ସଫଳ ଚାଷୀ ରୂପେ ପୁରସ୍କୃତ ହେଲେ ତ୍ରିନାଥ

ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ ର ୬୪ତମ ପ୍ରତିଷ୍ଠା ଦିବସ ଭୁବନେଶ୍ୱର କୃଷି ଶିକ୍ଷା ଶାସନ ଠାରେ ଅନୁଷ୍ଠିତ ହୋଇଯାଇଛି।କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରୂପେ ମହାମହିମ ରାଜ୍ୟପାଳ ହରିବାବୁ କମ୍ଭମପତି,ସମ୍ମାନିତ ଅତିଥି ରୂପେ କୃଷି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ,ପଶୁ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳ ନନ୍ଦ ମଲ୍ଲିକ,ଅଧ୍ୟକ୍ଷ ପ୍ରସନ୍ନ ଜିତ୍ ମିଶ୍ର,କୁଳପତି ପ୍ରଫେସର କେ ରାଉଳ ପ୍ରମୁଖ ମଞ୍ଚାସିନ ଥିଲେ।ଏହି ଅବସର ରେ ବିଭିନ୍ନ ଚାଷ ରେ ସଫଳତା ହାସଲ କରିଥିବା ପ୍ରଗତିଶୀଳ କୃଷକ ଙ୍କୁ ରାଜ୍ୟପାଳ ଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଥିଲା।ଏହି କ୍ରମ ରେ ରାୟଗଡ଼ କୃଷି ବିଜ୍ଞାନ କେନ୍ଦ୍ର ପକ୍ଷରୁ ଚୟନ ହୋଇଥିଲେ ରାମାନାଗୁଡ଼ା ବ୍ଲକ ର ସଫଳ ଯୁବ ଚାଷୀ ତ୍ରିନାଥ ମାଣ୍ଡାଙ୍ଗି।ଉଦ୍ୟାନ ବିଭାଗ ସହାୟତା ରେ ଛତୁ ଚାଷ ,ଫଳ ଚାଷ,ପନିପରିବା ଓ ମହୁ ଚାଷ କରି ସଫଳତା ହାସଲ କରିଥିବା ହେତୁ ଏହି କାର୍ଯ୍ୟକ୍ରମ ରେ ତ୍ରିନାଥ ଙ୍କୁ ସ୍ମାର୍ଟ କୃଷକ ଭାବେ ରାଜ୍ୟପାଳ ସମ୍ବର୍ଦ୍ଧିତ କରିଥିଲେ।ତ୍ରିନାଥ କହିଛନ୍ତି ସରକାର ଙ୍କ ଉଦ୍ୟାନ ବିଭାଗ,କୃଷି ବିଜ୍ଞାନ କେନ୍ଦ୍ର,କୃଷି ବିଭାଗ ର ସହାୟତା ଓ ପରାମର୍ଶ ରେ ମୁ ଚାଷ କାର୍ଯ୍ୟ ରେ ଆଗକୁ ବଢ଼ିଛି ଏଥି ପାଇଁ ସରକାର ଙ୍କୁ ଧନ୍ୟବାଦ ଦେବା ସହ ଆଗାମୀ ଦିନ ରେ ଆମ ବ୍ଲକ ରେ ଏମିତି ଅନେକ ଚାଷୀ ଆଗକୁ ଆସନ୍ତୁ ଚାଷ କାମ ରେ ସଫଳ ହୁଅନ୍ତୁ ।ତ୍ରିନାଥ ଙ୍କ ଏହି ସଫଳତା ରେ କୃଷି ବିଜ୍ଞାନ କେନ୍ଦ୍ର ରାୟଗଡ଼ ମୁଖ୍ୟ ସସ୍ମିତା ମହାନ୍ତି,ବୈଜ୍ଞାନିକ ରାଜୀବ ଟୁଡୁ,ଭାମିନି ସରପଞ୍ଚ ରିତୁପ୍ରଭା ଗମାଙ୍ଗ,ସାଂସଦ ପ୍ରତିନିଧି ଜି ପ୍ରସାଦ ,ଉଦ୍ୟାନ ବିଭାଗ ଅକ୍ଷୟ କୁମାର ପଣ୍ଡା ପ୍ରମୁଖ ଶୁଭେଛା ଜଣାଇଛନ୍ତି।