦ୍ରୁତ ଓ ସଫଳ ଭାବେ ମୁକାବିଲା କରିବା ପାଇଁ ପ୍ରଶାସନ ଏବଂ ସମ୍ପୃକ୍ତ ସଂସ୍ଥାମାନଙ୍କର ପ୍ରସ୍ତୁତି ଆହୁରି ସୁଦୃଢ଼ ହେବ ବୋଲି ମତ ପ୍ରକାଶ ପାଇଛି।

ରିପୋର୍ଟ: ରାୟଗଡ଼ା ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *