October 16, 2024
Home » ଶିଶୁ ସୁରକ୍ଷା, ସାଇବର ନିରାପତ୍ତା ବିଷୟ ରେ ତାଲିମ ଅନୁଷ୍ଠିତ

ଶିଶୁ ସୁରକ୍ଷା, ସାଇବର ନିରାପତ୍ତା ବିଷୟ ରେ ତାଲିମ ଅନୁଷ୍ଠିତ

0

ସୁବର୍ଣ୍ଣପୁର ଜିଲ୍ଲା – ସୋନପୁର ବ୍ଲକ ଖଲିଆପାଲି ଭୀମ ଭୋଇ କଲ୍ୟାଣ ମଣ୍ଡପ ଠାରେ ରେଆର ସୋନପୁର ତରଫରୁ ଷ୍ଟିଚିଂ କିଣ୍ଡରପୋଷ୍ଟଜେଲ, ନେଦରଲାଣ୍ଡର ସହାୟତା ରେ ଖଲିଆପାଲି, ମୟୂରଉଡାଣ, ରେଙ୍ଗାଲି, ମଲ୍ଲିକମୁଣ୍ଡା ପଂଚାୟତ ର ଶିଶୁ ସଂଘ ର ସଦସ୍ୟ ମାନଙ୍କୁ ନେଇ ଶିଶୁ ଅଧିକାର, ଶିଶୁ ସୁରକ୍ଷା ଓ ସାଇବର ଅପରାଧ ବିଷୟରେ ଏକ ତାଲିମ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଅତିଥି ଭାବରେ ରେଆରର ସାଧାରଣ ସମ୍ପାଦକ ଅନଙ୍ଗ ନେଗୀ ଯୋଗ ଦେଇଥିଲେ l ତାଲିମଦାତା ଭାବରେ ସୁଦାମ ଗାଈଗରିଆ ଯୋଗ ଦେଇ ଚାରିଗୋଟି ଶିଶୁ ଅଧିକାର ବିଷୟରେ ଆଲୋଚନା କରିଥିଲେ l କାର୍ଯ୍ୟକ୍ରମ କୁ ଝରଣା ପଟ୍ଟନାୟକ ପରିଚାଳନା କରିଥିବା ବେଳେ ଧନୁର୍ଧର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *