August 26, 2025
Home » ଶ୍ରମିକ ମାନଙ୍କ ନିଆରା ପ୍ରତିବାଦ :ଭାର, ଡଲା, କୋଦାଳ ଧରି ବିକ୍ଷୋଭ କଲେ ଶ୍ରମିକ

ଶ୍ରମିକ ମାନଙ୍କ ନିଆରା ପ୍ରତିବାଦ :ଭାର, ଡଲା, କୋଦାଳ ଧରି ବିକ୍ଷୋଭ କଲେ ଶ୍ରମିକ

0
WhatsApp Image 2024-12-01 at 9.05.54 AM

ସୁବର୍ଣ୍ଣପୁର — ଏକ ନିଆରା ପ୍ରତିବାଦ ଦେଖିବାକୁ ମିଳିଥିଲା ଗତକାଲି ସୁବର୍ଣ୍ଣପୁର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଆଗରେ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଭାର, ଡଲା, କୋଦାଳ ଧରି ଧାରଣା ଦେଲେ ଓ ବିକ୍ଷୋଭ କଲେ ଶ୍ରମିକ। ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ବିଶିପଡ଼ା ଗ୍ରାମ ପଞ୍ଚାୟତର ଶ୍ରମିକ ମାନେ ଏଭଳି ଏକ ନିଆରା ଢଙ୍ଗରେ ପ୍ରତିବାଦ କରିଛନ୍ତି। ଯେଉଁଠି ଶ୍ରମିକଙ୍କ କାମ କରିବା ପୁରା ହକ ଥିବା ବଦଳରେ ସେଠାରେ ମେସିନ କରୁଛି କାମ। ଏଠି ଶ୍ରମିକମାନେ କାମ ମାଗି ଗଲେ ଦୂର ସ୍ଥାନକୁ କାମ କରିବାକୁ ଯିବାକୁ କହୁଛନ୍ତି ପଞ୍ଚାୟତ ର ଅଧିକାରୀ ବ। ଏହାର ପ୍ରତିବାଦରେ ଗତକାଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରିଛନ୍ତି ଏହି ପଞ୍ଚାୟତର ଶତାଧିକ ଶ୍ରମିକ l
ନିଆରା ଢଙ୍ଗରେ ବିକ୍ଷୋଭ କରି ଜିଲ୍ଲାପାଳ ଙ୍କୁ କାମ ମାଗିଲେ ଶ୍ରମିକ l ଶ୍ରମିକ ମାନେ ନିୟମ ଅନୁଯାୟୀ ସି ଫର୍ମ ମାଧ୍ୟମରେ କାମ ମାଗୁଛନ୍ତି ହେଲେ ସଂପୃକ୍ତ ପଞ୍ଚାୟତ ଅଧିକାରୀ ସରପଞ୍ଚଙ୍କ ଇଶାରାରେ ଶ୍ରମିକମାନଙ୍କୁ କାମ ଯୋଗାଇ ନ ଥିବା ଅଭିଯୋଗ କରିଛନ୍ତି ଶ୍ରମିକ ମାନେ ଏବଂ ମେସିନ ସାହାର୍ଯ୍ୟ ରେ କୋଟି କୋଟି ଟଙ୍କାର ମନରେଗା କାମ କରାଯାଉଥିବା ଅଭିଯୋଗ କରିଛନ୍ତି। ଏନେଇ ଉଲୁଣ୍ଡା ବିଡ଼ିଓଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ ହେଁ ଶୁଣୁ ନଥିବାରୁ ବାଧ୍ୟ ହୋଇ ଗତକାଲି କୋଡ଼ି,କୋଦାଳ ଓ ଡ଼ାଲା ସହ ଏକ ନିଆରା ପ୍ରତିବାଦ କରିଥିବା କହିଛନ୍ତି ଶ୍ରମିକମାନେ। ଏନେଇ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି ଏହି ଖଟିଖିଆ ଶ୍ରମିକ ମାନେ l

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *