ଷଷ୍ଠ କ୍ଳଷ୍ଟର ସ୍ତରୀୟ ବୈଠକ ଅନୁଷ୍ଠିତ
ସୁବର୍ଣ୍ଣପୁର– ଷଷ୍ଠ କ୍ଲଷ୍ଟର ସ୍ତରୀୟ ବୈଠକ ସରକାରୀ ପ୍ରାଥମିକ ବିଦ୍ୟାଳୟ ପଟାଭାଡି ଠାରେ ଅନୁଷ୍ଠିତ ହୋଇଯାଇଛି। ସି ଆର ସି ସି ବୁଦ୍ଧଦେବ ସା ଉପସ୍ଥିତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ସ୍ଵାଗତ କରିବା ସହ କାର୍ଯ୍ୟକ୍ରମ ର ସୂଚନା ପ୍ରଦାନ କରିଥିଲେ। ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ମୀନାରାଣୀ ମଙ୍ଗଳ ପରିଦର୍ଶନ ରେ ଆସି ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଶିକ୍ଷଣ ଫଳାଫଳ କୁ ନେଇ ଠିକ୍ ଭାବରେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ ଓ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ଭୋଇ ଛାତ୍ର ଛାତ୍ରୀ ମାନଙ୍କ ଶିକ୍ଷଣ ଉପରେ ଗୁରୁତ୍ବ ଦେବାକୁ କହିଥିଲେ। ସରକାରଙ୍କ ପ୍ରଦତ୍ତ କାର୍ଯ୍ୟସୂଚୀ ଅନୁଯାୟୀ ପ୍ରତ୍ୟେକ କାର୍ଯ୍ୟ କରାଯାଇଥିଲା। ଶିକ୍ଷୟିତ୍ରୀ ସନ୍ଧ୍ୟାରାଣୀ ମିଶ୍ର ଶିଶୁମାନଙ୍କୁ ସୁନ୍ଦର ଭାବେ ଭାଷା ଶିକ୍ଷଣ ଶିକ୍ଷାଦାନ ଦେଇଥିଲାବେଳେ, ଶିକ୍ଷୟିତ୍ରୀ ସୁଭାଷିନୀ ପୂଜାହାରି ସଂଖ୍ୟାଜ୍ଞାନ ଉପରେ ଶିକ୍ଷାଦାନ ଦେଇ ଥିଲେ।ସେ ଗଣିତ କିଟ୍ ର ବିଭିନ୍ନ ପ୍ରକାର TLM ଆଣି C-R-A ପଦ୍ଧତି ରେ କିପରି ଶିକ୍ଷଣ କାର୍ଯ୍ୟ ସହଜ ଓ ସୁନ୍ଦର କରିହେବ,ସେ ବିଷୟରେ ଆଲୋଚନା କରିଥିଲେ। ପରେ ଏହି ଦୁଇ ଶ୍ରେଣୀ ର ଶିକ୍ଷାଦାନ ଉପରେ ଆଲୋଚନା ହୋଇଥିଲା। ଶିକ୍ଷୟିତ୍ରୀ ମାନେ ଭାଷା ଓ ଗଣିତ ର ବିଭିନ୍ନ ପଦ୍ଧତି ଉପରେ ନିଜ ନିଜର ମତ ରଖିଥିଲେ।ଏହାପରେ ଆଞ୍ଚଳିକ ସାଧନ ସଂଯୋଜକ ଶ୍ରୀ ବୁଦ୍ଧଦେବ ସା ବିଦ୍ୟାଳୟ ପରିଦର୍ଶନ,ଶିକ୍ଷଣ ସୋପାନ,ସି ଆର ସି ସି ଙ୍କ ଦ୍ଵାରା ଶୈକ୍ଷିକ ସହାୟତା, ଉଦ୍ଦେଶ୍ୟ,ଶ୍ରେଣୀ ପର୍ଯ୍ୟବେକ୍ଷଣ ସାଧନୀ,ପତିପୃଷ୍ଟି ଉପରେ କଥା ରଖିଥିଲେ।ପରିଶେଷରେ ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ବାର୍ଷିକ ପରୀକ୍ଷା ଉପରେ ଆଲୋଚନା କରାଯାଇଥିଲା। ଶେଷରେ ଶିକ୍ଷୟିତ୍ରୀ ସୁଜାତା ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ….
