ଶ୍ରୀ ରାମେଶ୍ବର ଶୈବ ପୀଠ ଠାରେ 35 ତମ ସାମୁହିକ ବ୍ରତ ପନୋୟୋନ ଉତ୍ସବ ପାଳିତ l

ସୁବର୍ଣ୍ଣପୁର — ପବିତ୍ର ମହା ଶିବରାତ୍ରୀ ଅବସରରେ ଦ୍ୱିତୀୟ ବାରାଣସୀ କୁହାଯାଉଥିବା ସୋନପୁରର ପ୍ରସିଦ୍ଧ ଶ୍ରୀ ରାମେଶ୍ବର ଶୈବପୀଠ ଠାରେ ଆଜି ଏକ ସାମୂହିକ ବ୍ରତୋପନୟନ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଦୀର୍ଘ 35 ବର୍ଷ ଧରି ପାଳିତ ହୋଇ ଆସୁଥିବା ଏହି ଉତ୍ସବର ସମସ୍ତ ଆୟୋଜନ ଓ ତଦାରଖର ଦାୟିତ୍ୱ ସୋନପୁରର ବିଶିଷ୍ଟ ସମାଜସେବୀ ଶ୍ରୀବତ୍ସ ମଲ୍ଲିକ ଓ ତାଙ୍କ ଧର୍ମ ପତ୍ନୀ ମୈଥିଳୀ ମଲ୍ଲିକ ନେଇ ଆସୁଛନ୍ତି। ପ୍ରତିବର୍ଷ ବିଭିନ୍ନ ଅଞ୍ଚଳର 10/11 ଜଣ ଗରିବ ବ୍ରାହ୍ମଣ ପରିବାରର ପିଲାମାନଙ୍କୁ ମାଗଣାରେ ବ୍ରତ କରାଯାଉଥିବା ବେଳେ ଏ ବର୍ଷ 2025 ରେ 12 ଜଣ ବାଳକଙ୍କୁ ସାମୂହିକ ବ୍ରତ କରାଯାଇଛି। ପୁରୀ ଶ୍ରୀ ରାମଜୀ ମଠ ର ମହନ୍ତ ବଂଶୀଧର ଦାଶ ଜୀ ମହାରାଜ ଯୋଗଦେଇ ଏହି ବାଳବ୍ରହ୍ମଚାରୀଙ୍କୁ ଶୁଭେଚ୍ଛା ଓ ଆଶୀର୍ବାଦ ପ୍ରଦାନ କରି ‘ନିଃସହାୟ ବ୍ରାହ୍ମଣ ପିଲାମାନଙ୍କ ସାମୂହିକ ବ୍ରତ ପାଳନ ହିଁ ଅସଲ ମାନବୀୟ ଧର୍ମ ବୋଲି ମତ ରଖି ଏହି ଉତ୍ସବର ଆୟୋଜକ ଶ୍ରୀ ମଲ୍ଲିକଙ୍କ ବଦାନ୍ୟତା ଓ ମହାନତାକୁ ପ୍ରଶଂସା କରିଥିଲେ ।
ଓଡ଼ିଶା ହାଇକୋର୍ଟ ର ପ୍ରାକ୍ତନ ବିଚାରପତି ଶ୍ରୀ ଚିତ୍ତ ରଞ୍ଜନ ଦାଶ , ମୁଖ୍ୟ ଜିଲ୍ଲା ଯୋଗାଣ ଅଧିକାରୀ ନିରଜ ରଞ୍ଜନ ଦାଶ , ଅଗ୍ନିଶମ ବାହିନୀ ଅଧିକାରୀ, ନୂତନ ଭାରପ୍ରାପ୍ତ ଥାନା ଅଧିକାରୀ ଙ୍କ ସମେତ ସହର ତଥା ଜିଲ୍ଲା ର ବହୁ ବୁଦ୍ଧିଜୀବୀ, ସାମ୍ବାଦିକ, ସମାଜସେବୀ ଓ ହଜାର ହଜାର ଭକ୍ତ ଶ୍ରଦ୍ଧାଳୁ ଏଠାରେ ଯୋଗଦାନ କରି ବାଳ ବ୍ରହ୍ମଚାରୀମାନଙ୍କୁ ଆଶୀର୍ବାଦ କରି ସାମୁହିକ ପ୍ରସାଦ ସେବନ କରିଥିଲେ। ପଣ୍ତିତ ବେଦ ବ୍ୟାସ ମିଶ୍ର, କାଳୀ ଚରଣ ମିଶ୍ର, ଆଶିଷ କୁମାର ମିଶ୍ର, ରାମା ନୂଜ ପୁଝାରୀ, ଆନନ୍ଦ ପୁଜାରୀ, ବିଦେଶୀ ବାବୁ, ବାସୁଦେବ ଶତପଥି, ନୀଳମଣି ଓତା, ଟଙ୍କଧର ମିଶ୍ର, ରାଧେଶ୍ୟାମ ପୁରୋହିତ ପ୍ରମୂଖ ପଣ୍ଡିତ ଏହି ବ୍ରତୋପନୟନ ଯଜ୍ଞ ର ଦାୟିତ୍ବ ତୁଲାଇ ଥିବା ବେଳେ ନାରାୟଣପୁର ର ରୋହନ ଶତପଥି, ରୋସନ ଶତପଥି, ରାୟପାଲି ବିନିକା ର ସମୀର ମିଶ୍ର, ଧନୁପାଲି ସମ୍ବଲପୁର ର ଚନ୍ଦନ ମିଶ୍ର, ବୁର୍ଲା ର ରୁଦ୍ର ନାରାୟଣ ମିଶ୍ର, ପଥରଟେକା ତରଭା ର ଶ୍ରୀତମ ମିଶ୍ର, ସାହାଜ୍ବାହାଲ ବଲାଙ୍ଗିର ର ପ୍ରିୟ ବ୍ରତ ପାଣିଗ୍ରାହୀ , ତରଭା ର ରଞ୍ଜିତ ପଣ୍ଡା, ବଲାଙ୍ଗିର ର ଦିଲ୍ଲୀପ କୁମାର ଷଡଙ୍ଗୀ ଓ ରାମେଶ୍ବର କର, ଲୋଇସିଂହା ର ଆଶିଷ ତିୱାରୀ ଓ ସଇଁତଳା ର ଆନନ୍ଦ ତିୱାରୀ ପ୍ରମୁଖ 12 ଜଣ ବ୍ରାହ୍ମଣ ବ୍ରତ ଧାରୀ ଏହି ଯଜ୍ଞ ଉତ୍ସବ ରେ ସାମିଲ ରହିଥିବା ବିଷୟ ଆୟୋଜକ ଶ୍ରୀବତ୍ସ ମଲ୍ଲିକ ମତ ରଖିଥିଲେ l ଏହି କାର୍ଯ୍ୟକ୍ରମ ତଥା ଅତିଥି ସେବା ରେ ସମାଜ ସେବୀ ବୈକୁଣ୍ଠ ଶତପଥି, ମନୋରଞ୍ଜନ ତ୍ରୀପାଠୀ , ସଞ୍ଜୟ ସାହୁ, ଜୟ କୁମାର ମହଲା, ପ୍ରହଲ୍ଲାଦ ମଲ୍ଲିକ, ସାମ୍ୱାଦିକ ରଞ୍ଜନ ବାରିକ, କୋଶଳ ଆବାସିକ ବିଦ୍ୟାଳୟ ର ଛାତ୍ର ପ୍ରମୁଖ ସହଯୋଗ କରିଥିଲେ l
ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର