ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଅଭିନବ ପ୍ରୟାସ = ଜଙ୍ଗଲ ପୋଡ଼ି କୁ ଛି ଛି

ଜଳବାୟୁ ପରିବର୍ତ୍ତନ ରେ ଜଙ୍ଗଲ ର ଭୂମିକା ଗୁରୁତ୍ଵପୂର୍ଣ୍ଣ ଅଟେ। ଏହି ଜଙ୍ଗଲ ପାଇଁ ଆମେ ବିଭିନ୍ନ ପ୍ରକାର ର ପ୍ରାକୃତିକ ବିପର୍ଯ୍ୟୟ ରୁ ରକ୍ଷା ପାଇ ଥାଉ। ଜଙ୍ଗଲ ର ବୃଦ୍ଧି ପାଇଁ ସରକାର ବିଭିନ୍ନ ସମୟରେ ପଦକ୍ଷେପ ନେଉଛନ୍ତି। ଏବେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଏହି ସମୟରେ ବିଭିନ୍ନ କଙ୍ଗଲ ରେ ଅଗ୍ନିକାଣ୍ଡ ଘଟି ବ୍ୟାପକ କ୍ଷତି ହେଇଛି। ଏହାର କାରଣ କଣ ? ବିଭିନ୍ନ ବୁଦ୍ଧିଜୀବୀ ଙ୍କ ସହ ଆଲୋଚନା ପରେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଏକ ଅଭିନବ ପ୍ରୟାସ ଜଙ୍ଗଲ ପୋଡ଼ି ପାଇଁ ଆରମ୍ଭ କରାଯାଇଛି। ଆଜି ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର କର୍ମକର୍ତ୍ତା କେନ୍ଦ୍ରାପଡ଼ା ଜିଲ୍ଲା ରୁ ଯାଇ ସୁଦୂର ନୟାଗଡ଼ ବନଖଣ୍ଡ ରେ ପହଞ୍ଚିଥିଲେ। ତାଙ୍କ ସହ ଟ୍ରଷ୍ଟ ର ନୟାଗଡ଼ ପ୍ରତିନିଧି ଓ କିଛି ଗୁରୁଜନ ବ୍ୟକ୍ତି ଭାଗ ନେଇଥିଲେ। ଏହାପରେ ବିଭିନ୍ନ ସ୍ଥାନ ରେ ସଚେତନତା ଅଭିଯାନ ଆରମ୍ଭ ହୋଇଥିଲା। ନୟାଗଡ଼ ଜିଲ୍ଲାର ଦୟାମୋଡା, ଧୂଳିଆ ମୋଡା, କାନଖାଇ, ଡ଼ୁବୁରୀ ମୁଣ୍ଡିଆ, ସିମିଳି ମୁଣ୍ଡିଆ, ଓ ସିମିଳି ପାହାଡ ଗୁଡ଼ିକ ରେ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା। ସେ ଅଞ୍ଚଳ ବାସୀଙ୍କୁ ସଚେତନ କରାଇବା ସହ ନିଆଁ ଲଗାଉଥିବା ଲୋକ ମାନଙ୍କୁ ଧିକାର କରାଯାଇଥିଲା। ବାର୍ତ୍ତା ଏହିପରି ଥିଲା କି ଜଙ୍ଗଲ ପୋଡ଼ାଳି ଙ୍କୁ ଛି ଛି। ଏହି କାର୍ଯ୍ୟକ୍ରମ କୁ କିଛି ସଧାରଣ ଜନତା ସମର୍ଥନ ଜଣାଇଥିଲେ ଏବଂ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର କର୍ମକର୍ତା ଙ୍କୁ ସୁନ୍ଦର ଚିନ୍ତାଧାରା ପାଇଁ ଧନ୍ୟବାଦ ଦେଇଥିଲେ। ଆଜି ର କାର୍ଯ୍ୟକ୍ରମ ରେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର ସଭାପତି ଶ୍ରୀଯୁକ୍ତ ଦମନ ମହାନ୍ତି, ଗୁରୁପ୍ରତିମ ଗୁରୁଜନ ଦାମୋଦର ସାହୁ, ଟ୍ରଷ୍ଟ ର ନୟାଗଡ଼ ଜିଲ୍ଲା ପ୍ରତିନିଧି ବୈକୁଣ୍ଠ ନାଥ ପ୍ରଧାନ, ନିଗମ ସାହୁ, ଅଭୟ ବେହେରା, କାଳନ୍ଦୀ ମଲ୍ଲିକ, ତପନ କୁମାର ନାଥ ଓ ଅଞ୍ଚଳବାସୀ ଉପସ୍ଥିତ ଥିଲେ।