November 13, 2025
Home » ସମଗ୍ର ପଶ୍ଚିମ ଓଡ଼ିଶା ସକାଶେ ପାତାଳୀ ଶ୍ରୀକ୍ଷେତ୍ର ରୁ ବାହାରିଲା ନବାନ୍ନ ଭକ୍ଷଣ ର ନିର୍ଦ୍ଧାରିତ ଲଗ୍ନ

ସମଗ୍ର ପଶ୍ଚିମ ଓଡ଼ିଶା ସକାଶେ ପାତାଳୀ ଶ୍ରୀକ୍ଷେତ୍ର ରୁ ବାହାରିଲା ନବାନ୍ନ ଭକ୍ଷଣ ର ନିର୍ଦ୍ଧାରିତ ଲଗ୍ନ

0
WhatsApp Image 2025-08-16 at 3.46.11 PM

ସୁବର୍ଣ୍ଣପୁର: ଆଜି ନନ୍ଦ ଉତ୍ସବ ଅବସରରେ ପାତାଳୀ ଶ୍ରୀକ୍ଷେତ୍ର ଟ୍ରଷ୍ଟ , କୋଟସମଲେଇ ଓ ଜିଲ୍ଲାର ବରିଷ୍ଟ ପଣ୍ଡିତ ମଣ୍ଡଳୀ ଙ୍କ ଦ୍ଵାରା ପାତାଳୀ ମଣ୍ଡପ ଠାରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଆଜ୍ଞା ମାଳ ପ୍ରାପ୍ତ କରି ଆସନ୍ତା ଗଣପର୍ବ ନୂଆଖାଇ (ନବାନ୍ନ) ସକାଶେ ଭାଦ୍ରବ ଶୁକ୍ଳ ପକ୍ଷ ପଞ୍ଚମୀ (ଋଷିି ପଞ୍ଚମୀ)ତା ,୨୮ .୦୮.୨୦୨୫ ପ୍ରଶସ୍ତ ତୁଳା ଲଗ୍ନେ ମିଥୁନ ନଵା‍ଂଶେ ଦିବା ଘ, ୧୧.୧୦.ମି. ଗତେ: ୧୧.୨୫ମି ମଧ୍ୟେ ମାହେନ୍ଦ୍ର ସମୟରେ ପଶ୍ଚିମ ଓଡ଼ିଶା ର ସମସ୍ତ ଦେବାଦେବୀ ମନ୍ଦିର ଓ ଗୃହ ଦେବାଦେବୀଙ୍କ ଠାରେ ନବାନ୍ନ ଭୋଗ ଅର୍ପଣ କରାଯିବ ଓ ନବାନ୍ନ ଭକ୍ଷଣ କରାଯିବ । ଏହି ଲଗ୍ନ କୁ ସର୍ବସମ୍ମୁଖରେ ପ୍ରଭୁ ଙ୍କ ପାଦତଳେ ଅର୍ପଣ କରାଯାଇଛି । ସୁବର୍ଣ୍ଣପୁର ଜିଲ୍ଲାର ଜ୍ୟୋତିର୍ବିଦ୍ୟା ବାଚସ୍ପତି ମେଡେନ କୁମାର ବିଶି, ପଣ୍ଡିତ ମନୋ ରଂଜନ ପାଢ଼ୀ, ଜ୍ୟୋତିର୍ବିଦ ଯୋଗେନ୍ଦ୍ର ହୋତା, ପଣ୍ଡିତ ଗୌର ଚରଣ ନନ୍ଦ, ଜ୍ୟୋତିର୍ବିଦ ସନ୍ତୋଷ କୁମାର ପୁରୋହିତ, ଜ୍ୟୋତିର୍ବିଦ ରାମ କୃଷ୍ଣ ପଣ୍ଡା, , ଦେବାର୍ଚ୍ଚନ ଦାଶ, ପଣ୍ଡିତ ବଳରାମ ପୁରୋହିତ ,ପଣ୍ଡିତ ବିଶ୍ୱେଶ୍ୱର ପାଢ଼ୀ, ପଣ୍ଡିତ ପ୍ରମୋଦ କୁମାର ମିଶ୍ର, ରଘୁନାଥ ପଣ୍ଡା କାମପାଳ ନାୟକ,ସେବାୟତ ସଂଘ ସଭାପତି, ଗୋପାଳ ପଣ୍ଡା ପୂଜକ ଗୁଣାକାର ପଣ୍ଡା, ବୀରମିତ୍ର ପଧାନ, ନଳିନୀ କାନ୍ତ ବାଘ, ମିତ୍ରଭାନୁ ମହାକୁର, ଅଭିଷେକ ଦେହୁରୀ , ଟିକୁନ କୁମାର ଦାଶ , ମନୋଜ ପଣ୍ଡା, ପାତାଳି ଟ୍ରଷ୍ଟ ସଦସ୍ୟ ମହାଦେବ ସାହୁ ପ୍ରମୁଖ ଉପସ୍ଥିତ ଥିଲେ l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..

Leave a Reply

Your email address will not be published. Required fields are marked *