September 21, 2026
Home » ସଫଳତା ର ସହ ସମାପ୍ତ, ଧର୍ମଗଡ଼ ନିର୍ବାଚନମଣ୍ଡଳୀର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶିତ।

ସଫଳତା ର ସହ ସମାପ୍ତ, ଧର୍ମଗଡ଼ ନିର୍ବାଚନମଣ୍ଡଳୀର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶିତ।

0
WhatsApp Image 2026-09-21 at 2.02.28 PM
ମୋଟ ୨,୪୯,୨୬୫ ଜଣ ଭୋଟର ଓ ୬୭ଟି ନୂତନ ମତଦାନ କେନ୍ଦ୍ର ଗଠିତ…..
ଧର୍ମଗଡ଼: ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାନୁସାରେ ୭୯-ଧର୍ମଗଡ଼ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଶେଷ ସଘନ ଭୋଟର ତାଲିକା ସଂଶୋଧନ (SIR)-୨୦୨୬ ପ୍ରକ୍ରିୟା ସଫଳତାର ସହ ସମ୍ପନ୍ନ ହୋଇଛି। ଆଜି ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ କରାଯାଇଛି।
ଏହି ଅବସରରେ ଧର୍ମଗଡ଼ର ଉପଜିଲ୍ଲାପାଳ ତଥା ନିର୍ବାଚନ ପଞ୍ଜୀକରଣ ଅଧିକାରୀ ସୁଶ୍ରୀ ପ୍ରେକ୍ଷା ଅଗ୍ରୱାଲ, ଭା.ପ୍ର.ସେ., ତହସିଲଦାର କୀର୍ତ୍ତି ଚନ୍ଦ୍ର ପ୍ରଧାନ,ଡେପୁଟି ଜିଲ୍ଲାପାଳ ଶ୍ରୀମତି ସୋନମ ଅଗ୍ରୱାଲ, ସହାୟକ ଜିଲ୍ଲାପାଳ  ଶ୍ରୀକାନ୍ତ ଶତପଥୀ, ବିଭିନ୍ନ ମାନ୍ୟତାପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧି  ହିମାଂଶୁ ଶେଖର ପଣ୍ଡା, ଧୀରେନ୍ଦ୍ର ପାତ୍ର, ପ୍ରେମଲାଲ ସାଗର ଏବଂ ସମସ୍ତ ବୁଥ୍ ସ୍ତରୀୟ ସୁପରଭାଇଜରଙ୍କ ଉପସ୍ଥିତିରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ କରାଯାଇଥିଲା।
ଚୂଡ଼ାନ୍ତ ଭୋଟର ତାଲିକା ଅନୁଯାୟୀ ଧର୍ମଗଡ଼ ନିର୍ବାଚନମଣ୍ଡଳୀରେ ବର୍ତ୍ତମାନ ମୋଟ ୨,୪୯,୨୬୫ ଜଣ ଭୋଟର ଅଛନ୍ତି। SIR ପ୍ରକ୍ରିୟା ଅନ୍ତର୍ଗତ ଧର୍ମଗଡ଼ ନିର୍ବାଚନମଣ୍ଡଳୀରେ ୬୭ଟି ନୂତନ ମତଦାନ କେନ୍ଦ୍ର ଗଠନ କରାଯାଇଛି। ଫଳସ୍ୱରୂପ, ପୂର୍ବରୁ ଥିବା୨୯୪ ଟି ମତଦାନ କେନ୍ଦ୍ରର ସଂଖ୍ୟା ବୃଦ୍ଧି ପାଇ ବର୍ତ୍ତମାନ ୩୬୧ଟି ମତଦାନ କେନ୍ଦ୍ର ହୋଇଛି।SIR ପ୍ରକ୍ରିୟା ସମୟରେ ବୁଥ୍ ସ୍ତରୀୟ ଅଧିକାରୀମାନଙ୍କ ଦ୍ୱାରା ଘରକୁ ଘର ଯାଇ ଭୋଟରମାନଙ୍କ ତଥ୍ୟ ଯାଞ୍ଚ, ଭୋଟର ତଥ୍ୟର ମ୍ୟାପିଂ ଓ ଆବଶ୍ୟକ ସଂଶୋଧନ, ଖସଡ଼ା ଭୋଟର ତାଲିକା ପ୍ରକାଶ, ଦାବି ଓ ଆପତ୍ତି ଗ୍ରହଣ ଏବଂ ନିୟମାନୁସାରେ ଏହାର ଫଇସଲା କରାଯାଇଥିଲା। ଚୂଡ଼ାନ୍ତ ଭୋଟର ତାଲିକା ସମସ୍ତ  ମତଦାନ କେନ୍ଦ୍ରଗୁଡ଼ିକରେ ସାଧାରଣ ଯାଞ୍ଚ ନିମନ୍ତେ ଉପଲବ୍ଧ କରାଯାଇଛି। ସମସ୍ତ ଭୋଟର ଚୂଡ଼ାନ୍ତ ଭୋଟର ତାଲିକାରେ ନିଜ ନାମ ଓ ଭୋଟର ସମ୍ବନ୍ଧୀୟ ବିବରଣୀ ଯାଞ୍ଚ କରିବାକୁ ଉପଜିଲ୍ଲାପାଳ ଅନୁରୋଧ କରିଛନ୍ତି।SIR-୨୦୨୬ ପ୍ରକ୍ରିୟାର ସଫଳ ସମାପନ ନିମନ୍ତେ ଉପଜିଲ୍ଲାପାଳ ସମସ୍ତ ବୁଥ୍ ସ୍ତରୀୟ ଅଧିକାରୀ, ବୁଥ୍ ସ୍ତରୀୟ ସୁପରଭାଇଜର, ସହାୟକ ନିର୍ବାଚନ ପଞ୍ଜୀକରଣ ଅଧିକାରୀ, ନିର୍ବାଚନ କର୍ମଚାରୀ, ମାନ୍ୟତାପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧି ଏବଂ ଧର୍ମଗଡ଼ ନିର୍ବାଚନମଣ୍ଡଳୀର ସମସ୍ତ ଭୋଟରଙ୍କୁ ସେମାନଙ୍କର ସହଯୋଗ ଓ ସକ୍ରିୟ ଅଂଶଗ୍ରହଣ ପାଇଁ ଧନ୍ୟବାଦ ଜଣାଇଥିଲେ।
ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Leave a Reply

Your email address will not be published. Required fields are marked *