March 7, 2026
Home » ସମ୍ବଲପୁରରେ ଦ୍ବି-ଦିବସୀୟ ଜାତୀୟ ସମ୍ପନ ଉଦ୍‌ଘାଟିତ

ସମ୍ବଲପୁରରେ ଦ୍ବି-ଦିବସୀୟ ଜାତୀୟ ସମ୍ପନ ଉଦ୍‌ଘାଟିତ

0
WhatsApp Image 2026-03-07 at 10.03.55 AM

ସମ୍ବଲପୁର : ଡକ୍ଟର ପର୍ଶୁରାମ ମିଶ୍ର ଅଗ୍ରଗ୍ରାମୀ ଶିକ୍ଷା ପ୍ରତିଷ୍ଠାନ, ସମ୍ବଲପୁର ଓ ପତଙ୍ଗ ସମ୍ବଲପୁରର ମିଳିତ ଆନୁକୂଲ୍ୟରେ “ଭାରତରେ ଶିକ୍ଷକ ଶିକ୍ଷାର ପୁନର୍କଳ୍ପନା” (ଏକ ବିବିଧ ବହୁଭାଷୀ ଏବଂ ଡିଜିଟାଲ ଯୁଗରେ ବ୍ରିଜ୍ ନୀତି ଦୃଷ୍ଟିକୋଣ ଏବଂ ଶ୍ରେଣୀଗୃହ ଅଭ୍ୟାସ) ବିଷୟ ସଂମ୍ପର୍କିତ ଦ୍ବି-ଦିବସୀୟ ଜାତୀୟ ସମ୍ପାନ ଉଦ୍‌ଘାଟିତ ହୋଇଯାଇଛି । ପ୍ରଥମ ଦିବସରେ ଉଦ୍‌ଘାଟନୀ ଉତ୍ସବରେ ପ୍ରତିଷ୍ଠାନର ଅଧ୍ୟକ୍ଷ ତଥା ସମ୍ପାନର ନିର୍ଦ୍ଦେଶକ ପ୍ରଫେସର ଗରୁଡଧ୍ୱଜ ବାରିକ ସଂପାନର ଉଦ୍ଦେଶ୍ୟ ଜ୍ଞାପନ ସହିତ ଏହାର ଆଭିମୁଖ୍ୟ ସମ୍ପର୍କରେ ଅଭିବ୍ୟକ୍ତି ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ଭାବେ ମଧ୍ୟପ୍ରଦେଶ ଅମରକଣ୍ଟକ ଇନ୍ଦିରା ଗାନ୍ଧୀ ଆଧିବାସୀ ବିଶ୍ବବିଦ୍ୟାଳୟର ପ୍ରଫେସର ଏମ୍.ଟି.ଭି. ନାଗାରାଜ୍ଜୁ, ମୁଖ୍ୟବକ୍ତା ଭୋପାଳ ମୁସ୍କାନର ନିର୍ଦ୍ଦେଶିକା ଶିବାନୀ ତନେଜା, ଅନ୍ୟ ପ୍ରମୁଖ ମୁଖ୍ୟବକ୍ତା ନୂଆଁଦିଲ୍ଲୀ ଇନ୍ଦିରା ଗାନ୍ଧୀ ମୁକ୍ତ ବିଶ୍ବବିଦ୍ୟାଳୟର ପ୍ରଫେସର ନିରାଧାର ଦେ, ସମ୍ବଲପୁର ପତଙ୍ଗର ଫାଉଣ୍ଡର ତଥା ସିଇଓ ଡକ୍ଟର ରୀତା ମିଶ୍ର, ସମ୍ମାନୀତ ଅତିଥି ତଥା ବକ୍ତା ଅବସରପ୍ରାପ୍ତ ଅଧ୍ୟକ୍ଷ ପ୍ରଫେସର ନିତ୍ୟାନନ୍ଦ ପ୍ରଧାନ, ଉପସ୍ଥିତ ରହି ସାମ୍ରତିକ ଶିକ୍ଷକ ଶିକ୍ଷାକୁ ନେଇ, ସମସ୍ୟା ଓ ତାର‌ ନିରାକରଣ ସଂପର୍କରେ ଆଲୋଚନା କରିଥିଲେ ସହିତ ସ୍ୱ-ଅଭିବ୍ୟକ୍ତି ପ୍ରଦାନ କରିଥିଲେ ।

ସମ୍ପାନର ସଂଯୋଜିକା ସହକାରୀ ପ୍ରଫେସର ଡକ୍ଟର କଳ୍ପନା ରାଣୀ ଦାସ ସ୍ୱାଗତ ବକ୍ତବ୍ୟ ସହିତ ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ସହକାରୀ ପ୍ରଫେସର ମଧୁରିମା ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ। ଅନ୍ୟତମ ସଂଯୋଜକ ସହକାରୀ ପ୍ରଫେସର ବୃନ୍ଦାବନ ମେହେର ଆଲୋଚନା ଚକ୍ର ସଂପର୍କରେ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ସହକାରୀ ପ୍ରଫେସର ଚନ୍ଦନ କୁମାର ସାହୁ ଧନ୍ୟବାଦ ଜ୍ଞାପନ କରିଥିଲେ । ମେଧା ମିଶ୍ର ରାପୋଟିଅର କାର୍ଯ୍ୟ ସୁଚାରୁରୂପେ ତୁଲାଇଥିଲେ । ଏଥିର ଡକ୍ଟର ପର୍ଶୁରାମ ମିଶ୍ର ଅଗ୍ରଗାମୀ ଶିକ୍ଷା ପ୍ରତିଷ୍ଠାନ, ସମ୍ବଲପୁରର ଅବସରପ୍ରାପ୍ତ ଅଧ୍ୟକ୍ଷା ପ୍ରଫେସର ନିରୂପମା ବଡ଼ପଣ୍ଡା ଓ ପ୍ରଫେସର କିଶୋରୀ ଦାଶ, ଏନସିଇଆରଟି ନୂଆଁଦିଲ୍ଲୀର ପ୍ରଫେସର ଶଙ୍କର ପ୍ରସାଦ ମହାନ୍ତି, ପ୍ରଫେସର ବିମଳ ସ୍ୱାଇଁ, ପ୍ରଫେସର ମନୋଜ ପ୍ରଧାନ, ପ୍ରଫେସର ରାଜକୁମାର ଆଦି ଭାରତର କୋଣ ଅନୁକୋଣରୁ ବିଦ୍ୱାନ ମଣ୍ଡଳୀ ଆସି ନିଜ ନିଜର ଅଭିମତ ପ୍ରଦାନ କରିଥିଲେ ।

ଏତଦ୍ ବ୍ୟତୀତ ପ୍ରତିଷ୍ଠାନର ଅନ୍ୟ ସହକାରୀ ପ୍ରଫେସର ଡକ୍ଟର ମମତା ପ୍ରିୟଦର୍ଶିନୀ ସାହୁ, ବିଶେଶ୍ୱରୀ ସାହୁ, ସୀତା ମହନ୍ତ, ସରୋଜ ଛତ୍ରିଆ, ସୋନିଆ ପରେୟା, ଲଳିନ୍ଦ୍ର ମୋହନ ମାର୍ଣ୍ଡି, ଡକ୍ଟର ବବିତା ସାହୁ, ଡକ୍ଟର ଏସ୍‌ ଜ୍ୟୋତିରାଣୀ, ଡକ୍ଟର ମଞ୍ଜୁଶ୍ରୀ ବାଗ, ସିପ୍ରା ପ୍ରଧାନ, ଶର୍ମିଷ୍ଠା ଗଡ଼ନାୟକ, ତଫସିଲ ବୁଦୁଲା, ସୋମ୍ୟ ରଞ୍ଜନ ପାଣିଗ୍ରାହୀ, ସବିତା ବାଗ, ପିଏଚ୍‌ଡି ସ୍କୋଲାର୍ ସୁଚିତ୍ରା ପଟେଲ, ଶୁଭମ ପଣ୍ଡା, ପ୍ରବନ୍ଧ ଉପସ୍ଥାପନ କରିଥିବା ବେଳେ ଅନ୍ୟ ସହକାରୀ ପ୍ରଫେସର ପଦ୍ମିନୀ ନାଏକ, ଜ୍ୟୋତିର୍ମୟୀ ମହନ୍ତ, ଚେତନା ନନ୍ଦ ଖମାରୀ, କ୍ଷୀତିଶ ଚନ୍ଦ୍ର ପାତ୍ର ପ୍ରମୁଖ ସମ୍ପାନର ଅନ୍ୟାନ୍ୟ କାର୍ଯ୍ୟ ନିର୍ବାହ କରିଥିଲେ । ଅନ୍ୟାନ୍ୟ କର୍ମଚାରୀ ମାନେ ବିଭିନ୍ନ କାର୍ଯ୍ୟ ସୂଚାରୁରୂପେ ତୁଲାଇଥିଲେ । ସନ୍ଧ୍ୟାରେ ସହକାରୀ ପ୍ରଫେସର ସରୋଜ ଛତ୍ରିଆ, ଡକ୍ଟର ମମତା ପ୍ରିୟଦର୍ଶିନୀ ସାହୁ, ପଦ୍ମିନୀ ନାଏକ, ଅଭିଷେକ ଶର୍ମାଙ୍କ ମିଳିତ ତତ୍ତ୍ବାବଧାନରେ ଛାତ୍ରଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।

ଇପିଏର ଜିଲ୍ଳା ପ୍ରତିନିଧି କ୍ଷମା ନିଧି ବଣ୍ଡୁକିଙ୍କ(ଇଷ୍ଟର୍ଣ୍ଣ ପ୍ରେସ୍‌ ଏଜେନ୍‌ସୀ) ରିପୋର୍ଟ,

Leave a Reply

Your email address will not be published. Required fields are marked *