ସତ୍ୟନାରାୟଣ ବହିଦାର ଟ୍ରଷ୍ଟ ବୋର୍ଡ ସଦସ୍ୟ ମନୋନୀତ
ଟିଟିଲାଗଡ,୨୦/୬(ଜେଏନ୍ଏସ),ଟିଟିଲାଗଡ ର ପ୍ରସିଦ୍ଧ ଶ୍ରୀ ଦଧିବାମନ ମହାପ୍ରଭୁ ଓ ଧବଳେଶ୍ୱର ମହାଦେବ ମନ୍ଦିର ର ଅନ୍ତରୀଣ ଟ୍ରଷ୍ଟ ବୋର୍ଡ ର ସଦସ୍ୟ ଭାବରେ ସମାଜସେବୀ ସତ୍ୟ ନାରାୟଣ ବହିଦାର ମନୋନୀତ ହୋଇଛନ୍ତି।ଓଡ଼ିଶା ଦେବୋତ୍ତର କମିଶନର ସତ୍ୟ ନାରାୟଣ ଷଡ଼ଙ୍ଗୀ ଙ୍କ ଆଦେଶ ଅନୁଯାୟୀ ଜାରି ବିଭାଗୀୟ ପତ୍ର ସଂଖ୍ୟା ୬୫୩୨(୫) ତା ୧୬/୬/୨୬ ଅନୁସାରେ ଏହି ବୋର୍ଡ କାର୍ଯ୍ୟକ୍ଷମ ହୋଇଛି। ମନ୍ଦିର ସମ୍ପତ୍ତିର ସୁରକ୍ଷା ଓ ସୁ ପରିଚାଳନା ପାଇଁ ଏହି ଅନ୍ତରୀଣ ବ୍ୟବସ୍ଥା କରାଯାଇଛି।

ଗଠିତ ଅନ୍ତରୀଣ ଟ୍ରଷ୍ଟ ବୋର୍ଡ ରେ ଟିଟିଲାଗଡ ଉପଜିଲ୍ଲାପାଳ,ଟିଟିଲାଗଡ ବିଧାୟକ ନବୀନ ଜୈନ,ଭବାନୀ ପ୍ରସାଦ ହୋତା,ସତ୍ୟ ନାରାୟଣ ବହିଦାର ଏବଂ ସଞ୍ଜୀବ କୁମାର ପାଢ଼ୀ ସଦସ୍ୟ ଭାବରେ ମନୋନୀତ ହୋଇଛନ୍ତି।ଏହି ଅନ୍ତରୀଣ ଟ୍ରଷ୍ଟ ବୋର୍ଡ ଏକ ବର୍ଷ ପର୍ଯ୍ୟନ୍ତ କିମ୍ବା ପରବର୍ତ୍ତୀ ଆଦେଶ ଯାଏ କାର୍ଯ୍ୟକ୍ଷମ ରହିବ ବୋଲି ବିଭାଗୀୟ ସୂଚନା ମିଳିଛି।ଏହି ଦାୟିତ୍ୱ ପାଇଁ ଶ୍ରୀ ବହିଦାର ଦେବୋତ୍ତର ବିଭାଗକୁ ଧନ୍ୟବାଦ ଜଣାଇବା ସହ ନିଷ୍ଠାର ସହ କାର୍ଯ୍ୟ ତୁଲାଇବା ନେଇ ଉଲ୍ଲେଖ କରିଛନ୍ତି।
santosh kejerwal nka report
