February 21, 2026
Home » ଷଷ୍ଠ ଜିଲ୍ଲା ପରିଷଦ ଏକାଦଶ ସାଧାରଣ ଅଧିବେଶନ

ଷଷ୍ଠ ଜିଲ୍ଲା ପରିଷଦ ଏକାଦଶ ସାଧାରଣ ଅଧିବେଶନ

0
1000916208

filter: 0; fileterIntensity: 0.0; filterMask: 0; module: photo; hw-remosaic: false; touch: (-1.0, -1.0); modeInfo: ; sceneMode: 8; cct_value: 4522; AI_Scene: (-1, -1); aec_lux: 250.42554; aec_lux_index: 0; hist255: 0.0; hist252~255: 0.0; hist0~15: 0.0; albedo: ; confidence: ; motionLevel: 0; weatherinfo: null; temperature: 31;

ନୟାଗଡ ଜିଲ୍ଲା ପରିଷଦ ସୃଜନ ସମ୍ମିଳନୀ କକ୍ଷରେ ପୁର୍ବାହ୍ନ ୧୧.୦୦ଘଣ୍ଟା ସମୟରେ ଷଷ୍ଠ ଜିଲ୍ଲା ପରିଷଦର ଏକାଦଶ ସାଧାରଣ ଅଧିବେଶନ ସମ୍ମାନନୀୟ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇ.ଦେବାଶିଷ ପଟ୍ଟନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।  ଏହି କାର୍ଯ୍ୟକ୍ରମରେ ମାନ୍ୟବର ବାଚସ୍ପତି ସୁରମା ପାଢ଼ୀ/ମାନ୍ୟବର ସାଂସଦ, କନ୍ଧମାଳ, ସୁକାନ୍ତ କୁମାର ପାଣିଗ୍ରାହୀ/ମାନ୍ୟବର ବିଧାୟକ, ନୟାଗଡ଼ ଡଃ ଅରୁଣ କୁମାର ସାହୁ/ମାନ୍ୟବର ବିଧାୟକ ଖଣ୍ଡପଡ଼ା ଦୁଷ୍ମନ୍ତ କୁମାର ସ୍ବାଇଁ/ମାନ୍ୟବର ବିଧାୟକ, ଦଶପଲ୍ଲା ରମେଶ ଚନ୍ଦ୍ର ବେହେରା/ସମ୍ମାନନୀୟା ଉପାଧ୍ୟକ୍ଷା ବିଷ୍ଣୁପ୍ରିୟା ବେହେରା, ସମ୍ମାନନୀୟା ଜିଲ୍ଲାପାଳ ମଧୁମିତା ରଥ, ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ଲଗ୍ନଜିତ ରାଉତ ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

କାର୍ଯ୍ୟସୂଚୀ ଅନୁଯାୟୀ ପ୍ରଥମେ ପୂର୍ବ ବୈଠକର ବିବରଣୀ ଆଲୋଚନା କରାଯାଇଥିଲ ଓ ବିଭିନ୍ନ ବିଭାଗର ବକେୟା କାମର ତୁରନ୍ତ ପଦକ୍ଷେପ ନେବାକୁ ଆଲୋଚନା କରାଯାଇଥିଲା। ଏହିସବୁ କାମକୁ ତ୍ୱରାନ୍ୱିତ କରିବା ପାଇଁ ଜିଲ୍ଲାପାଳ ଏବଂ ବିଭିନ୍ନ ବିଭାଗର ସମନ୍ୱୟରେ ବୈଠକ କରାଯିବାକୁ ନିଷ୍ପତ୍ତି ନିଆଗଲା । ସ୍ୱଚ୍ଛ ଭାରତ ମିଶନ ବିଷୟରେ ଆଲୋଚନା କରାଯାଇଥିଲା। ଗ୍ରାମ ପଞ୍ଚାୟତ/ବ୍ଲକ ଏବଂ ଜିଲ୍ଲା ସ୍ତରରେ ସ୍ୱଚ୍ଛତା ଉପରେ ପଦକ୍ଷେପ ନେବାକୁ ବୈଠକରେ ନିଷ୍ପତି ନିଆଗଲା ।ଏହାପରେ ରାସ୍ତା ଓ ଗୃହ ନିର୍ମାଣ ଉପରେ ବିଶଦ ଭାବେ ଆଲୋଚନା କରାଯାଇଥିଲା । ପୂର୍ତ୍ତ ବିଭାଗ,/ ଆର୍.ଡି ବିଭାଗ /ଜଙ୍ଗଲ ବିଭାଗ ସମସ୍ତଙ୍କ ସମନ୍ୱୟରେ ଯେମିତି ରାସ୍ତା ଘାଟର ସମ୍ପ୍ରସାରଣ ସହିତ ମରାମତି ବିଷୟରେ ତ୍ୱରିତ ପଦକ୍ଷେପ ନେବାକୁ ଆଲୋଚନା କରାଯାଇଥିଲା ।

ସେହିପରି ଜଳସେଚନର ମେଗା ପାଇପ୍ ପ୍ରୋଜେକ୍ଟ / କ୍ଷୁଦ୍ର ଜଳସେଚନ /ଲିଫ୍ଟ ଇରିଗେସନ୍ /ଆର.ଡବ୍ଲୂ.ଏସ୍.ଏସ ବିଭାଗ ଯନ୍ତ୍ରୀଙ୍କ ସହ କଲଭର୍ଟ / ଅଚଳ ଵୋରୱଲ/ ପୋଖରୀ ପୁନରୁଦ୍ଧାର ଇତ୍ୟାଦି ବିଷୟରେ ଆଲୋଚନା ପୁଙ୍ଖାନୁପୁଙ୍ଖ କରାଯାଇଛି , ତୁରନ୍ତ ପଦକ୍ଷେପ ନେବାକୁ ବୈଠକରେ ନିଷ୍ପତି ନିଆଯାଇଥିଲା ।ସିଡିଏମଓଙ୍କ କାର୍ଯ୍ୟାଳୟର ଭାପୁର ବ୍ଲକର ମେଡିକାଲ ଗେଟ୍/ ମେଡିକାଲ ଯାଗା ଜବର ଦଖଲ ଉଚ୍ଛେଦ କରିବାକୁ ପରାମର୍ଶ ଦିଆଯାଇଛି । ନୁଆଗାଁ ଅବସରପ୍ରାପ୍ତ ଫାର୍ମାସୀ ପି.ଏଚ୍. ସିରେ ତାଲା ବନ୍ଦ ବିଷୟରେ ତୁରନ୍ତ ସମାଧାନ ପାଇଁ ପଦକ୍ଷେପ ନେବାକୁ ସିଡିଏମଓ ଙ୍କୁ ପରାମର୍ଶ ଦେଇଥିଲେ ।         ଶେଷରେ ଜିଲ୍ଲାପାଳ ଶ୍ରୀମତୀ ରଥ ଲୋକଙ୍କ କାମ /ଅସୁବିଧା ନିଜର ଅସୁବିଧା ଭାବି ଜନପ୍ରତିନିଧି ମାନଙ୍କ ସହିତ ଯୋଗସୂତ୍ର ରକ୍ଷାକରି କାର୍ଯ୍ୟ କରିବା ଦରକାର ବୋଲି ବୈଠକରେ ଥିବା ବିଭାଗୀୟ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ଏହି ବୈଠକରେ ବିଭିନ୍ନ ବିଭାଗର ଅଧିକାରୀ, ଜିଲ୍ଲା ପରିଷଦ ସଦସ୍ୟ, ପଞ୍ଚାୟତ ସମିତି ଅଧ୍ୟକ୍ଷା, ଅଧ୍ୟକ୍ଷ, ମେମ୍ବର, ବିଭିନ୍ନ ବିଭାଗର ଯନ୍ତ୍ରୀ, ବିଭାଗୀୟ ଅଧିକାରୀ, ଵିଡିଓ, ତହସିଲଦାର ପ୍ରମୁଖ ଯୋଗ ଦେଇଥିଲେ ।ଶେଷରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ବିଷ୍ଣୁପ୍ରିୟା ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।

Leave a Reply

Your email address will not be published. Required fields are marked *