ଶ୍ରମିକ ସଚେତନତା ରଥ କାର୍ଯ୍ୟକ୍ରମ
କନ୍ଧମାଳ ଜିଲ୍ଲା ଫୁଲବାଣୀ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରୁ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ଆନୁକୂଲ୍ୟରେ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ତରଫରୁ ତା ୧୦ .୨.୨୫ ଦିଗରେ ଶ୍ରମିକ ସଚେତନତା ରଥ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରାଯାଇଛି।ଏହି ଶ୍ରମିକ ସଚେତନତା ରଥ କୁ ଜିଲ୍ଲାପାଳ ଶ୍ରୀ ଅତ୍ମିତ ଋତୁରାଜ୍ ଙ୍କ ନିଦ୍ଦେଶ କ୍ରମେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ଜେନା, ଡେପୁଟି କଲେକ୍ଟର ଶ୍ରୀ ଅନୁପମ ଆଚାର୍ଯ୍ୟ,ଡିସିପିଓ ଶ୍ରୀମତୀ ରସ୍କୀତା କରଣ ଶୁଭାରମ୍ଭ କରିଛନ୍ତି।ଏହି ଶ୍ରମିକ ସଚେତନତା ରଥ ଦୀର୍ଘ ଏକମାସ ଧରି ଜିଲ୍ଲା ର କୋଣ ଅନୁକୋଣ ପରିଭ୍ରମଣ କରି ସରକାର ଙ୍କ ତରଫରୁ ଶ୍ରମିକ ମାନଙ୍କୁ ଦିଆଯାଉଥିବା ବିଭିନ୍ନ କଲ୍ୟାଣକାରୀ ଯୋଜନା, ପ୍ରବାସୀ ଶ୍ରମିକ ଆଇନ ଓ ଶିଶୁ ଶ୍ରମିକ ନିରୋଧ ଆଇନ ବିଷୟରେ ସଚେତନତା ସୃଷ୍ଟି କରିବ। ଶ୍ରମିକ ସଚେତନତା ରଥ ଶୁଭାରମ୍ଭ କାର୍ଯ୍ୟକ୍ରମରେ ଟି ଶ୍ରୀ ବିଶ୍ବ ରଞ୍ଜନ କହ୍ନର, ଶ୍ରମ ଅଧିକାରୀ କଲ୍ୟାଣ ଙ୍କ ( ଭାରପ୍ରାପ୍ତ) ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପରିଚାଳିତ ହୋଇଥିଲା।ଉକ୍ତ କାର୍ଯ୍ୟକ୍ରମ ରେ ପ୍ରଭାଗୀୟ ଶ୍ରମ ଆୟୁକ୍ତ ଶ୍ରୀ ତେଜ କୁମାର ଲାଗେ, ସହକାରୀ ଶ୍ରମ ଅଧିକାରୀ ଶ୍ରୀ ପ୍ରମୋଦ କୁମାର ଦେହୁରୀ,ଶ୍ରୀବିଭୁପ୍ରସାଦ ସ୍ବାଇଁ,ଗ୍ରାମିଣ ଶ୍ରମ ନୀରିକ୍ଷକ ହେମନ୍ତ କୁମାର ପଟ୍ଟା, କଲ୍ୟାଣ ସଂଯୋଜକ ଶ୍ରୀ କାହ୍ନୁଚରଣ ପ୍ରଧାନ,ବିଇଓ ସୋମ୍ୟରଞ୍ଜନ ଦାଶ, ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ର ସମସ୍ତ କର୍ମକର୍ତ୍ତା ଏବଂ ୟୁନିୟନର କର୍ମକର୍ତ୍ତା ଉପସ୍ଥିତ ଥିଲେ।
କନ୍ଧମାଳ ଜିଲ୍ଲା ଇ ପି ଏ ରୁ ପ୍ରମୋଦ କୁମାର ନାୟକ ଙ୍କ ରିପୋର୍ଟ
