ଡ଼ାକବାଜି ଯନ୍ତ୍ର ସହାୟତାରେ ସମୁଦ୍ର ଭିତରକୁ ନଯିବା ଲାଗି ପରାମର୍ଶ

ସମ୍ଭାବ୍ୟ ବାତ୍ୟା ନେଇ ଆଇଏମଡି ପକ୍ଷରୁ ପୂର୍ବାନୁମାନ ପରେ ଏବେ ପୁରୀ ସହର ସମେତ ସ୍ବର୍ଣ୍ଣାଭ ବେଳାଭୂମିରେ ଭୟର ବାତାବରଣ ସୃଷ୍ଟି ହୋଇଛି l ପୁରୀ ସମୁଦ୍ରକୂଳରେ ଡ଼ାକବାଜି ଯନ୍ତ୍ର ସହାୟତାରେ ସମୁଦ୍ର ଭିତରକୁ ନଯିବା ଲାଗି ପରାମର୍ଶ ଦିଆଯାଉଛି l ସମୁଦ୍ର କୂଳରେ ନାଲି ପତାକା ମରାଯାଇଛି l ବାତ୍ୟା ମୁକାବିଲା ଲାଗି ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି l
ପୁରୀ ଆସିଥିବା ପର୍ଯ୍ୟଟକ ମାନେ ପୁରୀ ଛାଡ଼ିବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି l ତେବେ ପୁରୀ ଆସିଥିବା ହଜାର ହଜାର ଭକ୍ତ, ଶ୍ରଦ୍ଧାଳୁ ଓ ପର୍ଯ୍ୟଟକମାନେ ଆତଙ୍କିତ ଅବସ୍ଥାରେ ଥିଲେ ମଧ୍ୟ ଟ୍ରେନ ବାତିଲ ଜନିତ ସମସ୍ୟା ଯୋଗୁଁ ସେମାନଙ୍କ ମଧ୍ୟରୁ ଅନେକ ପୁରୀ ଛାଡ଼ି ପାରିନାହାଁନ୍ତି l ସମୁଦ୍ରର ଜୁଆର ବୃଦ୍ଧି ପାଇଛି l ଉଠା ଦୋକାନୀମାନେ ନିଜ ନିଜର ସରଞ୍ଜାମକୁ ସୁରକ୍ଷିତ ରଖିବାକୁ ଉଦ୍ୟମ ଚଳାଇଛନ୍ତି l ବାତ୍ୟା ଦ୍ବାରା ଯେପରି ଧନ ଜୀବନ ହାନୀକୁ ରୋକାଯାଇପାରିବ ସେଥିପ୍ରତି ସତର୍କ ରହିବାକୁ ପ୍ରଶାସନ ଗୁରୁତ୍ଵ ପ୍ରଦାନ କରୁଛି । ପଲିଥିନ, ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ,ଔଷଧ, ଗୋ ଖାଦ୍ୟ ଆଦି ମହଜୁଦ ରଖାଯାଇଛି lବାତ୍ୟାରେ ଗଛ ଭାଙ୍ଗି ରାସ୍ତା ଅବରୋଧ କଲେ ତୁରନ୍ତ ତାହାକୁ ଅପସାରଣ କରିବା,ବନ୍ୟା ହେଲେ ଲୋକଙ୍କୁ ସହାୟତା ପାଇଁ ଅଗ୍ନିଶମ,ଓଡ୍ରାଫ ଓ ଏନଡିଆରଏଫ ଟିମ ପ୍ରସ୍ତୁତ ରଖାଯାଇଛି ।
ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )