November 28, 2025
Home » ସଂଗୀତ ନାଟକ ଏକାଡେମୀ ଉପାୟନ ବିଭାଗରେ ପୁରସ୍କୃତ ହେଲେ ବୌଦ୍ଧର ଭବାନୀ ଶଙ୍କର ମହାପାତ୍ର

ସଂଗୀତ ନାଟକ ଏକାଡେମୀ ଉପାୟନ ବିଭାଗରେ ପୁରସ୍କୃତ ହେଲେ ବୌଦ୍ଧର ଭବାନୀ ଶଙ୍କର ମହାପାତ୍ର

0
WhatsApp Image 2025-11-27 at 11.51.00 AM

ସୁବର୍ଣ୍ଣପୁର :ଭୁବନେଶ୍ୱର ସ୍ଥିତ ଲୋକସେବା ଭବନ ଠାରେ ସଂଗୀତ ନାଟକ ଏକାଡେମୀ ତରଫରୁ 2023,2024,2025 ତିନି ବର୍ଷର ପ୍ରାୟ 140 ଜଣ କଳାକାରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ଏଥିରେ ମୁଖ୍ୟଅତିଥି ଭାବେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ସଂମ୍ମାନିତ ଅତିଥି ଭାବେ ବିଧାୟକ ତଥା ସିନେ ତାରକା ସିଦ୍ଧାନ୍ତ ମହାପାତ୍ର ଓ ଆକାଶ ଦାସ ନାୟକ, ବିଧାୟକ ବାବୁ ସିଂ, ଏକାଡେମୀ ସମ୍ପାଦକ ଡ. ଚନ୍ଦ୍ରଶେଖର ହୋତା, ସଭାପତି ବିଜୟ କେତନ ଉପାଧ୍ୟାୟ ମଞ୍ଚାସିନ ଥିଲେ l ଏହି ଅବସରରେ ବୌଦ୍ଧ ରାମଲୀଳା ନାଟ୍ୟ ସଂସଦର ନିର୍ଦ୍ଦେଶକ ତଥା ବରିଷ୍ଠ କଳାକାର ଭବାନୀ ଶଙ୍କର ମହାପାତ୍ରଙ୍କୁ 2025ବର୍ଷର ଉପାୟନ ବିଭାଗରେ ପୁରସ୍କୃତ କରି ଏକ ଲକ୍ଷ ଟଙ୍କାର ଅର୍ଥ ରାଶି ପ୍ରଦାନ କରିଛନ୍ତି l ଏହି କାର୍ଯ୍ୟକ୍ରମରେ ତାଙ୍କ ସହିତ ବୌଦ୍ଧରୁ ଅବସରପ୍ରାପ୍ତ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ତଥା ସଂଗୀତ ନାଟକ ଏକାଡେମୀ ସଦସ୍ୟ ବସନ୍ତ କୁମାର ସାହୁ, ସାମାଜିକକର୍ମୀ ତଥା ବିଜେପି କଳାକାର ପ୍ରକୋଷ୍ଟ ବୌଦ୍ଧ ଜିଲ୍ଲା ସଂଯୋଜକ ଅରୁଣ କୁମାର ମେଣ୍ଡିଲି ଓ ଶ୍ରୀ ମହାପାତ୍ରଙ୍କ ଧର୍ମପତ୍ନୀ ଉପସ୍ଥିତ ଥିଲେ l ଏହି ଖବର ପାଇବା ପରେ ବୌଦ୍ଧବାସୀ ତଥା କଳାକାର ମାନଙ୍କ ମଧ୍ୟରେ ଆନନ୍ଦର ବାତାବରଣ ସୃଷ୍ଟି ହୋଇଛି l ଶ୍ରୀ ମହାପାତ୍ର 1967 ମସିହା ଠାରୁ ଅଧ୍ୟାବଧି ବୌଦ୍ଧ ରାମଲୀଳା ନାଟ୍ୟ ସଂସଦର ସ୍ଥାୟୀ ନିର୍ଦ୍ଦେଶକ ଭାବରେ ଦୀର୍ଘ 58ବର୍ଷ ଧରି ସେବା ପ୍ରଦାନ କରି ଆସୁଥିବା ବେଳେ ସରକାରୀ ସ୍ତରରେ କେବଳ କଳାକାର ଭତ୍ତା ମିଳୁଥିବା ବେଳେ ଆଉ କୌଣସି ସୁବିଧା ନାହିଁ l ଏଣୁ ଜଣେ ସାରା ଜୀବନବ୍ୟାପି କଳା କ୍ଷେତ୍ରରେ ସମୟ ଦେଇ ସମାଜକୁ ଦିଗଦର୍ଶନ ଦେଉଥିବା ଏମିତି ବ୍ୟକ୍ତିଙ୍କୁ ସରକାରୀ ସ୍ତରରେ ଉଚିତ ସମ୍ମାନ ସହ ପରିବାର ପ୍ରତି ଅନୁକମ୍ପା ରହିବା ସହିତ ବଳକା ଜୀବନ ଅତିବାହିତ ନିମନ୍ତେ ପ୍ରୋତ୍ସାହନ ଦେବା ପାଇଁ କଳାକାର ମାନଙ୍କ ତରଫରୁ ଦାବି ହେଉଛି l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *