ଶ୍ରୀ ଶ୍ରୀ ଶ୍ରୀ ରାଧାକୃଷ୍ଣ ମନ୍ଦିରର ଦଶମ ବାର୍ଷିକୋତ୍ସବ

ବ୍ରହ୍ମପୁର: ତୁଳସୀ ନଗର ସପ୍ତମ ଲାଇନ୍ ଠାରେ ସ୍ଥାପିତ ହୋଇଥିବା ଶ୍ରୀ ଶ୍ରୀ ଶ୍ରୀ ରାଧାକୃଷ୍ଣ ମନ୍ଦିରର ଦଶମ ବାର୍ଷିକୋତ୍ସବ ଶନିବାର ଦିନ ଅନୁଷ୍ଠିତ ହୋଇଛି। ତୁଳସୀ ନଗର ରାଧାକୃଷ୍ଣ ବଣିକ ସଂଘ ଓ ଫ୍ରେଣ୍ଟ୍ସ୍ ଫର୍ଏଭର୍ ଦ୍ଵାରା ଆୟୋଜିତ ଏହି ବାର୍ଷିକୋତ୍ସବ ଅବସରରେ ଉକ୍ତ ପୂଜା ଉତ୍ସବରେ ଅଞ୍ଚଳର ହଜାର ହଜାର ସଂଖ୍ୟାରେ ଜନ ସାଧାରଣ ମାନେ ଯୋଗଦାନ କରି ରାଧକୃଷ୍ଣଙ୍କ କୃପାଶୀର୍ବାଦ ଲାଭ କରିବା ସହ ସାମୁହିକ ପ୍ରସାଦ ସେବନ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ।
ବଣିକ ସଂଘ ସଭାପତି ତଥା ବ୍ରହ୍ମପୁର ଅର୍ବାନ୍ କୋ ଅପରେଟିଭ ବ୍ୟାଙ୍କ୍ ସଭାପତି ଶ୍ରୀ ଆର୍. ମୂରଲୀ, ମୋହନ ଓ ଆର୍ ପାୱବନି ଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ରୂପେ ପୂର୍ବତନ ବିଧାୟକ ଡ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କ , ମହାନଗର ନିଗମ ମେୟର ସଙ୍ଗମିତ୍ରା ଦଳାଇ, ବିଧାୟକ ପ୍ରତିନିଥି ଅଶୋକ କୁମାର ଶୁକ୍ଳା, ବିଜେଡ଼ି ବରିଷ୍ଟ ନେତା ଭୀମସେନ ଦଳାଇ, କର୍ପରେଟର ଡି କରୁଣା କର, ସୁରେନ୍ଦ୍ର ମହାରଣା, ଟି ତ୍ରିପତି ପାତ୍ର, ଟି କିଶୋର, ନୀଳକଣ୍ଠ ସାହୁ,ସମେତ ବ୍ରହ୍ମପୁର ମହାନଗର ନିଗମର ବହୁ କର୍ପୋରେଟର ଓ ଅର୍ବନ୍ ବ୍ୟାଙ୍କ ର ସମସ୍ତ ନିର୍ଦେଶକ ମାନେ ଏବଂ ସହର ଅନ୍ୟ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ମାନେ ଯୋଗଦାନ କରିଥିବା ବେଳେ, ସଂଘର ସମସ୍ତ ସଦସ୍ୟ ଓ ସଦସ୍ୟା ମାନେ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ।
ବ୍ରହ୍ମପୁରରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ