ଶ୍ରୀମନ୍ଦିର ନିକଟରେ ଅପରେସନ ଚକ୍ରବ୍ୟୁହ
ଶ୍ରୀମନ୍ଦିର ନିକଟରେ ଅପରେସନ ଚକ୍ରବ୍ୟୁହ। ତଇନାତ ଥିଲେ ଦୁଇଟି ସ୍ନାଇପର ଟିମ୍ ସହ ୪ ଟି ଭାଗରେ ବିଭକ୍ତ ହୋଇ Special tactical unit (stu) ର କମାଣ୍ଡୋ।ଏଥିସହ ଅଗ୍ନିଶମ ବିଭାଗର ଲ୍ୟାଡର୍,K 9 ସନ୍ଧାନୀ କୁକୁର,ବୋମା ନିଷ୍କ୍ରିୟକାରୀ ଦଳ।ହଠାତ୍ ରଥଯାତ୍ରା ଗହଳି ଭିତରେ ଦୁଇ ଜଣ ଆତଙ୍କବାଦୀ ବନ୍ଧୁକ ଧରି ଅତର୍କିତ ଭାବେ ଗୁଳିଚାଳନା କରିବା ସହ ଅନେକ ଶ୍ରଦ୍ଧାଳୁଙ୍କୁ ପଣବନ୍ଦୀ କରି ଏକ ସୁଉଚ୍ଚ ବିଲ୍ଡିଙ୍ଗରେ ଆତ୍ମଗୋପନ କରିଥିଲେ ।ଏହି ଖବର ପାଇ ପ୍ରଥମେ ଅଗ୍ନିଶମ ବିଭାଗ ପକ୍ଷରୁ ନିଆଁକୁ ଆୟତ୍ତ କରାଯାଇଥିଲା ।ଏହା ଏକ ଚ୍ୟାଲେଞ୍ଜିଙ୍ଗ ଅପରେସନ ଥିବାରୁ ଅତି ସତର୍କତାର ସହ ଅଗ୍ନିଶମ ବିଭାଗର ସୁଉଚ୍ଚ ଲ୍ୟାଡର୍ ଯୋଗେ କୋଠାକୁ ଯାଇଥିଲେ Special tactical unit (stu) ର କମାଣ୍ଡୋ।ଆଉ ଦୁଇଟି ଟିମ୍ ରଶି ସହାୟତାରେ ଛାତ ତଳକୁ ଆସି ଜଗି ରହିଥିଲେ।ସେମାନଙ୍କୁ ବ୍ୟାକ ଅପ ଦେବା ପାଇଁ ୪ ଟି ହିଟ୍ ଟିମ୍ ପ୍ରବେଶ କରିଥିଲେ ।

ଶ୍ରୀମନ୍ଦିର ନିକଟ ବାଗେଡିଆ ଧର୍ମଶାଳାରେ ଆତଙ୍କବାଦୀ ଆତ୍ମଗୋପନ କରିଥିଲେ।ଅତ୍ୟାଧୁନିକ ରୋବଟ ସାହାଯ୍ୟରେ ପ୍ରଥମେ ଆତଙ୍କବାଦୀଙ୍କ ଲୋକେସନ ଠାବ କରାଯାଇଥିଲା। ଆତଙ୍କବାଦୀ କବଜାରେ ଥିବା ଶ୍ରଦ୍ଧାଳୁଙ୍କୁ ପ୍ରଥମେ ସତର୍କତାର ସହ କମାଣ୍ଡୋ ମାନେ ଉଦ୍ଧାର କରିଥିଲେ।ଆତଙ୍କବାଦୀଙ୍କ ଗୁଳି ମାଡ଼ରେ ଆହତ ହୋଇଥିବା ପୋଲିସ କର୍ମଚାରୀଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲ ପଠାଯାଇଥିଲା।ପରେ ଅପରେସନ ଚକ୍ରବ୍ୟୁହ ମାଧ୍ୟମରେ ଲୁଚି ରହିଥିବା ଆତଙ୍କବାଦୀଙ୍କୁ ନିପାତ କରାଯାଇଥିଲା।


ସମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣକୁ ପ୍ରତିହତ କରିବା ପାଇଁ ବିଶ୍ଵପ୍ରସିଦ୍ଧ ରଥଯାତ୍ରା ଅବ୍ୟବହିତ ପୂର୍ବରୁ ଗତକାଲି ପରି ଆଜି ପୁରୀରେ ମକଡ୍ରିଲ କରାଯାଇଥିଲା।ପ୍ରଥମେ ସକାଳେ ଏକ ତାରକା ହୋଟେଲରେ ଓ ପରେ ଶ୍ରୀମନ୍ଦିର ସିଂହଦ୍ଵାର ନିକଟରେ ଏହି ମକଡ୍ରିଲ କରାଯାଇଥିଲା।ଭକ୍ତ ଓ ପର୍ଯ୍ୟଟକଙ୍କ ଭିଡ ଥିବାରୁ ମକଡ୍ରିଲ ହେଉଥିବା ସ୍ଥାନର ଦୁଇ ପାର୍ଶ୍ୱକୁ ବନ୍ଦ କରିଦିଆଯାଇଥିଲା।Special tactical unit (stu),sog , ଓଡ଼ିଶା ପୋଲିସ ,ବୋମା ନିଷ୍କ୍ରିୟକାରୀ ଦଳ, ଡଗ ସ୍କ୍ୱାର୍ଡ,ଅଗ୍ନିଶମ ବିଭାଗ ଓ ଓଡ଼୍ରାଫ୍ ସହଯୋଗରେ ଏହି ମକଡ୍ରିଲ୍ କରାଯାଇଥିଲା।ଏହା ଦେଖିବା ପାଇଁ ଶ୍ରୀମନ୍ଦିର ସିଂହଦ୍ଵାର ନିକଟରେ ଭକ୍ତଙ୍କ ବେଶ୍ ଭିଡ ଲାଗିଥିଲା। ସବୁ ବିଭାଗ ମଧ୍ୟରେ ଉପଯୁକ୍ତ ସମନ୍ୱୟ ରକ୍ଷା ସହ ସାଧାରଣ ଜନତା ଓ ଯାତ୍ରୀଙ୍କ ସୂଚନା ଓ ସହଯୋଗ ବଳରେ ଯେ କୌଣସି ସମ୍ଭାବ୍ୟ ଆତଙ୍କବାଦୀ କାର୍ଯ୍ୟକଳାପକୁ ପ୍ରତିହତ କରାଯାଇପାରିବ ବୋଲି ଏହି ମକଡ୍ରିଲ୍ ମାଧ୍ୟମରେ ଦୃଢ଼ ବାର୍ତ୍ତା ଦିଆଯାଇଛି ।
