July 4, 2025
Home » ସମ୍ଭାବ୍ୟ ଯୁଦ୍ଧ ପରି ପରିସ୍ଥିତି ର ମୁକାବିଲା ନିମନ୍ତେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଙ୍କ ସାମ୍ବାଦିକ ସମ୍ମିଳନୀ

ସମ୍ଭାବ୍ୟ ଯୁଦ୍ଧ ପରି ପରିସ୍ଥିତି ର ମୁକାବିଲା ନିମନ୍ତେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଙ୍କ ସାମ୍ବାଦିକ ସମ୍ମିଳନୀ

0
tirtol-v

ସାମ୍ଭାବ୍ୟ ଯୁଦ୍ଧ ପରିସ୍ଥିତି ର ମୁକାବିଲା ନିମନ୍ତେ ପାଇଁ ସମସ୍ତ ନାଗରିକ ଙ୍କୁ ସତର୍କ ଓ ସୁରକ୍ଷିତ ରଖିବା ପାଇଁ କେନ୍ଦ୍ର ତଥା ରାଜ୍ୟ ସରକାର ଙ୍କ ଗୃହ ବିଭାଗ ନିର୍ଦ୍ଦେଶ ଅନୁସାରେ ଓଡିଶା ର ଯେଉଁ ୧୨ଗୋଟି ଜିଲ୍ଲାକୁ ସମ୍ଭାବ୍ୟ ଯୁଦ୍ଧକୁ ନେଇ ସତର୍କ ସୂଚନା ଦିଆଯାଇଛି ସେମାନଙ୍କ ମଧ୍ୟରୁ ଜଗତସିଂହପୁର ଅନ୍ୟତମ। ଏହି ପରିପ୍ରେକ୍ଷୀରେ ଆଜି ଅପରାହ୍ନ ରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ଓ ଆରକ୍ଷୀ ଅଧିକ୍ଷକ ଶ୍ରୀ ଭବାନୀ ଶଙ୍କର ଉଦ୍ ଗାତା ଯୁଗ୍ମ ଭାବେ ଏକ ସାମ୍ବାଦିକ ସମ୍ମିଳନୀ ଆହ୍ୱାନ କରିଥିଲେ। ଏହି ସମ୍ମିଳନୀ ରେ ଆସନ୍ତା କାଲି ବୁଧବାର ଅପରାହ୍ନ ୪ଟା ସମୟରେ ପାରାଦ୍ଵୀପ ସ୍ଥିତ ଷଣ୍ଢକୁଦ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ମକ ଡ୍ରିଲର ବ୍ୟବସ୍ଥା କରାଯାଇଛି ବୋଲି ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ସୂଚନା ଦେଇଥିଲେ।ଜିଲ୍ଲାପାଳ ମକ ଡ୍ରିଲ ପାଇଁ ସରକାର ଧାର୍ଯ୍ୟ କରିଥିବା ମାର୍ଗଦର୍ଶିକା ଆଧାର ରେ ସମସ୍ତ କାର୍ଯ୍ୟ ପରିଚାଳନା ପାଇଁ ଅନୁରୋଧ କରିଥିଲେ।ସମ୍ଭାବ୍ୟ ଯୁଦ୍ଧ ପରି ସମୟରେ ସାଧାରଣ ଜନତା କିଭଳି ସୁରକ୍ଷିତ ରହିବେ, ଧନଜୀବନ କିଭଳି ନଷ୍ଟ ନହେବ ଏବଂ ଏହାର ପରବର୍ତ୍ତୀ ସମୟରେ କିଭଳି ଉଦ୍ଧାର ଓ ଚିକିତ୍ସା କରାଯିବ ଓ ଯଦି କୌଣସି ଆପତ୍ତିକାଳୀନ ଅସୁବିଧା ହୁଏ ତେବେ ସେ ସମୟରେ କଣସବୁ କାର୍ଯ୍ୟପନ୍ଥା ରହିବ ସେ ବିଷୟରେ ଜିଲ୍ଲାପାଳ ଆଲୋକପାତ କରିଥିଲେ l

ଅପରାହ୍ନ ୪ଟା ରେ ସାଇରନ ୫ ମିନିଟ ପାଇଁ ବାଜିବ।ସାଇରନ ଶବ୍ଦ ଶୁଣିବା ମାତ୍ରେ ବାହାରେ ଥିବା ପ୍ରତ୍ୟେକ ନାଗରିକ ସୁରକ୍ଷିତ ଛାତ ଘର,କୋଠା, ବିଲ୍ଡିଂ ଇତ୍ୟାଦି ମଧ୍ଯ କୁ ପ୍ରବେଶ କରି ସୁରକ୍ଷିତ ରହିବେ।ସେମାନଙ୍କୁ ସୁରକ୍ଷା କର୍ମୀ ଓ ସ୍ବେଛାସେବୀ ମାନେ ସହଯୋଗ କରିବେ। ସିଭିଲ ଡିଫେନ୍ସ ର କର୍ମକର୍ତ୍ତା ମାନେ ଏଥିରେ ସହଯୋଗ କରିବେ ।ଆକ୍ରମଣ ଶେଷ ହେବାର ସୂଚନା ଭାବେ ପୁନଶ୍ଚ ସାଇରନ ବାଜିଲେ ନାଗରିକ ମାନେ ପୂର୍ବବତ ସ୍ବଭାବିକ କାର୍ଯ୍ୟ କରି ପାରିବେ।ଏହି ମକ ଡ୍ରିଲ ସମୟରେ ଅଭ୍ୟାସ ପାଇଁ ଆହତ ହୋଇ ଥିବା ଲୋକ ଙ୍କୁ ଉଦ୍ଧାର ଓ ଚିକିତ୍ସା ପାଇଁ ଆମ୍ବୁଲାନ୍ସ ମଧ୍ୟ ପ୍ରସ୍ତୁତ ହୋଇ ରହିଥିବ।ଏ ସବୁ ମକ ଡ୍ରିଲ ବା ଛାୟା ଯୁଦ୍ଧ ର ଅଭ୍ୟାସ କାର୍ଯ୍ୟକ୍ରମ ହୋଇ ଥିବାରୁ ସାଧାରଣ ଜନତା ଆଦୌ ଭୟଭୀତ ନ ହେବାକୁ ଜିଲ୍ଲାପାଳ ଅନୁରୋଧ କରିଥିଲେ।ଗୁଜବରେ ବିଶ୍ୱାସ କରିବା ନାହିଁ କିମ୍ବା ପ୍ରସାର କରିବା ନାହିଁ ବୋଲି ସେ କହି଼ିଛନ୍ତି। ଏହି ମକ ଡ୍ରିଲ ସମ୍ପର୍କରେ ଆବଶ୍ୟକୀୟ ସତର୍କ ସୂଚନା ଏଵଂ ସଚେତନତା ବାର୍ତ୍ତା ସ୍ଵଚ୍ଛ ସାଥୀ, ଅଙ୍ଗନୱାଡି କର୍ମୀ, ୱାର୍ଡ ଅଫିସର ଆଦି ମାନଙ୍କ ଦ୍ଵାରା ପ୍ରଭାବିତ ହେବାକୁ ଥିବା ଅଞ୍ଚଳ ରେ ପ୍ରଚାର କରାଇବାକୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।ଏହିପରି ସ୍ଥିତି ରେ ଛୋଟ ପିଲା, ଗର୍ଭବତୀ ମହିଳା, ବୟସ୍କ ବ୍ୟକ୍ତି, ମାନଙ୍କୁ ଅଗ୍ରାଧିକାର ଭିତ୍ତି ରେ ଉଦ୍ଧାର କରିବା ପାଇଁ ସେ ପରାମର୍ଶ ଦେବା ସହ ଯୁବପିଢୀ ଙ୍କୁ ମଧ୍ୟ ସ୍ଵତଃ ସ୍ଫୁର୍ତ୍ତ ଭାବେ ଏହି ଉଦ୍ଧାର କାର୍ଯ୍ୟ ରେ ଭାଗ ନେବାପାଇଁ ଜିଲ୍ଲାପାଳ ଆହ୍ବାନ ଦେଇଥିଲେ।ଏହି ବୈଠକରେ ଉପସ୍ଥିତ ରହି ଆରକ୍ଷୀ ଅଧିକ୍ଷକ ଶ୍ରୀ ଭବାନୀ ଶଙ୍କର ଉଦ୍ଗାତା କହିଲେ ଯେ ଭୟଭୀତ ନ ହୋଇ ସତର୍କ ତଥା ସଜାଗ ରହିଲେ ସମସ୍ତ ବିପତ୍ତି କୁ ଏଡ଼ ଯାଇ ପାରିବ।ଜଗତସିଂହପୁର ଜିଲ୍ଲା ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି। ତେଣୁ ସମ୍ଭାବ୍ୟ ଯୁଦ୍ଧ ପରି ଏକ ଅଭାବନୀୟ ପରିସ୍ଥିତି କୁ ମଧ୍ୟ ଆବଶ୍ୟକ ସ୍ଥଳେ ମୁକାବିଲା କରିବା ପାଇଁ ସମସ୍ତ ସାଧ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଓ ସଚେତନ ଜନ ସାଧାରଣ ଙ୍କ ସହଯୋଗ ଆବଶ୍ୟକ। ଭୟଭୀତ ନ ହୋଇ ସତର୍କ ରହିବାକୁ ଜନ ସାଧାରଣ ଙ୍କୁ ଅନୁରୋଧ କରିଥଲେ। ଆଜି ପାରାଦ୍ଵୀପ ଠାରେ ମଧ୍ୟ ଏହି ପରିପ୍ରେକ୍ଷୀରେ ପାରାଦ୍ଵୀପ ବନ୍ଦର କର୍ତ୍ତୃପକ୍ଷ ଉପାଧ୍ୟକ୍ଷ,ଆରକ୍ଷୀ ଅଧିକ୍ଷକ,ଅତିରିକ୍ତ ଜିଲ୍ଲାପାଳ, ପାରାଦ୍ଵୀପ,ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ , ଜିଲ୍ଲା ର ସମସ୍ତ ଶିଳ୍ପ ସଂସ୍ଥା ର ମୁଖ୍ୟ, ଜିଲ୍ଲା ସ୍ତରୀୟ ଅଧିକାରୀ, ସିଭିଲ ଦିଫେନ୍ସ କର୍ମକର୍ତ୍ତା, କୋଷ୍ଟ ଗାର୍ଡଆଦି ମାନଙ୍କ ସହ ପାରାଦ୍ଵୀପ ର ସ୍ଵତନ୍ତ୍ର ସର୍କିଟ ହାଉସ ଠାରେ ଏକ ଜରୁରକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି।

ଜଗତସିଂହପୁର ରୁ ଶ୍ରୀବତ୍ସ ପାଢ଼ୀ ଙ୍କ ରିପୋର୍ଟ, ଇପିଏ ନିୟୁଜୁ,

Leave a Reply

Your email address will not be published. Required fields are marked *