July 5, 2025
Home » ଶ୍ରୀରାମ ନବମୀ ଅବସରରେ ଶୋଭାଯାତ୍ରା ଏବଂ ବିଦ୍ୟାଳୟର ନୂତନ ଓ୍ବେବସାଇଟ୍ ଉନ୍ମୋଚନ କାର୍ଯ୍ୟକ୍ରମ

ଶ୍ରୀରାମ ନବମୀ ଅବସରରେ ଶୋଭାଯାତ୍ରା ଏବଂ ବିଦ୍ୟାଳୟର ନୂତନ ଓ୍ବେବସାଇଟ୍ ଉନ୍ମୋଚନ କାର୍ଯ୍ୟକ୍ରମ

0
WhatsApp Image 2025-04-08 at 10.34.15 AM

ଗଣିଆ : ଗଣିଆରେ ଗତ ୪ ବର୍ଷରୁ ଅଧିକ ସମୟ ଧରି ମହାନଦୀ ପବ୍ଲିକ ସ୍କୁଲ ଗଢି ଉଠିଛି । ଅଞ୍ଚଳର କିଛି ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଏହି ଶିକ୍ଷାନୁଷ୍ଠାନ ବିଭିନ୍ନ ଦିଗରେ ତା’ର ସଫଳତା ବଜାୟ ରଖିଛି । ତେବେ ଏହି ଅନୁଷ୍ଠାନକୁ ଆହୁରି ଲୋକାଭିମୁଖୀ କରିବା ତଥା ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଭଗବତ୍ ପ୍ରେମକୁ ଉଜ୍ଜିବିତ କରିବା ପାଇଁ ପବିତ୍ର ରାମନବମୀରେ ଗଣିଆ ରାମ ମନ୍ଦିର ଠାରେ ପ୍ରଥମେ ତହସିଲଦାର ପ୍ରିତିବାଳା ରଣାଙ୍କ କରକମଳରେ ବିଦ୍ୟାଳୟର ନୂତନ ଓ୍ବେବସାଇଟ୍ (www.mahanadipublicschool.in) ଲୋକାର୍ପିତ କରାଯାଇଥିଲା । ତତ୍ ସହିତ ବିଦ୍ୟାଳୟରେ ଚଳିତ ଶିକ୍ଷାବର୍ଷ ଠାରୁ ପ୍ଳେସ୍କୁଲର ମଧ୍ୟ ଶୁଭାରମ୍ଭ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବ୍ଳକ ଶିକ୍ଷା ଅଧିକାରୀ ରବିନ୍ଦ୍ରନାଥ ରାଉତରାୟ, ମହାନଦୀ ପବ୍ଲିକ ସ୍କୁଲ ର ସ୍କୁଲ ମ୍ୟାନେଜମେଣ୍ଟ କମିଟି ର ଚେୟାରମେନ ଡା. ମଳୟ କୁମାର ପଣ୍ଡା, ଉପ ସଭାପତି ଶ୍ରୀ ଗୋଲକ ବିହାରୀ ସାହୁ, କୋଷାଧ୍ୟକ୍ଷ ଶ୍ରୀ ଅଟଳ ବିହାରୀ ବାଜୁ, ମହାନଦୀ ପବ୍ଲିକ ସ୍କୁଲର ସମ୍ପାଦକ ତଥା ଅୟନ ଫାଉଣ୍ଡେସନର ମୁଖ୍ୟ ଟ୍ରଷ୍ଟି ଶ୍ରୀ ପଙ୍କଜ କୁମାର ସାହୁ, ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ମହେନ୍ଦ୍ର କୁମାର ମହାରଣାଙ୍କ ସମେତ ପରିଚାଳନା କମିଟିର ସଦସ୍ୟ ତଥା ଅଭିଭାବକ ଉପସ୍ଥିତ ଥିଲେ । ପରେ ପରେ ଛାତ୍ର ଛାତ୍ରୀ ମାନଙ୍କୁ ଶ୍ରୀ ରାମ, ଲକ୍ଷ୍ମଣ, ଭରତ, ଶତୃଘ୍ନ, ସୀତା ଓ ହନୁମାନ ବେଶରେ ସଜାଇ (ରାମ ଦରବାର) ଏକ ସୁସଜ୍ଜିତ ରଥରେ ଗଣିଆ ବ୍ଳକର ବିଭିନ୍ନ ପଞ୍ଚାୟତରେ ଥିବା ୧୬ ଗୋଟି ଗ୍ରାମ ପରିକ୍ରମା କରାଯାଇଥିଲା । ବିଦ୍ୟାଳୟରେ ପ୍ରତିବର୍ଷ ଶ୍ରୀରାମ ନବମୀରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ସମ୍ପାଦକ ଶ୍ରୀ ସାହୁ ପ୍ରକାଶ କରିଛନ୍ତି । ଏହିଁ ବିଦ୍ୟାଳୟରେ ଆଜି ଠାରୁ ଖୋଲା ଯାଇଥିବା ପ୍ଳେ ସ୍କୁଲରେ ତଥା ପୂର୍ବରୁ ଚାଲୁ ଥିବା ନର୍ସରୀ, ଏଲ୍ କେ ଜି, ୟୁ କେ ଜି, କ୍ଲାସ ୧, କ୍ଲାସ ୨, କ୍ଲାସ ୩, କ୍ଲାସ ୪ ଓ କ୍ଲାସ ୫ ରେ ନାମ ଲେଖାଇବାକୁ ସେ ବିଶେଷ ଅନୁରୋଧ କରିଛନ୍ତି ।

Leave a Reply

Your email address will not be published. Required fields are marked *