ଶ୍ରୀ ମନ୍ଦିର ଆନନ୍ଦ ବଜାର କୁ ଶୃଙ୍ଖଳିତ କରାଯିବ
ଶ୍ରୀ ମନ୍ଦିର ଆନନ୍ଦ ବଜାର କୁ ଶୃଙ୍ଖଳିତ କରାଯିବ। ଆନନ୍ଦ ବଜାର ରେ ମହାପ୍ରସାଦ ଦର ତାଲିକା ଲାଗିବ। ଫଳରେ ମହାପ୍ରସାଦ କିଣୁଥିବା ଭକ୍ତ ମାନେ ଠକାମୀ ର ଶିକାର ହେବେ ନାହିଁ। ଉଚିତ୍ ମୂଲ୍ୟରେ ମହାପ୍ରସାଦ ପାଇବେ ଭକ୍ତ। କାର୍ତ୍ତିକ ମାସ ପରେ ଶ୍ରୀ ମନ୍ଦିର ଆନନ୍ଦ ବଜାର ରେ ମହାପ୍ରସାଦ ଦର ତାଲିକା ଲାଗିବ ବୋଲି ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଥିଲା। ହେଲେ କାର୍ତ୍ତିକ ମାସ ଶେଷ ହୋଇସାରିଥିବା ବେଳେ ଆନନ୍ଦ ବଜାର ରେ ମହାପ୍ରସାଦ ଦର ତାଲିକା ଆଜି ପର୍ଯ୍ୟନ୍ତ ଲାଗି ପାରିଲା ନାହିଁ। ଶ୍ରୀ ମନ୍ଦିର ରେ ଶୃଙ୍ଖଳା ଆଣିବା ପାଇଁ ଶ୍ରୀ ମନ୍ଦିର ପରିଚାଳନା କମିଟି ବୈଠକ ବସୁଛି। ବହୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଉଛି। ହେଲେ ଭକ୍ତ ଙ୍କ ସ୍ବାର୍ଥ କୁ କେହି ଗୁରୁତ୍ଵ ଦେଉନାହାନ୍ତି। ଗତ ଶୁକ୍ରବାର ବସିଥିବା ଶ୍ରୀ ମନ୍ଦିର ପରିଚାଳନା କମିଟି ବୈଠକ ରେ ମଧ୍ୟ ଆନନ୍ଦ ବଜାର ରେ ମହାପ୍ରସାଦ ଦର ତାଲିକା ଲାଗିବା ନେଇ କୌଣସି ନିଷ୍ପତ୍ତି ହେଲା ନାହିଁ। ଯାହାକି ଶ୍ରୀ ମନ୍ଦିର କୁ ଆସିଥିବା ଭକ୍ତ ଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି। ଆନନ୍ଦ ବଜାର ରେ ମହାପ୍ରସାଦ ର ପ୍ରକୃତ ମୂଲ୍ୟ ଠାରୁ ଅଧିକ ମୂଲ୍ୟ ନିଆଯାଉଥିବା ବେଳେ ଏହା ଉପରେ ଶ୍ରୀ ମନ୍ଦିର ପ୍ରଶାସନ ନିୟନ୍ତ୍ରଣ ନ କରିପାରିବା କୁ ନେଇ ଭକ୍ତ ଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ତୁରନ୍ତ ଆନନ୍ଦ ବଜାର ର ମହାପ୍ରସାଦ ର ଦର ତାଲିକା ଲଗାଇବା ପାଇଁ ଭକ୍ତ ଦାବି କରିଛନ୍ତି।

ଆନନ୍ଦ ବଜାର ରେ ବିଭିନ୍ନ ଆକାର ରେ କୁଡୁଆ ର ମହାପ୍ରସାଦ ଭିନ୍ନ ଭିନ୍ନ ଦର ରହିଚି। କେଉଁ କୁଡ଼ୁଆ କେତେ ମୂଲ୍ୟ ତାହା ଭକ୍ତ ମାନେ ଅବଗତ ନାହାନ୍ତି କି କୌଣସି ସୂଚନା ମଧ୍ୟ ନାହିଁ। ଫଳରେ ଅନେକ ସମୟ ରେ ଭକ୍ତ ମାନେ ପ୍ରକୃତ ମୂଲ୍ୟ ଜାଣିନପାରି ଅଧିକ ଟଙ୍କା ରେ କିଣୁଛନ୍ତି। କେତେବେଳେ ମହାପ୍ରସାଦ ଥାଳି ୧୦୦ ଟଙ୍କା ନେଉଛନ୍ତି ତ କେତେବେଳେ ୧୫୦ ରୁ ୨୦୦ ଟଙ୍କା ଯାଏ ମୂଲ୍ୟ ନେଉଛନ୍ତି। ପର୍ବ ପର୍ବାଣୀ ରେ ଚଢା ଦାମ ରେ ମହାପ୍ରସାଦ ବିକ୍ରି ହେଉଚି। ଏ ନେଇ ଆପତ୍ତି କଲେ ଭକ୍ତ ଙ୍କୁ ଦୁର୍ବ୍ୟବହାର ସମ୍ମୁଖୀନ ହେଉଛନ୍ତି। ଅନେକ ଅଣ ସେବାୟତ ଆନନ୍ଦ ବଜାର ରେ ଦଲାଲ ସାଜି ଚଢା ଦରରେ ମହାପ୍ରସାଦ ବିକ୍ରି କରୁଚନ୍ତି। ଏଣୁ ଭକ୍ତ ଙ୍କୁ ଠକାମୀ ରୁ ରକ୍ଷା ପାଇଁ ଆନନ୍ଦ ବଜାର ରେ ମହାପ୍ରସାଦ ମୂଲ୍ୟ ସୂଚୀ ଲଗାଇବାକୁ ଶ୍ରୀ ମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଥିଲା। ଏହାକୁ ଶୀଘ୍ର କାର୍ଯ୍ୟକାରୀ କରିବା ପାଇଁ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମଧ୍ୟ ଶ୍ରୀ ମନ୍ଦିର ପ୍ରଶାସନ କୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଏହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିଲା ନାହିଁ। ଗରିବ ଭକ୍ତ ଙ୍କୁ ମାଗଣା ରେ ଅଳ୍ପ ମହାପ୍ରସାଦ ବିତରଣ ନେଇ ସରକାର ଙ୍କ ଯୋଜନା ଥିବା ଆଇନମନ୍ତ୍ରୀ ଗଣମାଧ୍ୟମ ରେ ଅନେକ ଥର କହିଛନ୍ତି। ହେଲେ ଏହି ଯୋଜନା ମଧ୍ୟ ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିଲା ନାହିଁ। ଯାହାକୁ ନେଇ ଜଗନ୍ନାଥ୍ ପ୍ରେମୀ ଅସନ୍ତୋଷ ପ୍ରକାଶ କରିଛନ୍ତି।

ଶ୍ରୀ ମନ୍ଦିର କୁ ବାଲେଶ୍ଵର ରୁ ଆସିଥିବା ଜଣେ ଶ୍ରଦ୍ଧାଳୁ ପଞ୍ଚାନନ ମହାରଣା ନିଜ ପ୍ରତିକ୍ରିୟାରେ ରେ କହିଛନ୍ତି, ଆନନ୍ଦ ବଜାର ରେ ମହାପ୍ରସାଦ ଦର ତାଲିକା ନାହିଁ। ଯାହା ସେମାନେ କହୁଛନ୍ତି ଆମେ ସେହି ଦର ଦେଇ ମହାପ୍ରସାଦ କିଣିବାକୁ ପଡୁଛି । ମନଇଚ୍ଛା ଦର ରେ ମହାପ୍ରସାଦ ବିକ୍ରି ହେଉଚି। ଯଦି ଆନନ୍ଦ ବଜାର ରେ ମହାପ୍ରସାଦ ଦର ତାଲିକା ଲାଗି ପାରନ୍ତା ଭକ୍ତ ମାନେ ବହୁତ୍ ଉପକୃତ ହେବେ। ଉଚିତ୍ ମୂଲ୍ୟ ଜାଣିପାରିବେ। ଆଉ ଠକାମୀର ଶିକାର ହେବେ ନାହିଁ। ମହାପ୍ରସାଦ ଦର ତାଲିକା ଲାଗିବା ନେଇ ବାରମ୍ବାର ଘୋଷଣା ସତ୍ତ୍ୱେ ଏହାକୁ କାହିଁକି କାର୍ଯ୍ୟକାରୀ କରାଯାଉନାହିଁ ସେ ନେଇ ପ୍ରଶ୍ନ ଉଠୁଚି। ଏ ନେଇ ସରକାର ଶୀଘ୍ର ପଦକ୍ଷେପ ଗ୍ରହଣ କରିବା ଉଚିତ୍।
କଲିକତା ରୁ ଆସିଥିବା ଜଣେ ଶ୍ରଦ୍ଧାଳୁ ସତ୍ରଦୀପ ବାନାର୍ଜୀ ନିଜ ପ୍ରତିକ୍ରିୟାରେ କହିଛନ୍ତି, ଏବେ ଆମେ ଆନନ୍ଦ ବଜାର ରେ ବିଭିନ୍ନ ମହାପ୍ରସାଦକୁ ଭିନ୍ନ ଭିନ୍ନ ଦର ରେ କିଣିବାକୁ ପଡୁଛି। ମହାପ୍ରସାଦ ର ଦର ତାଲିକା ଲାଗିନାହିଁ। ଏହା ଲାଗିଲେ ବହୁତ ଭଲ ହେବ । ସମସ୍ତେ ବିଭିନ୍ନ ମହାପ୍ରସାଦ ର ଉଚିତ୍ ମୂଲ୍ୟ ବିଷୟରେ ଅବଗତ ହୋଇପାରିବେ। କାରଣ ପ୍ରକୃତ ଦର କଣ ରହିଚି ତାହା ଆମେ ଜାଣିପାରୁନୁ। ଦର ତାଲିକା ଲାଗିଲେ ସମସ୍ତେ ମୂଲ୍ୟ ନେଇ ଅବଗତ ହୋଇ ପାରିବେ। ସମସ୍ତ ଙ୍କ ପାଇଁ ଏହି ବ୍ୟବସ୍ଥା ଭଲ ହେବ ।
ପୁରୀ ବାସିନ୍ଦା ତଥା ଜଗନ୍ନାଥ ପ୍ରେମୀ ମନୋଜ ରଥ ନିଜ ପ୍ରତିକ୍ରିୟାରେ କହିଛନ୍ତି, ଆନନ୍ଦ ବଜାର ରେ ମହାପ୍ରସାଦ ଦର ତାଲିକା ଲାଗିବା ନେଇ ଆମେ ଅନେକ ଦିନରୁ ଶୁଣିବାକୁ ପାଉଛୁ। ହେଲେ ଦୁଃଖ ର କଥା ଏହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିଲା ନାହିଁ। ଅନେକ ବୈଠକ ବସୁଛି ହେଲେ ମହାପ୍ରସାଦ ଦର ତାଲିକା ଲାଗିବା ନେଇ କୌଣସି ନିଷ୍ପତ୍ତି ହୋଇପାରୁନି। ଲାଗୁଚି ଶ୍ରୀ ମନ୍ଦିର ପ୍ରଶାସନ ର ଏହା ଉପରେ ଗୁରୁତ୍ବ ନାହିଁ। ପ୍ରତ୍ୟେକ ଜଗନ୍ନାଥ୍ ଭକ୍ତ ମହାପ୍ରସାଦ ନେବା ପାଇଁ ଅନେକ ଆଶା ଥାଏ। ହେଲେ ଅନେକ ସମୟ ରେ ଚଢା ଦରରେ ମହାପ୍ରସାଦ ବିକ୍ରି ହେଉଛି। ଅନେକ ଗରିବ ଲୋକ ଅଭାବ ହେତୁ ମହାପ୍ରସାଦ ନେଉ ପାରୁନାହାନ୍ତି। ଏଣୁ ଭକ୍ତ ଙ୍କ ସ୍ବାର୍ଥ କୁ ପ୍ରଶାସନ ଗୁରୁତ୍ଵ ଦେଇ ଶୀଘ୍ର ମହାପ୍ରସାଦ ଦର ତାଲିକା ଆନନ୍ଦ ବଜାର ରେ ଲଗାଯାଉ। ସବୁ ବଡ ବଡ ଦେବାଳୟ ରେ ପ୍ରସାଦ ର ଦର ତାଲିକା ରହିଚି। ଶ୍ରୀ ମନ୍ଦିର ରେ ଏହା କାହିଁକି ଲାଗୁ ହେବ ନାହିଁ ? ମୁଁ ଭାବୁଛି ଏହା ଏକ ରାଜନୈତକ ଇଛା ଶକ୍ତି ର ଅଭାବ, ସରକାରୀ କଳର ଇଛା ଶକ୍ତି ର ଅଭାବ ରହିଛି। ଏଥି ରୁ ଉର୍ଦ୍ଧ ରେ ରହି ଭକ୍ତ ଙ୍କ ସୁବିଧା ପାଇଁ ଆନନ୍ଦ ବଜାର ରେ ମହାପ୍ରସାଦ ଦର ତାଲିକା ଲଗାଯିବା ଉଚିତ୍।
ଶ୍ରୀ ମନ୍ଦିର ସୁଆର ମହାସୁଆର ନିଯୋଗ ସମ୍ପାଦକ ନାରାୟଣ ମହାସୁଆର ନିଜ ପ୍ରତିକ୍ରିୟାରେ କହିଛନ୍ତି, କାର୍ତ୍ତିକ ମାସ ପରେ ମହାପ୍ରସାଦ ଦର ତାଲିକା ଦେବା ପାଈଁ ଆମେ ଶ୍ରୀ ମନ୍ଦିର ପ୍ରଶାସନ କୁ କହିଥିଲୁ। ତେବେ ବିଭିନ୍ନ ସାମଗ୍ରୀ ର ଦର ବୃଦ୍ଧି ହୋଇଥିବା ବେଳେ କୁଡ଼ୁଆ ର ଦରବୃଦ୍ଧି ହେବାର ଅଛି। କୁଡୁଆ ର ନୁଆ ଦର ଆସିବା ପରେ ଆଗାମୀ ୨୯ ତାରିଖ ରେ ଶ୍ରୀ ମନ୍ଦିର ସୁଆର ମହାସୁଆର ନିଯୋଗ ର ପରିଚାଳନା କମିଟି ବୈଠକ ରହିଚି। ସେହି ବୈଠକ ର ଦର ନିର୍ଧାରିତ କରାଯାଇ ଶ୍ରୀ ମନ୍ଦିର ପ୍ରଶାସନ କୁ ପ୍ରଦାନ କରାଯିବ। ଏବେବି ୧୦୦ ରୁ ୧୫୦ ଟଙ୍କା ମହାପ୍ରସାଦ ଥାଳି ବିକ୍ରି ହେଉଚି। ଅଧିକ ମୂଲ୍ୟ ନିଆଯାଉନି। ତେବେ ଆନନ୍ଦ ବଜାର ରେ ମହାପ୍ରସାଦ ଦର ତାଲିକା ଲାଗିଲେ ପର୍ବ ପର୍ବାଣୀ ରେ ଯେଉଁ ଚଢା ଦରରେ ମହାପ୍ରସାଦ କୁ କିଛି ଅଣ ସେବାୟତ ବିକ୍ରି କରୁଛନ୍ତି ତାହା ଆଉ ହେବ ନାହିଁ। ଲୋକ ମାନେ ପ୍ରକୃତ ମୂଲ୍ୟ ଜାଣିପାରିବେ। ଆମେ ପ୍ରତ୍ୟେକ ଭିନ୍ନ ଭିନ୍ନ କୁଡ଼ୁଆ କୁ ନେଇ ଦର ନିର୍ଧାରିତ କରି ଦର ତାଲିକା ରେ ଲଗାଇବୁ। ତେବେ ଏହା ଶୀଘ୍ର ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ କାର୍ଯ୍ୟକାରି ହେବ ବୋଲି ଆମେ ଆଶା ରଖୁଛୁ।
ଶ୍ରୀ ମନ୍ଦିର ପରିଚାଳନା କମିଟି ସଦସ୍ୟ ଜଗନ୍ନାଥ୍ ପୂଜାପଣ୍ଡା ସାମନ୍ତ ନିଜ ପ୍ରତିକ୍ରିୟାରେ କହିଛନ୍ତି, ମହାପ୍ରସାଦ ଦର ତାଲିକା ଏକ ଗୁରୁତ୍ବପୁର୍ଣ କଥା। ମହାପ୍ରସାଦ ର ସାମଗ୍ରୀ ବଜାର ରେ ବିଭିନ୍ନ ସମୟ ରେ ଭିନ୍ନ ଭିନ ମୂଲ୍ୟ ରହୁଚି। ଏଣୁ ସବୁ ଦିଗକୁ ତର୍ଜମା କରାଯାଇ କିଭଳି ଦର ତାଲିକା ରହିବ ସେ ନେଇ ଆମକୁ ନିଷ୍ପତ୍ତି ନେବାକୁ ପଡ଼ିବ। ତେବେ ପୂର୍ବରୁ ମଧ୍ୟ ଦର ତାଲିକା ଲାଗିବା ନେଇ ଆଲୋଚାନା ହୋଇଥିଲା। ହେଲେ କିଛି ନିଷ୍ପତ୍ତି ହୋଇନାହିଁ । ତେବେ ଆଗାମୀ ଦିନରେ ଏ ନେଇ ଆଲୋଚୋନା କରାଯାଇ କିଭଳି ଏହାକୁ ଲାଗୁ କରାଯିବ ସେ ନେଇ ନିଷ୍ପତ୍ତି ଗ୍ରହଣ କରାଯିବ।
