ସମ୍ବଲପୁରୀ ଗୀତ ନାଚର ତାଳେ ତାଳେ ଉଦଯାପିତ ହେଲା ସୋନପୁର ର ଶୀତଳ ଷଷ୍ଠୀ ଯାତ୍ରା”

ସୁବର୍ଣ୍ଣପୁର: ସମ୍ବଲପୁରୀ ମେଲୋଡି ର ଗୀତ ନାଚ, ଘୁମୁରା, ପର୍ଭା, ରେକର୍ଡ ଡ୍ୟାନ୍ସ ଅନେକ ପ୍ରକାର ନାଚ ଗୀତ ର ତାଳେ ତାଳେ ମହା ସମାରୋହରେ ଉଦଯାପିତ ହେଲା ସୋନପୁର ର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା l ବିବାହ ପାଣିଗ୍ରହଣ ପରେ ଗତ କାଲି ମଧ୍ୟରାତ୍ର ରୁ ପ୍ରଭୂ ଭୋଳା ଶଙ୍କର ଓ ମାତା ପାର୍ବତୀ ଙ୍କ ମନ୍ଦିର ପ୍ରତ୍ୟାବର୍ତ୍ତନ ପାଇଁ ଖୁବ୍ ଧୁମ୍ ଧାମ ରେ ସାଂସ୍କୃତିକ ଶୋଭାଯାତ୍ରା ସହ ନଗର ଶୋଭାଯାତ୍ରା ଅନୁଷ୍ଟିତ ହୋଇଥିଲା। ସୁବର୍ଣ୍ଣପୁର ର ଏହି ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା ର ଏକ ବିଶେଷତ୍ଵ ହେଉଛି ୧୦୮ ତୋଳା ର ସୁନା ନାଗ ମୂର୍ତ୍ତି ଓ ମହଣ ମହଣ ରୂପା ନିର୍ମିତ ଦେବା ଦେବୀ ଙ୍କ ଆକର୍ଷଣୀୟ ପାଲିଙ୍କି ବିମାନ l ଯାହାକି ଯାତ୍ରା ରେ ଦୂର ଦୁରାନ୍ତର ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁ ଙ୍କ ପାଇଁ ଏକ ଆକର୍ଷଣ ର କେନ୍ଦ୍ରବିନ୍ଦୁ ପାଲଟିଥାଏ। କଥିତ ଅଛି ମହାଦେବ ଓ ମାତା ପାର୍ବତୀ ଙ୍କ ଏଇ ଦୁର୍ଲଭ ଯୁଗଳ ମୂର୍ତ୍ତି ଦର୍ଶନ ରେ ଅନେକ ପୂଣ୍ୟ ଫଳ ପ୍ରାପ୍ତି ହୋଇଥାଏ। ଶୀତଳଷଷ୍ଠୀ ନଗର ପରିକ୍ରମା ବେଳେ ସୁବର୍ଣ୍ଣପୁର ର ଇଷ୍ଟଦେବ ବାବା ସୁବର୍ଣ୍ଣ ମେରୁ ମହାରାଜାଙ୍କ ଚଳନ୍ତି ପ୍ରତିମା ଶ୍ରୀ ଚନ୍ଦ୍ର ଶେଖର ବାବା ଙ୍କ ସମେତ ଏହି ଶୋଭାଯାତ୍ରାରେ ସହର ର ଅଷ୍ଟ ଶମ୍ଭୁ, ଅଷ୍ଟ୍ ବିଷ୍ଣୁ, ଅଷ୍ଟ ଚଣ୍ଡୀ ଙ୍କ ସହ ସମସ୍ତ ଦେବା ଦେଵୀ ନଗର ପରିକ୍ରମା ରେ ଆସି ମନ୍ଦିର ପ୍ରତ୍ୟାବର୍ତ୍ତନ କରିଛନ୍ତି l ମନ୍ଦିର ରେ ନିତିକାନ୍ତି ପରେ ବର ମାତାପିତା ଜ୍ୟୋତିର୍ମୟୀ ମିଶ୍ର,ଶ୍ରୀକାନ୍ତ ମିଶ୍ର ଙ୍କ ଉଦୟ ନଗର ସ୍ଥିତ କୈଳାସ ପୁରୀ ବାସଭବନ ରେ ପହଞ୍ଚି ସେଠାରେ ପାରମ୍ପରିକ ପୂଜାର୍ଚ୍ଚନା ସହ ସମସ୍ତ ଦେବା ଦେବୀ ଙ୍କୁ ଭବ୍ୟ ସ୍ଵାଗତ କରା ଯାଇଛି l ପ୍ରଭୁଙ୍କ ନଗର ପରିକ୍ରମା ବେଳେ ରାସ୍ତା ରେ ଭକ୍ତ ଓ ଜନସାଧାରଣଙ୍କ ଭିଡ ନିୟନ୍ତ୍ରଣ ପାଇଁ ଶୀତଳଷଷ୍ଠୀ କମିଟି ଦେବୋତ୍ତର କମିଟି ତଥା ପୋଲିସ ପ୍ରଶାସନର ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା ଓ ପ୍ରତ୍ୟେକ ପଡ଼ା ରେ ଘର ସାମ୍ନାରେ ଲୋକେ ମହାପ୍ରଭୂ ଙ୍କୁ ପୂଜା ବିଧି ଭୋଗ ଅର୍ପଣ ସହ ଦର୍ଶନ କରି ଭାବ ବିହ୍ବଳ ହୋଇ ଯାଇ ଥିଲେ l ଜିଲ୍ଲା କେମିଷ୍ଟ ଏଣ୍ଡ ଡ୍ରଗିଷ୍ଟ ଆସୋସିଏସନ୍ ପକ୍ଷରୁ ବିଜୁ ପଟ୍ଟନାୟକ ଛକ ରେ, ରାମ ଧୂନ୍ କ୍ଲବ ପକ୍ଷରୁ ମଝିପଡ଼ା ଠାରେ ଓ ବଡ ବଜାର ଦୁର୍ଗା ମଣ୍ଡପ ଆନନ୍ଦ କ୍ଲବ୍ ପକ୍ଷରୁ ଦୁର୍ଗା ମଣ୍ଡପ ଠାରେ ଓ ଗୋ ସେବା ଚେରି ଟେବୁଲ୍ ଟ୍ରଷ୍ଟ ପକ୍ଷରୁ ଭକ୍ତ ଶ୍ରଦ୍ଧାଳୁ ଓ ସାଂସ୍କୃତିକ ଶୋଭାଯାତ୍ରା କଳାକାର ଙ୍କ ପାଇଁ ଥଣ୍ତା ପାଣି, ଦହି ସରବତ ର ବ୍ୟବସ୍ଥା କରା ଯାଇଥିଲା l ବେବୋତ୍ତର କମିଟି ର ସଦସ୍ୟ ବୈକୁଣ୍ଠ ଶତପଥି, ଶ୍ରୀବତ୍ସ ମଲ୍ଲିକ, ସତ୍ୟ ନାରାୟଣ ତ୍ରୀପାଠୀ, ପ୍ରଦୀପ ପୁରୋହିତ, ଲଡୁ କିଶୋର ମଲ୍ଲିକ ପ୍ରମୁଖ ସଦସ୍ୟ ଓ ଵର ପିତା ମାତା, କନ୍ୟା ପିତା ମାତା ଙ୍କ ପ୍ରତ୍ୟକ୍ଷ ତତ୍ଵା ବଧାନ ରେ ପୋଲିସ ର ସହଯୋଗ ରେ ଶୀତଳ ଷଷ୍ଠୀ ଯାତ୍ରା ଉତ୍ସଵ ଶାନ୍ତି ଶୃଙ୍ଖଳାର ସହ ସମାପନ ହୋଇଥିଲା l ବର ପିତା ମାତା ଙ୍କ ପ୍ରତିନିଧି ଶ୍ରୀକାନ୍ତ ମିଶ୍ର ଙ୍କ ବାସ ଭବନ ରେ ଯୁଗଳ ମୂର୍ତ୍ତି ଦର୍ଶନ ପାଇଁ ଓ ପ୍ରସାଦ ସେବନ ପାଇଁ ହଜାର ହଜାର ଭକ୍ତ ଶ୍ରଦ୍ଧାଳୁ ଙ୍କ ଭିଡ ଦେଖିବା କୁ ମିଳିଥିଲା l
ରିପୋର୍ଟ — ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର