ଶ୍ରୀମନ୍ଦିର ସିଂହଦ୍ୱାର ଦ୍ବାର ଥାନାରେ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଏତଲା
ଶ୍ରୀମନ୍ଦିର ସିଂହଦ୍ୱାର ଦ୍ବାର ଥାନାରେ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଏତଲା। ଶ୍ରୀଜଗନ୍ନାଥ ମନ୍ଦିର ପରିକ୍ରମା ପ୍ରକଳ୍ପରୁ ଖାଣ୍ଡେଲାଇଟ ପଥର ଓ ସ୍ୟାଣ୍ଡ ଷ୍ଟୋନ ଚୋରି ଅଭିଯୋଗରେ ଥାନାରେ ଏତଲା ଦେଇଛି ସେନା। ଶ୍ରୀଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକଙ୍କ ଅଭିଯୋଗ ଅନୁଯାୟୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ ସମୟରେ ଖାଣ୍ଡେଲାଇଟ ପଥର ଓ ସ୍ୟାଣ୍ଡ ଷ୍ଟୋନ ଚୋରି କରି ନେଇ ନିଜ ଘର ନିର୍ମାଣ କରିଛନ୍ତି ବିଜେଡିର ଜଣେ ବରିଷ୍ଠ ନେତା ବବି ଦାସ। ବରିଷ୍ଠ ନେତା ଜଣକ ନିଜ ଗାଁ ଯାଜପୁର ସ୍ଥିତ ବାହାବଳପୁର ଠାରେ ମହାପ୍ରଭୁଙ୍କ ପରିକ୍ରମା ପ୍ରକଳ୍ପରୁ କୋଟି କୋଟି ଟଙ୍କାର ମୁଲ୍ୟବାନ ଖାଣ୍ଡେଲାଇଟ ପଥର ଓ ସ୍ୟାଣ୍ଡ ଷ୍ଟୋନ ଚୋରି କରି ଏକ ବିଶାଳ ଘର ନିର୍ମାଣ କରିଛନ୍ତି। ଆଇନ ଅନୁଯାୟୀ ଏହି ଦୁର୍ଲଭ ପଥର କେବଳ ପ୍ରତ୍ନତତ୍ତ୍ଵ ବିଭାଗ କାର୍ଯ୍ୟ ରେ ଲାଗେ। ଐତିହ୍ୟ ଗୁଡ଼ିକର ସୁରକ୍ଷା ପାଇଁ ପ୍ରତ୍ନତତ୍ତ୍ଵ ବିଭାଗ ଖାଣ୍ଡେଲାଇଟ ପଥର ଓ ସ୍ୟାଣ୍ଡ ଷ୍ଟୋନ ଲଗାଇ ଐତିହ୍ୟ ଓ ମନ୍ଦିରର ସୁରକ୍ଷା ପ୍ରଦାନ କରିଥାଏ। ଏଣୁ ତୁରନ୍ତ ପୋଲିସ ଏହି ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛି ଶ୍ରୀଜଗନ୍ନାଥ ସେନା।ଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ନିଜ ପ୍ରତିକ୍ରିୟାରେ କହିଛନ୍ତି, ପୁରୀ ସିଂହଦ୍ଵାର ଥାନା ରେ ଜଗନ୍ନାଥ ସେନା ପକ୍ଷରୁ ଏକ ଏତଲା ଦିଆଗଲା। ବିଜେଡି ନେତା ବବି ଦାସ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପରିକ୍ରମା ପ୍ରକଳ୍ପ ପାଇଁ ଆସିଥିବା ଖଣ୍ଡଲାଇଟ୍ ପଥର କୁ ନେଇ ସେ ତାଙ୍କ ବାସସ୍ଥାନ ଯାଜପୁର ବାହାବଳପୁର ରେ ତାଙ୍କ ଘରେ ଏହାକୁ ଚୋରି କରି ଲଗାଇଛନ୍ତି। ଖଣ୍ଡଲାଇଟ୍ ପଥର କେବଳ ଐତିହ ର ସୁରକ୍ଷା ପାଇଁ କେବଳ ଏ ଏସ ଆଇ ବିଭିନ୍ନ କୀର୍ତ୍ତିରାଜି ର ସୁରକ୍ଷା ପାଇଁ ଲଗେଇ ପାରିବ। ଏହି ପଥର କୁ ସାଧାରଣ ଲୋକ ବ୍ୟବହାର କରିପାରିବେ ନାହିଁ। ଏଣୁ ଏହି ପଥର ପୁରୀ ରୁ କିଭଳି ବବି ଦାସ ଙ୍କ ଘରକୁ ଗଲା ପ୍ରଶ୍ନ ଉଠୁଛି। ଏଣୁ ଏହାର ତଦନ୍ତ ପାଇଁ ଶ୍ରୀ ଜଗନ୍ନାଥ ସେନା ସିଂହ ଦ୍ଵାର ଥାନାରେ ବବି ଦାସ ଙ୍କ ବିରୋଧ ରେ ଏତଲା ଦେଇଛି। ବବି ଦାସ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ଦାୟିତ୍ୱ ରେ ଥିଲେ। ଏଣୁ ପ୍ରକଳ୍ପ ଦୟୀତ୍ୱ ରେ ଥିବା ଟାଟା କମ୍ପାନୀ, ଓବିଶିଶି, ଅଧିକାରୀ ଙ୍କୁ ତଦନ୍ତ ପରିସର କୁ ସରକାର ଆଣନ୍ତୁ। ଯଦି ସରକାର ବବି ଦାସ ଙ୍କ ବିରୋଧ ରେ ତଦନ୍ତ ନକରି ପ୍ରିୟାପ୍ରୀତି ତୋଷଣ କରନ୍ତି ତାହା ହେଲେ ଆମେ ସରକାର ଙ୍କୁ କଡା ବିରୋଧ କରିବୁ । ତୁରନ୍ତ ସରକାର ଘଟଣା ର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ।
