ଶ୍ରୀ ସତ୍ୟନାରାୟଣ ସ୍ବାମୀଙ୍କର ଚତୁର୍ଦଶ (୧୪ତମ) ବାର୍ଷିକ ମହୋତ୍ସବ

ରାୟଗଡ଼ା ସହରର କସ୍ତୁରୀ ନଗର ସ୍ଥିତ ଶ୍ରୀ ଶ୍ରୀ ଶ୍ରୀ ସଂପତ ଗଣେଷ କାର୍ତ୍ତିକେୟ, ଆୟାପ୍ସା, ବୀରବ୍ରହ୍ମେନ୍ଦ୍ର ସ୍ବାମୀ ଓ ଶ୍ରୀ ରମା ସହିତ ଶ୍ରୀ ସତ୍ୟନାରାୟଣ ସ୍ବାମୀଙ୍କର ଚତୁର୍ଦଶ (୧୪ତମ) ବାର୍ଷିକ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଦୁଇଦିନିଆ ଚତୁର୍ଦଶ (୧୪ତମ) ବାର୍ଷିକ ମହୋତ୍ସବର ପ୍ରଥମ ଦିବସ ତା. ୧୧.୫.୨୦୨୫ ରିଖ ରବିବାର ସକାଳ ଘ. ୮.୩୦ ମି. ସମୟରେ ଶ୍ରୀ ଗଣେଷ ପୂଜା, ମୁଖ୍ୟ ମୂର୍ତ୍ତିଙ୍କ ପଞ୍ଚମୃତ ଅଭିଷେଖ ଓ ଅଳଙ୍କରଣ ହୋଇଥିଲା । ତାପରେ ତା. ୧୨.୫.୨୦୨୫ ରିଖ ସୋମବାର ସକାଳ ଘ. ୯.୦୦ ଶ୍ରୀ ରାମ ସହିତ ସତ୍ୟ ନାରାୟଣ ଓ ବୀରବ୍ରହ୍ମେନ୍ଦ୍ର ସ୍ବାମୀଙ୍କର କଲ୍ୟାଣ ମହୋତ୍ସବ ହୋଇଥିଲା । ସ୍ବାମୀଙ୍କୁ ସନ୍ଧ୍ୟା ଘ. ୬.୩୦ ସମୟରେ ସହର ପରିକ୍ରମ କରାଯାଇଥିଲା । ଏଥି ସହ ରାୟଗଡା କସ୍ତୁରୀ ନଗର ମନ୍ଦିର କମିଟି ବୃନ୍ଦଙ୍କ ଦ୍ଵାରା ସ୍ବାମୀଙ୍କର କଲ୍ୟାଣ ମହୋତ୍ସବର ସମସ୍ତ କାର୍ଯ୍ୟକ୍ରମ ସୁରୁଖୁରୁରେ ସମ୍ପର୍ନ୍ନ ହୋଇଥିବା ବେଳେ ସ୍ବାମୀଙ୍କର କଲ୍ୟାଣ ମହୋତ୍ସବରେ ଅଂଶଗ୍ରହଣ କରି ଆଶୀର୍ବାଦ ଗ୍ରହଣ କରିଥିବା ସମସ୍ତ ଭକ୍ତମାନଙ୍କ ସକାଶେ କମିଟି ପକ୍ଷରୁ ଅପରାହ୍ନ ଘ. ୧୨.୩୦ ରୁ ଅନ୍ନପ୍ରସାଦ ସେବନ ବ୍ୟବସ୍ଥା ହୋଇଥିଲା ।
ରିପୋର୍ଟ: ରାୟଗଡ଼ା ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ