November 6, 2024
Home » ସପ୍ତଦଶ ରାଜ୍ୟସ୍ତରୀୟ କଳିଙ୍ଗ ହର୍ବାଲ ମେଳା

ସପ୍ତଦଶ ରାଜ୍ୟସ୍ତରୀୟ କଳିଙ୍ଗ ହର୍ବାଲ ମେଳା

0

ଭୁବନେଶ୍ୱର : ରାଜ୍ୟ ଔଷଧୀୟ ଉଦ୍ଭଦ୍ର ପରିଷଦ, ଓଡିଶା ଗତ ୨୦୦୮ ମସିହାରୁ ରାଜ୍ୟ ଓ ଆଞ୍ଚଳିକ ସ୍ତରରେ କଳିଙ୍ଗ ହର୍ବାଲମେଳା ଆୟୋଜନ କରିଆସୁଅଛି ।ଏହି ମେଳାରେ ଔଷଧୀୟ ବୃକ୍ଷଲତା ସହ ସମ୍ପୃକ୍ତ ଚାଷୀ, ପ୍ରାଥମିକ ସଂଗ୍ରହକାରୀ, ବନସୁରକ୍ଷା ସମିତିର ସଭ୍ୟ , ପାରମ୍ପରିକ ଚିକିତ୍ସକ ,ବ୍ୟବସାୟୀ, ଅଣସରକାରୀ ସଂଗଠନ, ଔଷଧ ପ୍ରସ୍ତୁତକାରୀ ଓ
ରପ୍ତାନୀକାରୀମାନେ ଅଂଶଗ୍ରହଣ କରନ୍ତି। ପ୍ରତିବର୍ଷ ପରି ଚଳିତ ବର୍ଷ ଓଡିଶା ରାଜ୍ୟ ଔଷଧୀୟ ଉଭିଦ ପରିଷଦ ତରଫରୁ ଭୁବନେଶ୍ବର ଇଡ଼କୋ ପ୍ରଦର୍ଶନୀ ପଡିଆରେ ସପ୍ତଦଶ ରାଜ୍ୟ ସ୍ତରୀୟ କଳିଙ୍ଗ ହର୍ବାଲ ମେଳା ନଭେମ୍ବର ୬ ତାରିଖରୁ ୧୨ ତାରିଖ ପ୍ରତ୍ୟହ ଦିନ ୧୦ଟାରୁ ସନ୍ଧ୍ୟା ୯ଟା ପର୍ଯ୍ୟନ୍ତ ସର୍ବସାଧାରଣ ପରିଦର୍ଶନ ନିମନ୍ତେ ଖୋଲାରହିବ। ଶ୍ରୀଯୁକ୍ତ ଗଣେଶ ରାମ ସିଂଖୁଣ୍ଟିଆ,ମାନ୍ୟବର ମନ୍ତ୍ରୀ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ, ଓଡିଶା ସରକାର ଆନୁଷ୍ଠାନିକ ଭାବେ ନଭେମ୍ବର ୬ ତାରିଖ ସନ୍ଧ୍ୟା ୬.୦୦ ଘଟିକାରେ ଉଦ୍ଘାଟନ କରିବାର ଅଛି । ଏହି ଉଦ୍ଘାଟନ ସମାରୋହରେ ଶ୍ରୀଯୁକ୍ତ ସତ୍ୟବ୍ରତ ସାହୁ, ଭା. ପ୍ର. ସେ. , ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ,ଓଡିଶା ଓ ଶ୍ରୀଯୁକ୍ତ ଦେବୀଦତ୍ତ ବିଶ୍ବାଳ,ଭା. ବ. ସେ. ତଥା ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଓ ଜଙ୍ଗଲ ବାହିନୀ ମୁଖ୍ୟ, ଓଡିଶା ଉପସ୍ଥିତ ରହିବେ । ଏହି ମେଳାରେ ୧୩୦ ଗୋଟି ଷ୍ଟଲ ଖୋଲାଯାଇଛି ଏବଂ ଏଥରେ ରାଜ୍ୟ ଓ ରାଜ୍ୟ ବାହାରୁ ଔଷଧୀୟ ବୃକ୍ଷଲତା ସହ ସମ୍ପୃକ୍ତ ବ୍ୟକ୍ତିବିଶେଷ, ଓଡିଶାର ବିଭିନ୍ନ ଜିଲ୍ଲାରୁ ଅଭିଜ୍ଞ ବୈଦ୍ୟ ଓ କବିରାଜ, ସ୍ବୟଂ ସହାୟକ ଗୋଷ୍ଠୀ, ବନ ସଂରକ୍ଷଣ ସମିତି ତଥା ଆମ ରାଜ୍ୟର କେତେକ ଔଷଧୀୟ ପ୍ରସ୍ତୁତକାରୀ କମ୍ପାନୀ ଅଂଶଗ୍ରହଣ କରୁଛନ୍ତି ।ଏହି ମେଳାରେ ଡାବର, ଇମାମି, ଆର୍ୟା ବୈଦ୍ୟଶାଳା, କେରଳ, ମୁଲତାନି, ମୋଦି କେୟାର ଭଳି ପ୍ରତିଷ୍ଠିତ ଆୟୁର୍ବେଦିକ ଔଷଧ ଉତ୍ପାଦନକାରୀ କମ୍ପାନୀ, ସରକାରୀ ସଂଗଠନ ମାନେଅଂଶଗ୍ରହଣ କରୁଛନ୍ତି ।ସରକାରୀ ସଂସ୍ଥା ମଧ୍ଯରେ ଓଡିଶା ବନାଞ୍ଚଳ ଉନୟନ ପ୍ରକଳ୍ପ, ଆଞ୍ଚଳିକ ଉଦ୍ଭଦ ଗବେଷଣା କେନ୍ଦ୍ର, ଭୁବନେଶ୍ବର, ଔଷଧୀୟ ଉଭିଦ ଜ୍ଞାନ କେନ୍ଦ୍ର, ପାତ୍ରପଡା, ଏକାମ୍ର ବନ ଔଷଧୀୟ ଉଦ୍ଭଦ ଉଦ୍ୟାନ, ବିନ୍ଦୁସାଗର, ଭୁବନେଶ୍ବର ତଥା ଓଡିଶା ବାଉଁଶ ଉନୟନ ସଂସ୍ଥା ଅନ୍ତର୍ଭୁକ୍ତ। ଗତ ବର୍ଷ ଉକ୍ତ ହର୍ବାଲ ମେଳାରେ ପ୍ରାୟ ୭୫ ଲକ୍ଷ ଟଙ୍କାର ବ୍ୟବସାୟ ହୋଇଥିଲା।ଏହି ମେଳାରେ ଅନ୍ୟାନ୍ୟ ଆକର୍ଷଣ ମଧ୍ୟରେ ସର୍ବସାଧାରଣଙ୍କ ନିମନ୍ତେ ମାଗଣାରେ ସ୍ବାସ୍ଥ୍ୟ ପରୀକ୍ଷାର ବ୍ୟବସ୍ଥା , ବୟସ୍କ ନାଗରିକମାନଙ୍କର ଦୁରାରୋଗ୍ୟ ବ୍ୟାଧ୍ ଯଥା ଅମ୍ଳପିତ୍ତ, ଆମବାତ, ଗଣ୍ଠି ବାତ, ଶ୍ଵାସ ରୋଗ, ମଧୁମେହ, ସ୍ତ୍ରୀ ରୋଗ , ଉଚ୍ଚ ରକ୍ତଚାପ ଓ ହୃଦରୋଗ ଇତ୍ୟାଦି ଉପରେ ଆଲୋଚନା ଚକ୍ର, ବୈଦ୍ୟ କର୍ମଶାଳା ର ଆୟୋଜନ କରାଯିବା ସହିତ ଏହି ମେଳାରେ ମଧ୍ୟ ଯୋଗ ପ୍ରଶିକ୍ଷଣ ଶିବିରର ଆୟୋଜନ କରାଯାଇଛି । ଏତଦ ବ୍ୟତୀତ ବିଭିନ୍ନ ପ୍ରକାରର ଚିକିତ୍ସା ପଦ୍ଧତି ଯଥା ଆୟୁର୍ବେଦ, ପଞ୍ଚକର୍ମ, ଯୋଗ ଓ ପ୍ରାକୃତିକ ଚିକିତ୍ସା, ହୋମିଓପାଥ୍ ଚିକିତ୍ସା ମାଧ୍ୟମରେ ପରାମର୍ଶ ଓ ଚିକିତ୍ସା ବ୍ୟବସ୍ଥା ରହିଛି ।ଏତଦ
ବ୍ୟତୀତ ପ୍ରତିଦିନ ସନ୍ଧ୍ୟାରେ ସଂସ୍କୃତି ବିଭାଗ, ଓଡିଶା ସରକାରଙ୍କର ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।ଏଥ‌ିରେ ଜନସାଧାରଣ ବହୁ ସଂଖ୍ୟାରେ ଯୋଗଦାନ କରି ଉପକୃତ ହେବା ପାଇଁ ଚେଷ୍ଟା ଜାରି ରହିଛି ।ପ୍ରଚାର ଗାଡି ଦ୍ବାରା ଭୁବନେଶ୍ବର- କଟକ ଦୈତ୍ୟ ନଗରୀରେ ଜନସାଧାରଣଙ୍କୁ ଜଣାଇ ଦିଆଯିବାର ବ୍ୟବସ୍ଥା କରାଯାଇଅଛି। ଆସନ୍ତା ତା – ୨-୧୧-୨୦୨୪ ରିଖ ସନ୍ଧ୍ୟା ୬ ଘଟିକାରେ ଉଦଯାପନ ଉତ୍ସବ ଅନୁଷ୍ଠିତ ହେବା

Leave a Reply

Your email address will not be published. Required fields are marked *