October 29, 2026
Home » ସମସ୍ୟା ସମାଧାନ ପାଇଁ ଦାବିପତ୍ର ପ୍ରଦାନ କଲା ଅଲିଭା ମହାସଂଘ

ସମସ୍ୟା ସମାଧାନ ପାଇଁ ଦାବିପତ୍ର ପ୍ରଦାନ କଲା ଅଲିଭା ମହାସଂଘ

0
WhatsApp Image 2026-10-27 at 5.22.51 PM

 ସୁବର୍ଣ୍ଣପୁର : ଅଲିଭା ମହାସଂଘ ତରଭା ବ୍ଲକ ପକ୍ଷରୁ ଜିଲ୍ଲା ସ୍ତରୀୟ ଅଧିକାରୀ ମାନଙ୍କୁ ଭେଟି ଦାବିପତ୍ର ପ୍ରଦାନ କରାଯାଇଛି l
‎ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ଅଲିଭା ମହାସଂଘର ସଭାନେତ୍ରୀ ଆହୁତି କୁମ୍ଭାରଙ୍କ ନେତୃତ୍ୱରେ ମହାସଂଘର ସଦସ୍ୟା ମାନେ ଜିଲ୍ଲା ସ୍ତରୀୟ ପ୍ରଶାସନିକ ଅଧିକାରୀ ମାନଙ୍କୁ ସାକ୍ଷାତ କରି ତରଭା ବ୍ଲକର ବିଭିନ୍ନ ସମସ୍ୟା ଗୁଡିକର ସମାଧାନ କରିବା ପାଇଁ ଅଲିଭା ଗ୍ରାମପଞ୍ଚାୟତ ମହିଳା ପ୍ରତିନିଧି ସଂଘର କର୍ମକର୍ତ୍ତା ମାନେ ଜିଲ୍ଲାପାଳ ଦେବାଶିଷ ସିଂ ଙ୍କୁ ଭେଟି ସମସ୍ୟା ର ସମାଧାନ ପାଇଁ ଦାବିପତ୍ର ପ୍ରଦାନ   କରିଥିଲେ l ଏହା ସହିତ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ , ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ଜିଲ୍ଲା ମଙ୍ଗଳ ଅଧିକାରୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଓ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କୁ ମଧ୍ୟ ଭେଟି ଦାବିପତ୍ର ପ୍ରଦାନ କରାଯାଇଛି l ଦାବିପତ୍ରରେ ରାସ୍ତା ନିର୍ମାଣ, ପାଣି ସମସ୍ୟା, ଗୋଷ୍ଠୀଗତ ପାଇଖାନା କାର୍ଯ୍ୟକ୍ଷମ, ପେନସନ ହିତାଧିକାରୀ ଗତ ଛଅ ମାସ ଧରି ପାଇନଥିବା ବିଷୟ ଉଲ୍ଲେଖ କରିଛନ୍ତି । ଏହାର ତୁରନ୍ତ ଯାଞ୍ଚ ଏବଂ ବିଚାରାଧୀନ ପେନସନ ରାଶି ବଣ୍ଟନ କରିବାକୁ ନିବେଦନ କରାଯାଇଛି । ଅନାଥ ଶିଶୁ ମାନଙ୍କୁ ସ୍ପଂସୋରସିପ ସହାୟତା ସମସ୍ୟା, ସରକାରୀ ସ୍କୁ ଲ ଗୁଡ଼ିକ ଶିକ୍ଷକ- ସମ୍ୱନ୍ଧୀୟ ସମସ୍ୟା ଯେଉଁଥିରେ ଶିକ୍ଷକ ଅଭାବ ଏବଂ ଛାତ୍ରଛାତ୍ରୀଙ୍କ ଶିକ୍ଷାକୁ ପ୍ରଭାବିତ କରୁଥିବା ଅସୁବିଧା ଅତିରିକ୍ତ ଶ୍ରେଣୀ ଗୃହ ଓ ବାଳିକା ଶୌଚାଳୟ ନିର୍ମାଣ । ମହିଳା ଓ ଶିଶୁ ଗ୍ରାମସଭା ବୈଠକ ନିୟମିତ ଭାବରେ ଆୟୋଜନ କରାଯିବାକୁ ଦାବି କରାଯାଇଛି I ଏହିସବୁ ଦାବି ଉପରେ ଉଲ୍ଲେଖ କରାଯାଇଛି l

 

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *