February 27, 2026
Home » ସମ୍ ହସ୍ପିଟାଲ୍ ବ୍ରହ୍ମପୁରରେ ଜଟିଳ କ୍ୟାନ୍ସର ଅସ୍ତ୍ରୋପଚାର ସଫଳତାର ସହ ସମ୍ପନ୍ନ

ସମ୍ ହସ୍ପିଟାଲ୍ ବ୍ରହ୍ମପୁରରେ ଜଟିଳ କ୍ୟାନ୍ସର ଅସ୍ତ୍ରୋପଚାର ସଫଳତାର ସହ ସମ୍ପନ୍ନ

0
sitalapalli sum hospital

ଭୁବନେଶ୍ୱର : ବ୍ରହ୍ମପୁର ସ୍ଥିତ ସମ୍ ହସ୍ପିଟାଲ୍‌ରେ ଏକ ଜଟିଳ ହେଡ୍ ଆଣ୍ଡ ନେକ୍ କ୍ୟାନ୍ସର ରିସେକ୍ସନ୍ ଅସ୍ତ୍ରୋପଚାର ସଫଳତାର ସହ ସମ୍ପନ୍ନ କରାଯାଇଥିବା ବେଳେ ଦକ୍ଷିଣ ଓଡ଼ିଶାର ରୋଗୀ ମାନଙ୍କ ନିମନ୍ତେ ନୂତନ ଆଶା ସଂଚାର ହେବା ସହ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏକ ମାଇଲ ଖୁଂଟ ସୃଷ୍ଟି ହୋଇଛି।
ଜଣେ ୬୯ ବର୍ଷୀୟ ପୁରୁଷଙ୍କର ଦକ୍ଷିଣ ପାଶ୍ୱର୍ ଗାଲ ମଧ୍ୟରେ ଥିବା ଅଂଶରେ କ୍ୟାନ୍ସର ସୃଷ୍ଟି ହୋଇ ଜଟିଳ ସ୍ୱାସ୍ଥ୍ୟ ପରିସ୍ଥିତ ସୃଷ୍ଟି ହୋଇଥିବା ବେଳେ ଏହାର ଅସ୍ତ୍ରୋପଚାର କରାଯାଇଥିଲା। ଏହା ଏକ ଜଟିଳ ଅସ୍ତ୍ରୋପଚାର ଥିଲା ବୋଲି ହସ୍ପିଟାଲ୍ ପକ୍ଷରୁ କୁହାଯାଇଛି।
ଏହି ଅସ୍ତ୍ରୋପଚାର ୬ ଘଂଟା ପର୍ଯ୍ୟନ୍ତ ଚାଲିଥିବା ବେଳେ ସୃଷ୍ଟି ହୋଇଥିବା ଟ୍ୟୁମରଟି ଅଧିକ ମାତ୍ରାରେ ଜଟିଳ ପରିସ୍ଥିତି ସୃଷ୍ଟି କରିଥିବାରୁ ଏବଂ ମୁହଁ ଖୋଲି ପାରୁ ନଥିବାରୁୁ ଏହି ଅସ୍ତ୍ରୋପଚାର ଖୁବ୍ ଆହ୍ୱାନପୂର୍ଣ୍ଣ ଥିଲା। ତେବେ ଏତେ ସବୁ ସମସ୍ୟା ସତ୍ୱେ ଅସ୍ତ୍ରୋପଚାରଟି ବିନା କୌଣସି ସମସ୍ୟାରେ ସମ୍ପନ୍ନ କରାଯାଇଥିଲା।
ଅସ୍ତ୍ରୋପଚାର ପରେ ରୋଗୀ ଜଣକ ସୁସ୍ଥ ହେବାରେ ଲାଗିଛନ୍ତି ଏବଂ ଆଇସିୟୁରୁ ୱାର୍ଡକୁ ସ୍ଥାନାନ୍ତରିତ ହୋଇଛନ୍ତି।
ହସ୍ପିଟାଲ୍‌ର ସର୍ଜିକାଲ୍ ଅଙ୍କୋଲୋଜି ବିଭାଗର କନ୍‌ସଲଟାଂଟ ଡାକ୍ତର ସାଇରୁଦ୍ର ଏସ. ପୁହାଣଙ୍କ ନେତୃତ୍ୱରେ ଏହି ଅସ୍ତ୍ରୋପଚାର କରାଯାଇଥିବା ବେଳେ ଏହି ଟିମ୍‌ରେ ପ୍ଲାଷ୍ଟିକ୍ ଆଣ୍ଡ ରି-କନ୍‌ଷ୍ଟ୍ରକ୍ଟିଭ୍ ସର୍ଜନ୍ ଡାକ୍ତର ସୁଧାକର ଜେନା, ଆନେ୍‌ସଥେସିଓଲୋଜିଷ୍ଟ ଡାକ୍ତର ଶୁଭ୍ରଜିତ ସାହୁ, କ୍ରିଟିକାଲ୍ କେୟାର ସ୍ପେଶିଆଲିଷ୍ଟ ଡାକ୍ତର ପ୍ରତ୍ୟୁଷକାନ୍ତି ମିଶ୍ର ଏବଂ ଡାକ୍ତର ପ୍ରିୟଙ୍କା ସାମିଲ ଥିଲେ।
ସମ୍ ହସ୍ପିଟାଲ୍ ବ୍ରହ୍ମପୁରର ନିର୍ଦ୍ଦେଶକ ଶ୍ରୀ ଦେବପ୍ରସାଦ ଦାଶ ଏହି ସଫଳ ଅସ୍ତ୍ରୋପଚାର ନିମନ୍ତେ ଡାକ୍ତରୀ ଟିମ୍ ଏବଂ ସମସ୍ତ ଅସ୍ତ୍ରୋପଚାର କକ୍ଷର କର୍ମଚାରୀମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଏହି ସଫଳତା ନିମନ୍ତେ ନିଜର ଖୁସି ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଯେ କ୍ୟାନ୍ସରର ସମସ୍ତ ଚିକିତ୍ସା ନିମନ୍ତେ ମେଡିକାଲ୍ ଅଙ୍କୋଲୋଜି ଏବଂ କେମୋଥେରାପି ସେବା ଗତ ୬ ମାସ ଧରି ହସ୍ପିଟାଲରେ ଉପଲବ୍ଧ ହୋଇପାରିଛି।

Leave a Reply

Your email address will not be published. Required fields are marked *