August 21, 2026
Home » ଶ୍ରୀ ଶ୍ରୀ ବଡ଼ମା’ଙ୍କ ୧୩୩ ତମ ଶୁଭ ଆବିର୍ଭାବ ଉତ୍ସବ ପାଳିତ

ଶ୍ରୀ ଶ୍ରୀ ବଡ଼ମା’ଙ୍କ ୧୩୩ ତମ ଶୁଭ ଆବିର୍ଭାବ ଉତ୍ସବ ପାଳିତ

0
WhatsApp Image 2026-07-31 at 10.10.17 PM

 

ଆୟୋଜିତ ରକ୍ତଦାନ ଶିବିରରେ ୧୮ଟି ୟୁନିଟ୍ ରକ୍ତ ସଂଗ୍ରହ

ସମର୍ପିତ ନାରୀଜୀବନର ପୂର୍ଣ୍ଣ ପ୍ରତିଫଳନ ଜଗଜ୍ଜନନୀ ଶ୍ରୀ ଶ୍ରୀ ବଡମାଙ୍କ ୧୩୩ତମ ଜନ୍ମଦିବସ ୩୧ ଜୁଲାଇ, ୨୦୨୬ ତାରିଖ ଶୁକ୍ରବାର ଦିନ ସତସଙ୍ଗ ବିହାର, ରାୟଗଡ଼ା ମନ୍ଦିର ପ୍ରାଙ୍ଗଣରେ ଆଡମ୍ବରରେ ପାଳିତ ହୋଇଥିଲା। ପ୍ରମୁଖ କାର୍ଯ୍ୟକ୍ରମ ମଧ୍ୟରେ ସକାଳ ବେଦ ମାଙ୍ଗଳିକ, ନହବତ “ଉଷା କୀର୍ତ୍ତନ” (ପ୍ରତ୍ୟୁଷରେ ଭଜନ-ଗୀତ ଏବଂ ଦିବ୍ୟ ଉପସ୍ଥିତିକୁ ଆହ୍ବାନ କରିବା ପାଇଁ କୀର୍ତ୍ତନ) ଏବଂ ପ୍ରାତଃକାଳୀନ ବିନତି ,ପ୍ରାର୍ଥନା (ସକାଳ ଏବଂ ସନ୍ଧ୍ୟା ପ୍ରାର୍ଥନା) ହୋଇଥିଲା। ଏହି ବିଶେଷ ଦିନଟି ସତସଙ୍ଗ ପରମ୍ପରାରେ ଦିବ୍ୟ ମାତାଙ୍କ ଜନ୍ମଦିବସକୁ ଭକ୍ତି ଏବଂ ପ୍ରାର୍ଥନା ସହିତ ପାଳନ କରିବା ପାଇଁ ଶ୍ରଦ୍ଧାଷ୍ପଦ ଗୁରୁଭାଇ ଏବଂ ମଆ ମାନେ ସତସଙ୍ଗ ବିହାରରେ ଏକତ୍ରିତ ହୋଇଥିଲେ।
“ବନ୍ଦେ ପୁରୁଷୋତ୍ତମମ୍” ଆଧ୍ୟାତ୍ମିକ ସ୍ଲୋଗାନ ଦ୍ୱାରା ଅନୁପ୍ରାଣିତ ହୋଇ ସତସଙ୍ଗ ଆଶ୍ରମରେ ମୁଖ୍ୟ ଉତ୍ସବ ଅନୁଷ୍ଠିତ ହୋଇଥିଲା।ଅପରାହ୍ନ ସମୟରେ ମହିଳାମାନଙ୍କ ଆଧ୍ୟାତ୍ମିକ ପ୍ରଗତି ଉପରେ କେନ୍ଦ୍ରିତ “ମାତୃ ସମ୍ମିଳନୀ” କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହା ପରେ ସାନ୍ଧ୍ୟକାଳୀନ ବିନତି ସହ ସମାପନ ହୋଇଥିଲା।


ପୂଜ୍ୟା ବଡମାଙ୍କ ୧୩୩ତମ ଜନ୍ମଦିବସ ଅବସରରେ ଓଡ଼ିଶା ରକ୍ତଦାତା ସଂଗଠନ ମହାସଂଘ ଓ ସତସଙ୍ଗ ବ୍ଲଡ ଡନର ଫେମିଲି ମିଳିତ ପ୍ରୟାସରେ ପ୍ରଥମଥର ପାଇଁ ଅନୁଷ୍ଠିତ ଏକ ରକ୍ତଦାନ ଶିବିରରେ ୧୮ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା। ଏହାକୁ ଓଡ଼ିଶା ରକ୍ତଦାତା ସଂଗଠନ ମହାସଂଘର ରାଜ୍ୟ ସଂଯୋଜକ ରାଜେଶ କୁମାର ପଣ୍ଡା ଆୟୋଜନ କରିଥିବା ବେଳେ ରାଜ୍ୟ ସଦସ୍ୟ ବୋଗିଲି ରାଜେଶ କୁମାର ପରିଚାଳନା କରିଥିଲେ। ଆଜିର ରକ୍ତଦାନ ଶିବିର କାର୍ଯ୍ୟକ୍ରମକୁ ସତସଙ୍ଗ ବ୍ଲଡ ଡନର ଫେମିଲି ତରଫରୁ ଗୀତଚାନ୍ଦ ମିଶ୍ର ଓ ସଦସ୍ୟ ବୃନ୍ଦ ସହଯୋଗ କରିଥିଲେ। ଦ୍ୱିପହର ଓ ରାତ୍ରରେ ବ୍ୟବସ୍ଥିତ ଆନନ୍ଦବଜାରରେ ଆସିଥିବା ସମସ୍ତ ମାଆ ଓ ଗୁରୁଭାଇମାନେ ଭୋଜନ କରିଥିଲେ।

ରିପୋର୍ଟ: ରାୟଗଡ଼ା ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *

You may have missed

ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଭୁବନେଶ୍ୱର-ତା.୨୦.୦୮.୨୦୨୬ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୨.୦୯.୨୦୨୬ ରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ/ ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା-ଫୌଜଦାରୀ (ସାଲିସ୍‌ ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍‌ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । କେବଳ ବିଚାରାଧିନ ମାମଲା ନୁହେଁ, ଅଦାଲତରେ ମାମଲା ଦାୟର ହୋଇ ନଥାଇ ମଧ୍ୟ ପ୍ରାକ୍‌ ମୋକଦ୍ଦମାସ୍ତରୀୟ ବିବାଦ ଯଥା-ବାଙ୍କ ଋଣ ଅନାଦେୟ, ଟେଲିଫୋନ୍‌, ବିଦ୍ୟୁତ, ପାନୀୟ ଜଳ ବିଲ୍‌ ଅନାଦେୟ ମାମଲା ଗୁଡିକର ମଧ୍ୟ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଆପୋଷ ସହମତି ଭିତ୍ତିରେ ସମାଧାନ ହୋଇପାରିବ । ଉକ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ତଥା ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲାର ସମାଧାନ ଲୋକ ଅଦାଲତରେ ହୋଇଥାଏ ତେବେ ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଏଣୁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଓ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ଓ ସବିଶେଷ ବିବରଣୀୟ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର କିମ୍ବା ନିକଟସ୍ଥ ଅଦାଲତ ପରିସରରେ ଥିବା ଆଇନ ସେବା କମିଟି/ ଅଦାଲତଙ୍କ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।