ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ
ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ଶ୍ରୀମନ୍ଦିର ସାଂସ୍କୃତିକ ଏବଂ ପ୍ରକଳ୍ପ ବୈଷୟିକ ସବ୍ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ। ଏହି ବୈଠକରେ ପୁରୀ ଜିଲ୍ଲାପାଳ, ଏସପି ଙ୍କ ସମେତ ବିଭିନ୍ନ ପ୍ରକଳ୍ପର କାର୍ଯ୍ୟଭାର ନେଇଥିବା ଓବିସିସି ଅଧିକାରୀ, ଜଗନ୍ନାଥ ସଂସ୍କୃତି ଗବେଷକ ମାନେ ବୈଠକରେ ଉପସ୍ଥିତ ଥିଲେ। ରାଜ୍ୟ ସରକାରଙ୍କ ଯୋଜନା ଅନୁଯାୟୀ ଶ୍ରୀମନ୍ଦିର ଏମାର ମଠ ନିକଟରେ ଏକ ସାଂସ୍କୃତିକ କେନ୍ଦ୍ର ନିର୍ମାଣ ହେବ। ସେଠାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ସମସ୍ତ ତତ୍ତ୍ଵ ଏବଂ ଐତିହାସିକ ତଥ୍ୟାବଳୀ ଏବଂ ଶ୍ରୀଜଗନ୍ନାଥ ସଂସ୍କୃତି ପରମ୍ପରା ବିଷୟରେ ଶ୍ରଦ୍ଧାଳୁଙ୍କୁ ସୂଚନା ଦିଆଯିବ। ସେହିପରି ଜଗନ୍ନାଥ ସଂସ୍କୃତି ଉପରେ ଗବେଷଣା ପାଇଁ ଶ୍ରୀମନ୍ଦିର ଏମାର ମଠ ନିକଟରେ ବିଶ୍ବସ୍ତରୀୟ ରଘୁନନ୍ଦନ ଲାଇବ୍ରେରୀ ଏବଂ ଗବେଷଣା କେନ୍ଦ୍ର ନିର୍ମାଣ କରାଯିବ।
ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ନିର୍ଦ୍ଧାରିତ ସମୟରେ ଏହି ସବୁ ପ୍ରକଳ୍ପ କାର୍ଯ୍ୟ ସାରିବାକୁ ନିଷ୍ପତ୍ତି ନିଆଯାଇଛି।
ସେବାୟତ ଘରର ପିଲାମାନଙ୍କୁ ଏକ ଆଦର୍ଶ ସେବକ ଭାବେ ପରିଣତ କରିବା ପାଇଁ ଆଦର୍ଶ ଗୁରୁକୁଳ ନିର୍ମାଣ କରାଯାଇ ସିବିଏସଇ ଢାଞ୍ଚାରେ ସେବାୟତ ଘରର ପିଲାମାନଙ୍କୁ ଶିକ୍ଷାଦାନ କରାଯିବ।
ଶ୍ରୀଜଗନ୍ନାଥ ବଲ୍ଲଭ ପ୍ରମୋଦ ଉଦ୍ୟାନର ଉନ୍ନତିକରଣ ମଧ୍ୟ କରାଯିବା ନେଇ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଗୁଣ୍ଡିଚା ମନ୍ଦିର, ବଡ଼ଦାଣ୍ଡର ସୌନ୍ଦର୍ଯ୍ୟ କରଣ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏଥିସହ ଗୁଣ୍ଡିଚା ମନ୍ଦିରର ମରାମତି କାର୍ଯ୍ୟ ଆସନ୍ତା ରଥଯାତ୍ରା ପୂର୍ବରୁ ଶେଷ କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି।
ଶ୍ରୀମନ୍ଦିର ପ୍ରଶାସନର ୩୯ କୋଟି ୨୨ ଲକ୍ଷ ଟଙ୍କାକୁ ଏକ ବର୍ଷ ପାଇଁ ସ୍ଥାୟୀ ଜମା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ଦିଆଗଲା ଜମା। କର୍ପସ ଫଣ୍ଡର ୩୬ କୋଟି ଏବଂ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ୩ କୋଟି ୨୨ ଲକ୍ଷ ସମୁଦାୟ ୩୯ କୋଟି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କକୁ ଏକ ବର୍ଷ ପାଇଁ ଦିଆଗଲା ଜମା। ଅର୍ଥ ସବ କମିଟିର ଟେଣ୍ଡର ବିଡିଂ ରେ ୭. ୪୦ ସୁଧ ହାରରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ରେ ୨୦୨୬-୨୭ ବର୍ଷ ପାଇଁ ଏହି ଟଙ୍କା ଜମା କରାଯାଇଛି।
