ସପ୍ତମ ମହଲାରୁ ତଳକୁ ପଡ଼ି ଯୁବକ ମୃତ
ବଳିଆପଣ୍ଡା ଥାନା ଅନ୍ତର୍ଗତ ୱାଇଲ୍ଡବେରି ହୋଟେଲରେ ଭୋରୁ ଭୋରୁ ଏକ ଦୁଃଖଦ ଘଟଣା ଘଟିଛି। ସୁନ୍ଦରଗଡର ଅର୍ଜୁନ କିଶାନ ନାମକ ଜଣେ ବ୍ୟକ୍ତି ହୋଟେଲର ସପ୍ତମ ମହଲାରୁ ତଳକୁ ପଡ଼ି ଯାଇଥିଲେ । ଘଟଣାର ସୂଚନା ପାଇବାମାତ୍ରେ ବଳିଆପଣ୍ଡା ଥାନା ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସେହି ବ୍ୟକ୍ତିଙ୍କୁ ଚିକିତ୍ସା ପାଇଁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣାର ପ୍ରକୃତ କାରଣ ଓ କେଉଁ ପରିସ୍ଥିତିରେ ଏହା ଘଟିଛି, ସେ ସମ୍ପର୍କରେ ବଳିଆପଣ୍ଡା ଥାନା ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଛି। ତଦନ୍ତ ପରେ ଆବଶ୍ୟକୀୟ ଆଇନଗତ ପଦକ୍ଷେପ ଗ୍ରହଣ କରାଯିବ।
