ସତର୍କତା ଓ ସଚେତନତା ଶକ୍ତି ସଂରକ୍ଷଣ କୁ ତ୍ବରାନ୍ବିତ କରିବ
ପୁରୀ: ଅକ୍ଷୟ ଶକ୍ତି ର ବ୍ୟାପକ ଉପଯୋଗ ସହ ବିଦ୍ୟୁତ ଅପଚୟ କୁ ରୋକିବା ଆମ ସମସ୍ତ ଙ୍କ ଦାୟିତ୍ୱ।ଏଥିପାଇଁ ସବୁ ସ୍ତରରେ ବ୍ୟାପକ ସତର୍କ ଓ ସଚେତନ କରାଇବା ସମ୍ପର୍କରେ ଗୁରୁତ୍ୱ ଦେଇଛନ୍ତି ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ।ଆଜି ଜିଲ୍ଲା ସ୍କୁଲ ପରିସରରେ ଟିପିସିଓଡିଏଲ ପକ୍ଷରୁ ଉର୍ଜା ମେଳା ଅନୁଷ୍ଠିତ ହୋଇଥିଲା।ପୂର୍ବାହ୍ନରେ ଆୟୋଜିତ ଉର୍ଜା ମେଳା ର ବିଭିନ୍ନ ପ୍ରତିଯୋଗିତାକୁ ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ଡଃ ଶରତ ଚନ୍ଦ୍ର ମହାପାତ୍ର ଉଦଘାଟନ କରିଥିଲେ।ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ କୁଇଜ,ସ୍ଲୋଗାନ ଲିଖନ ଓ ବିଜ୍ଞାନ ପ୍ରକଳ୍ପ ଅନୁଷ୍ଠିତ ହୋଇଥିଲା।ପୁରସ୍କାର ବିତରଣ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ଶ୍ରୀ ସେଠୀ ପୂର୍ବାପେକ୍ଷା ବିଦ୍ୟୁତ ବ୍ୟବହାର ଓ ଚାହିଦା ଅନେକ ବୃଦ୍ଧି ପାଇଛି।ସେହିପରି ଅପଚୟ ମାତ୍ରା ମଧ୍ୟ ବଢୁଛି।ଏବେଠାରୁ ଯଦି ଆମେ ସତର୍କ ଓ ସଚେତନ ନ ହେବା ତେବେ ଭବିଷ୍ୟତ ପିଢି ଆମକୁ କ୍ଷମା କରିବ ନାହିଁ।ସେମାନେ ଏକ ବିଶାଳ ଶକ୍ତି ସଂକଟର ସମ୍ମୁଖୀନ ହେବେ।ସେହିପରି ବିଶ୍ବ ତାପାୟନ ବା ଗ୍ଲୋବାଲ ୱ୍ବାର୍ମିଂ ପାଇଁ ମଧ୍ୟ ଆମ ସମସ୍ତେ ଦାୟିତ୍ବବାନ ହେବାକୁ ସେ ଆହ୍ବାନ ଦେଇଥିଲେ।ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ ଯୋଗ ଦେଇ ବିଦ୍ୟୁତ ଅପଚୟ କୁ ରୋକିବା କ୍ଷେତ୍ରରେ ଛାତ୍ରଛାତ୍ରୀ ମାନଙ୍କ ଭୂମିକା ଓ ପିତା ମାତାଙ୍କୁ ସଚେତନ କରାଇବା ଜିଲ୍ଲା ଆଇନ ପ୍ରାଧିକରଣର ସଦସ୍ୟ ସୁଧିର ଘୋଷ ଅକ୍ଷୟ ଶକ୍ତି ର ଉତ୍ସକୁ ଆହୁରି ଅଧିକ ପରିବ୍ୟାପ୍ତ କରିବା, ଶକ୍ତି ସଂରକ୍ଷଣ କରିବା, ଟିପିସିଓଡିଏଲ ସର୍କଲ ହେଡ ପ୍ରଦୀପ କୁମାର ଦାସ ଓ ବିଜ୍ଞାନ ସୁପରଭାଇଜର ଶ୍ରୀକୁମାର ଆଚାର୍ଯ୍ୟ ଶକ୍ତି ଉତ୍ପାଦନ, ସଂଚୟ,ସଂରକ୍ଷଣ ଓ ଅପଚୟ ରୋକିବା,ବିଦ୍ୟୁତ ଛିଡି ଥିଲେ, ଖୋଲା ଥିଲେ ତାହା ଠାରୁ ଦୂରେଇ ରହିବା ଓ ତୁରନ୍ତ ବିଦ୍ୟୁତ ବିଭାଗ କୁ ସୂଚନା ଦେବାକୁ ଅନୁରୋଧ କରିଥିଲେ।ଟିପିସିଓଡିଏଲ ସିଏସଆର ର ଓଡିଶା ହେଡ ପ୍ରଦୀପ ଘୋସଲା ଉର୍ଜା ମେଳା ଆୟୋଜନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିବା ସହ ଆସନ୍ତା କାଲି ଦିଲ୍ଲୀରେ ଜାତୀୟ ମେଳା ଅନୁଷ୍ଠିତ ହେଉଥିବା ଓ ଏଥିରେ ଓଡ଼ିଶାର ୨୩ ଜଣ ପ୍ରତିଭାବାନ ଯୋଗ ଦେବାକୁ ମନୋନୀତ ହୋଇଛନ୍ତି ବୋଲି କହିଥିଲେ।ଛାତ୍ର ଛାତ୍ରୀ ମାନଙ୍କୁ,ଲୋକ ମାନଙ୍କୁ ସଚେତନ କରିବା ପାଇଁ ଉର୍ଜା ସାଥି ମାନେ ସ୍ବେଚ୍ଛାସେବୀ ଭାବେ କାର୍ଯ୍ୟ କରୁଛନ୍ତି ବୋଲି କହିଥିଲେ। କାର୍ଯ୍ୟକ୍ରମ କୁ ରଶ୍ମିତା ପଟ୍ଟନାୟକ ସଞ୍ଚାଳନ କରିଥିବା ବି ଳେ ସତ୍ଯ ବିଶ୍ୱାଳ ଓ ଟିପିସିଓଡିଏଲ କର୍ମଚାରୀ ମାନେ ସହଯୋଗ କରିଥିଲେ।ପରେ ବିଭିନ୍ନ ପ୍ରିଯୋଗିତାର କୃତି ପ୍ରତିଯୋଗୀ ଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ।
ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )
