December 29, 2025
Home » ଶ୍ରୀଶ୍ରୀଶ୍ରୀ ମା ଭୈରବୀ ଓ ବ୍ୟାଘ୍ର ଦେବୀ ମନ୍ଦିର ପ୍ରତିଷ୍ଠା

ଶ୍ରୀଶ୍ରୀଶ୍ରୀ ମା ଭୈରବୀ ଓ ବ୍ୟାଘ୍ର ଦେବୀ ମନ୍ଦିର ପ୍ରତିଷ୍ଠା

0
WhatsApp Image 2025-03-08 at 6.44.48 AM

କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଫୁଲବାଣୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଚକାପାଦ ବ୍ଲକ ଅନ୍ତର୍ଗତ ବସ୍ତିଙ୍ଗିଆ (ଓଡ଼ିଆ ସାହି ) ଠାରେ ଶ୍ରୀ ଶ୍ରୀ ଶ୍ରୀ ମା ଭୈରବୀ ଓ ବ୍ୟାଘ୍ର ଦେବୀ ମନ୍ଦିର ପ୍ରତିଷ୍ଠା ପାଇଁ ଅଞ୍ଚଳ ପକ୍ଷରୁ ସଜବାଜ ହେଉଥିବାବେଳେ କମିଟି ର ନିଷ୍ପତ୍ତି ପ୍ରକାରେ ନିମନ୍ତ୍ରିତ ପାଇଁ ନିମନ୍ତ୍ରଣ ପତ୍ର ପ୍ରେରଣ କରାଗଲା

, ହେଲେ ଫୁଲବାଣୀ ବିଜେପି ବିଧାୟକ ଓ ଘୁ ଉଦୟଗିରିର କଂଗ୍ରେସ ବିଧାୟକ ପ୍ରତିଷ୍ଠାରେ ଯୋଗ ଦେବାକୁ ପ୍ରତିଶୃତି ଦେଇଛନ୍ତି। କନ୍ଧମାଳ ସାଂସଦ କହିଛନ୍ତି ସମୟ ହେଲେ ଦେଖିବା ।କିନ୍ତୁ ପୂର୍ବତନ ବିଜେଡି ମନ୍ତ୍ରୀ ଶ୍ରୀଯୁକ୍ତ ପଦ୍ମନାଭ ବେହେରା ଯୋଗ ଦେବାକୁ ମନ୍ଦିର କମିଟି ସଭାପତି ଶ୍ରୀ ପ୍ରେମାନନ୍ଦ ପ୍ରଧାନ ଆମ ପ୍ରତିନିଧିଙ୍କୁ କହିଛନ୍ତି, ମାଁ ଭୈରବୀ ଓ ବ୍ୟାଘ୍ର ଦେବୀ ମନ୍ଦିର କମିଟି କୁ ଘୁଉଦୟଗିରି ପୃଷ୍ଟି ଜୁଏଲସ ର ମାଲିକ ଶ୍ରୀ ରବିନାରାୟଣ ପୃଷ୍ଟି ମାଁ ଙ୍କର ମୃତ୍ତୀ ଦାନ ଦେଇଛନ୍ତି। ପ୍ରଥମେ ଶ୍ରୀ ରବୀନାରାୟଣ ପୃଷ୍ଟି ଙ୍କୁ ବସ୍ତିଙ୍ଗିଆ ଓଡିଆ ସାହି ଠାରେ ବନ୍ଦାପନା କରିପାଛୋଟି ଆଣିଥିଲେ,

ମହିଳା ମାନେ ବରିଟ ଲମ୍ବା ଧାଡିର କଳସ ଯାତ୍ରାକୁ ମନ୍ଦିର କମିଟି ସଭାପତି ଶ୍ରୀ ଯୁକ୍ତ ପ୍ରେମାନନ୍ଦ ପ୍ରଧାନ ଙ୍କ ନେତୃତ୍ବରେ ଆଖପାଖର ପ୍ରାୟ ପନ୍ଦର ଗାଁ ଆବାଳବୃଦ୍ଧବନିତା ଙ୍କ ଗହଣରେ ସଭାପତି ଶ୍ରୀ ପ୍ରେମାନନ୍ଦ ପ୍ରଧାନ ଙ୍କ ସମେତ ମନ୍ଦିର କମିଟି ସମ୍ପାଦକ ଶ୍ରୀ ନୀରାକର ସାହୁ, କୋଷାଧ୍ୟକ୍ଷ ଶ୍ରୀ ହରେକୃଷ୍ଣ ସାହୁ, ହେମନ୍ତ ଦଣ୍ଡିଆ, ସୁଦର୍ଶନ ସାହୁ, ରାମେଶ୍ଵର ବେହେରା, ଘାସିରାମ ପ୍ରଧାନ, ପୂଜାର୍ଚ୍ଚନା ପାଇଁ ଭଗବାନ ପତି, ସନ୍ତୋଷ ପତି, ଭଗବାନ ପାତ୍ର ପ୍ରମୁଖ ଓ ଅଞ୍ଚଳ ବାସି ଙ୍କ ସହଯୋଗ ରେ ମହାଆଡମ୍ବରରେ ପାଳିତ ହେବ ଭକ୍ତ ମାନଙ୍କ ସୁରକ୍ଷା ପାଇଁ କମିଟି ଦାୟିତ୍ୱ ବୋଲି ମନ୍ଦିର କମିଟି ସଭାପତି ଶ୍ରୀ ପ୍ରେମାନନ୍ଦ ପ୍ରଧାନ ଜଣାଇ ଦେଇଛନ୍ତି।

କନ୍ଧମାଳ ଜିଲ୍ଲା ଇ ପି ଏ ରୁ ପ୍ରମୋଦ କୁମାର ନାୟକ ଙ୍କ ରିପୋର୍ଟ ଫୁଲବାଣୀ

Leave a Reply

Your email address will not be published. Required fields are marked *