ଶିଶୁ ସାହିତ୍ୟ ଆଲୋଚନା ଚକ୍ର ଓ କବିତା ପାଠୋତ୍ସବ

ଭୁବନେଶ୍ୱର: ସ୍ଥାନୀୟ ସଂସ୍କୃତି ଭବନ ସମ୍ମିଳନୀ କକ୍ଷରେ ଓଡିଶା ସାହ୍ୟି ଏକାଡେମୀ ପକ୍ଷରୁ ଶିଶୁ-କିଶୋର ସାହିତ୍ୟ ଏକାଡେମୀର ମିଳିତ ସହଯୋଗରେ ଦିନିକିଆ ଶିଶୁ ସାହିତ୍ୟ ଆଲୋଚନା ଚକ୍ର ଓ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା। ଉଦ୍ଘାଟନୀ ଅଧିବେଶନରେ ପଦ୍ମଶ୍ରୀ ଡ. ଦେବୀ ପ୍ରସନ୍ନ ପଟ୍ଟନାୟକ, ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଶ୍ରୀ ପ୍ରକାଶ ଚନ୍ଦ୍ର ମିଶ୍ର, ଶିଶୁ ସାହିତ୍ୟିକ ଡ. ମହେଶ୍ୱର ମହାନ୍ତି, ଶିଶୁ କିଶୋର ସାହିତ୍ୟ ଏକାଡେମୀ ସମ୍ପାଦକ ଶ୍ରୀ ବିରେନ୍ଦ୍ର ମହାନ୍ତି, ସଭାପତି ପ୍ରଫେସର ଦାସ ବେନୁହୂର, ସହ ସଚିବ ଶ୍ରୀ ସଞ୍ଜୟ କୁମାର ଛୁଆଳସିଂହ ଉପସ୍ଥିତ ଥିଲେ।
ସେହିପରି ଓଡିଆ ଭାଷା ସାହିତ୍ୟ ବିକାଶ କ୍ଷେତ୍ରରେ ଶିଶୁ ସାହିତ୍ୟର ଭୂମିକା ଡ. ଅରବିନ୍ଦ ପଟ୍ଟନାୟକ, ଡ. ନରେନ୍ଦ୍ର ପ୍ରସାଦ ଦାସ,ଡ. ମନିନ୍ଦ୍ରମହାନ୍ତି, ଡ. ଆଶୁତୋଷ ଦେବତା, ବସନ୍ତ କୁମାର ପଣ୍ଡା, ଇଂ ମାୟାଧର ସ୍ୱାଇଁ, ଡ.ଲକ୍ଷ୍ମୀଧର ଖୁଣ୍ଟିଆ, ଡ. ନମିତା ମହାନ୍ତି, ଡ. କମଳାକାନ୍ତ ଜେନା, ଶ୍ରୀ ଧନଞ୍ଜୟ ସ୍ୱାଇଁ ଓ ଉପସଭାପତି ମହେନ୍ଦ୍ର କୁମାର ମଲ୍ଲିକ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ। ସେହିପରି ଅପରାହ୍ନରେ ଆୟୋଜିତ ଶିଶୁ କବିତା ପାଠୋତ୍ସବରେ ପ୍ରଫେସର ଶଶିଭୂଷଣ ବିଶ୍ୱାଳ, ଡ. ଲିଙ୍ଗରାଜ ରଥ, ଶ୍ରୀମତୀ ହରପ୍ରିୟା ପଟ୍ଟନାୟକ, ଶ୍ରୀ ଶରତ କୁମାର ନାୟକ, ହରିହର ଶୁକ୍ଲ, ପ୍ରକାଶ ଚନ୍ଦ୍ର ଦାସ,ଡ ପ୍ରବୀଣା ପରିଡା, ଶ୍ରୀମତୀ ପ୍ରମିଳା ମିଶ୍ର, ଡ. ଶରତ କୁମାର ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ। ଓଡିଶା ସାହିତ୍ୟ ଏକାଡେମୀର ସଚିବ ଡ. ଚନ୍ଦ୍ରଶେଖର ହୋତା କାର୍ଯ୍ୟକ୍ରମର ପରିଚାଳନା କରିଥିଲେ।