May 14, 2026
Home » ଶ୍ରୀଶ୍ରୀ ଲକ୍ଷ୍ମୀ ନୃସିଂହ କାମିନୀ ଦାସୁଡ଼ୁ କୋହଲା ଯାତ୍ରା ଅନୁଷ୍ଠିତ !!

ଶ୍ରୀଶ୍ରୀ ଲକ୍ଷ୍ମୀ ନୃସିଂହ କାମିନୀ ଦାସୁଡ଼ୁ କୋହଲା ଯାତ୍ରା ଅନୁଷ୍ଠିତ !!

0
WhatsApp Image 2026-05-12 at 1.32.04 PM

 

ଛତ୍ରପୁର:ଛତ୍ରପୁର ବ୍ଲକ୍ ଅନ୍ତର୍ଗତ ଘଡଘଡାପଲ୍ଲୀ ଗ୍ରାମ ରେ ଅବସ୍ଥାପିତ ଶ୍ରୀଶ୍ରୀ ଲକ୍ଷ୍ମୀ ନୃସିଂହ କାମିନୀ ଦାସୁଡ଼ୁ ସତ୍ୟମ୍ ନୃତ୍ଯ ସେଵା କଳା କେନ୍ଦ୍ର ପକ୍ଷରୁ ଛତ୍ରପୁର ବ୍ଲକ ସ୍ଥିତ ଶ୍ରୀ ରାମଚନ୍ଦ୍ରପୁର ପଞ୍ଚାୟତ ମଙ୍ଗୁରୁପେଟା (ସାନ ଅଗ୍ରାହାରମ) ଗ୍ରାମରେ ପି ଲକ୍ଷ୍ମୀନାରାୟଣ ,ପି ଅରୁଣ କୁମାର , ପି କୈଳାଶ ଙ୍କ ପରିବାର ଓ ଗ୍ରାମବାସୀ ସହଯୋଗ ରେ ଶ୍ରୀ ଶ୍ରୀ ଲକ୍ଷ୍ମୀ ନୃସିଂହ କୋହଲା ଯାତ୍ରା ଏବଂ ପେଡ଼ି ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଦାସୁଡୁ ନୃତ୍ଯ ଗୁରୁ ଡ଼ଃ. ଆର୍. ସତ୍ୟମ୍ ରେଡ୍ଡୀ ଙ୍କ ନେତ୍ତୃତ୍ଵରେ ବିଦ୍ଧିବଦ୍ଧ ଭାବେ ପୂଜାର୍ଚ୍ଚନା ହୋଇଥିବା ବେଳେ ଲକ୍ଷ୍ମୀନୃସିଂହ ଆବାହନ କରାଯାଇଥିଲା ଏଥି ମଧ୍ୟରେ ଭଜନ କୀର୍ତ୍ତନ, ହୁଳା ହୁଳୀ ଶବ୍ଦରେ ସ୍ଥାନଟି ଗଗନ ପବନ ପ୍ରକମ୍ପିତ ହେବା ସାଙ୍ଗକୁ କୋହଲା-ଯାତ୍ରା ଆଦି ଅନୁଷ୍ଠିତ ହୋଇଥିଲା । ଏହି ନୃସିଂହ କୋହଲା ଯାତ୍ରାରେ ଗ୍ରାମର ଅଗଣିତ ଭକ୍ତଜନ ଯୋଗଦେଇ ଶ୍ରୀ ନୃସିଂହ ଠାକୁର ଙ୍କ ଆଶ୍ରୀବାଦ୍ ବିଭୂକୃପା ଲାଭ କରିଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ ପୂର୍ବରୁ ଏହି ଅଞ୍ଚଳର ଚମଖଣ୍ଡି ଗ୍ରାମରେ ଜି ସୀମାଦ୍ରୀ ରେଡ୍ଡୀ ଙ୍କ ନୃସିଂହ କୋହଲା ଯାତ୍ରାରେ ଶ୍ରୀ ଦାସୁଡୁ ନୃତ୍ଯ ଗୁରୁ ଡ଼ଃ. ଆର୍. ସତ୍ୟମ୍ ରେଡ୍ଡୀ ଏବଂ ତାଙ୍କ ସହଯୋଗୀ ଦଳ ଯୋଗଦାନ କରିଥିଲେ

 

chatrapur muna behera nka report

Leave a Reply

Your email address will not be published. Required fields are marked *