July 6, 2025
Home » ଶିଶୁ ସୁରକ୍ଷା ବିଶେଷଜ୍ଞ କମିଟିର ଉପକାରାଗାର ପରିଦର୍ଶନ

ଶିଶୁ ସୁରକ୍ଷା ବିଶେଷଜ୍ଞ କମିଟିର ଉପକାରାଗାର ପରିଦର୍ଶନ

0
WhatsApp Image 2025-03-06 at 4.50.09 PM

ସୁବର୍ଣ୍ଣପୁର : ଶିଶୁ ସୁରକ୍ଷା ପାଇଁ ଗୃହ ବିଭାଗ ଓଡିଶା ସରକାରଙ୍କ ଦ୍ୱାରା ମନୋନୀତ ବିଶେଷଜ୍ଞ କମିଟି ଶିଶୁ ସୁରକ୍ଷା, ସୁବର୍ଣ୍ଣପୁର ତରଫରୁ ସୋନପୁର ଉପକାରାଗାର ପରିଦର୍ଶନ କରିଛନ୍ତି l ଜିଲ୍ଲା ଆଇନ ସେବା ପ୍ରାଧିକରଣ, ସୁବର୍ଣ୍ଣପୁର ର ସମ୍ପାଦିକା କୁମୁଦିନୀ ମୁଦୁଲିଙ୍କ ତତ୍ୱାବଧାନରେ କମିଟିର ସଦସ୍ୟ ପ୍ରଫେସର ନୀଳାମ୍ବର ଶତପଥୀ ଓ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗର ଆଇନ ଅଧିକାରୀ କେଶବ ଚନ୍ଦ୍ର ମେହେର ପ୍ରମୁଖ ଉପକାରାଗାର କୁ ଯାଇ ଅନ୍ତେବାସୀଙ୍କ ସହିତ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିବା ସହିତ କୌଣସି ମାମଲାରେ ଆଇନ ସହ ଦ୍ବନ୍ଦରେ ଥିବା ଶିଶୁ କରାଗରରେ ଥିବା ଅନ୍ୟ କଏଦୀ ଙ୍କ ସହିତ ରହୁଛନ୍ତି କି ନାହିଁ କମିଟି ପକ୍ଷରୁ ଯାଞ୍ଚ କରିଥିଲେ l କିନ୍ତୁ କୌଣସି ଶିଶୁ ଆଇନ ସହ ଦ୍ବନ୍ଦରେ ଥିବା ଶିଶୁ ପାଇ ନ ଥିଲେ l ଉକ୍ତ କାରାଗାରର ଅଧ୍ୟକ୍ଷ ଡିଲେଶ୍ୱର ଜେନା ପରିଦର୍ଶନ ସମୟରେ ସହଯୋଗ କରିଥିଲେ l

ରିପୋର୍ଟ – ଉଗ୍ରସେନ କର୍ମୀ ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *