ସନ୍ତରଣ ପ୍ରତିଯୋଗିତାରେ ରୋପ୍ୟ ପଦକ ହାସଲ କଲେ ସୁବର୍ଣ୍ଣପୁର କେନ୍ଦ୍ରୀୟ ବିଦ୍ୟାଳୟ ର ଛାତ୍ର ସ୍ଵପ୍ନଜିତ୍
ସୁବର୍ଣ୍ଣପୁର ଜିଲ୍ଲାର ପ୍ରଥମ ସନ୍ତରଣକାରୀ ଭାବେ ଜାତୀୟ ସ୍ତର କୁ ଯାଇ ରୌପ୍ୟ ପଦକ ହାସଲ କରିବାରେ ସଫଳ ହୋଇଛନ୍ତି ସୁବର୍ଣ୍ଣପୁର କେନ୍ଦ୍ରୀୟ ବିଦ୍ୟାଳୟ ର ଦଶମ ଶ୍ରେଣୀ ଛାତ୍ର ସ୍ଵପ୍ନଜିତ୍ ମିଶ୍ର। ବାଙ୍ଗାଲୋର ଠାରେ ଅନୁଷ୍ଠିତ ୨ତାରିଖ ରୁ ୬ ତାରିଖ ପର୍ଯ୍ୟନ୍ତ ୧୯ବର୍ଷ ରୁ କମ୍ ବଟରଫ୍ଲlୟ ଇଭେଣ୍ଟ ରେ ସ୍ୱପ୍ନଜିତ୍ ହାସଲ କରିଛନ୍ତି ରୌପ୍ୟ ପଦକ ।କଠିନ ପରିଶ୍ରମ ର ଫଳ ସବୁବେଳେ ମିଠା ହୋଇଥାଏ। ସୁବର୍ଣ୍ଣପୁର ସ୍ଥିତ ରାମେଶ୍ବର ଷ୍ଟାଡିୟମ୍ ପରିସର ରେ ଥିବା ବିଜୁ ପଟ୍ଟନାୟକ ସନ୍ତରଣାଗାର ରେ କୋଚ୍ ଶ୍ରୀ ସଞ୍ଜୟ ପାଣ୍ଡେ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପ୍ରଶିକ୍ଷଣ ନେଉଥିଲେ ସ୍ଵପ୍ନଜିତ୍।ପ୍ରତିଦିନ ବିଦ୍ୟାଳୟ ରୁ ଆସି ଅପରାହ୍ନ ରେ ପ୍ରଶିକ୍ଷଣ ପାଇଁ ସେ ଯାଇଥାନ୍ତି ସନ୍ତରଣ ଶିକ୍ଷା ପାଇଁ ।ବର୍ତ୍ତମାନ ସେ ମନୋନୀତ ହୋଇ ନିଜକୁ ପ୍ରସ୍ତୁତ କରୁଛନ୍ତି ଦିଲ୍ଲୀ ରେ ଅନୁଷ୍ଠିତ ହେବାକୁ ଥିବା ଏସ ଜି ଏଫ୍ ଆଇ ସନ୍ତରଣ ମିଟ୍ ପାଇଁ।ନିଜ ସଫଳତା ର ଶ୍ରେୟ ସେ ନିଜ ପିତାମାତା ଙ୍କ ସମେତ ନିଜ କୋଚ୍ ଓ କେନ୍ଦ୍ରୀୟ ବିଦ୍ୟାଳୟ ର ଶିକ୍ଷକ ଙ୍କୁ ଦେଇଛନ୍ତି l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
