ସରକାରଙ୍କ ଯୋଜନା କାହା ପାଇଁ
କଲେ ନିବେଦନ ଆଡ ଆଖିରେ ଦେଖିଲାଣି ପ୍ରଶାସନ, ମୃତ୍ୟୁର ଦିର୍ଘ ଦିନ ବିତିଯାଇଥିଲେ ମଧ୍ୟ ସରକାରଙ୍କ ସହାୟତାରୁ ବଞ୍ଚିତ ପରିବାର
ବୁଗୁଡ଼ା : ରାଜ୍ୟ ସରକାରଙ୍କ ମାଳ ମାଳ ଯୋଜନା ଥିଲେ ମଧ୍ୟ ଏଠି ପ୍ରଶ୍ନ ସୃଷ୍ଟି ହୋଇଛି ସରକାରଙ୍କ ଯୋଜନା କାହାପାଇଁ ??? ପ୍ରକୃତ ହିତାଧିକାରୀ ବଞ୍ଚିତ। ବୁଗୁଡ଼ା ବ୍ଲକ ରେ ଜଣେ ଗରିବ ପ୍ରତି ପ୍ରଶାସନର ଉଦାସୀନତା କାରଣରୁ ଜଣେ ବୃଦ୍ଧଙ୍କ ମୃତ୍ୟୁ ଆଜିକୁ ୧ ଏକ ବର୍ଷ ୭ ମାସ ୬ ଦିନ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ସରକାରୀ ସହାୟତାରୁ ତାଙ୍କ ପରିବାର ବଞ୍ଚିତ ଥିବା ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି। ବୁଗୁଡ଼ା ଥାନା ଅନ୍ତର୍ଗତ ବି.କରଡାବାଡି ପଞ୍ଚାୟତ ଟଭାପଲ୍ଲୀ ଗ୍ରାମର ଟୁନା ନାଇକ ପିତା ସ୍ବର୍ଗତ ଅନ୍ତରା ନାଇକଙ୍କ ବିଗତ ବର୍ଷ ୧୮/୦୭/୨୪ ତାରିଖରେ ପରିବାର ପ୍ରତିପୋଷଣ ପାଇଁ ଅନ୍ବେଷଣରେ କାଠ ଆଣିବା ପାଇଁ ଯାଇ ଆଉ ଫେରି ନଥିଲେ। ପରିବାର ପକ୍ଷରୁ ବୁଗୁଡ଼ା ଥାନାରେ ଅଭିଯୋଗ କରିଥିଲେ। ଥାନା ପକ୍ଷରୁ ୪୮/୨୪ ଏକ ମିସିଙ୍ଗ କେସ୍ ରୁଜୁ କରି ଘଟଣାର ଅନୁସନ୍ଧାନ କରାଯାଇଥିଲା। ୧୬/୦୮/୨୪ ତାରିଖରେ ସକାଳୁ ଟଭାପଲ୍ଲୀ ଗ୍ରାମର କିଛି ଲୋକ ବାଉଁଶ ଆଣିବା ପାଇଁ ଜଙ୍ଗଲକୁ ଯାଇଥିବା ବେଳେ ସେଠାରେ ନିଖୋଜ ଅନ୍ତରା ନାଇକଙ୍କ ମୃତ୍ୟୁ ଶରିରରେ ପିନ୍ଧିଥିବା ଲୁଙ୍ଗି,ସାର୍ଟ ଏବଂ ଟବାଲ ଦେଖିବାକୁ ମିଳିଲା ପରେ ତାଙ୍କର ମୃତ୍ୟୁ ହୋଇଥିବା ଚିହ୍ନଟ ହୋଇଥିଲା। ପୁଣି ପରିବାର ପକ୍ଷରୁ କୌଣସି ହିଂସ୍ରଜନ୍ତୁ ଆକ୍ରମଣ ତାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରାଯାଇଥିଲା। ପରବର୍ତ୍ତୀ ସମୟରେ ବୁଗୁଡ଼ା ଥାନା ପକ୍ଷରୁ ୧୪/୨୪ ମାମଲା ରୁଜୁ କରି ତଦନ୍ତ ଆରମ୍ଭ ହୋଇଥିଲା। ସେହି ସମୟରେ ଜଙ୍ଗଲରୁ ଏକ ଗାଇର କ୍ଷତାକ୍ତ ମୃତଦେହ ଉଦ୍ଧାର ,ହୀରାପୋଲି ଗ୍ରାମର ଦେବରାଜ ନାୟକଙ୍କ ଗାଇ ବାଘ ଆକ୍ରମଣରେ ମୃତ୍ୟୁ ଏବଂ ପାରିପାର୍ଶ୍ବିକ ସ୍ଥିତି ଦେଖି ଅନ୍ତରା ନାଇକଙ୍କ ମୃତ୍ୟୁ ବାଘ କିମ୍ବା କୌଣସି ହିଂସ୍ରଜନ୍ତୁ ଆକ୍ରମଣ ମୃତ୍ୟୁ ଘଟିଥିବା ଜଣାପଡିଥିଲା। ଏବଂ ମୃତକଙ୍କ ନିଖୋଜ ଓ କଙ୍କାଳ ଉଦ୍ଧାର ସମୟ ମଧ୍ୟରେ ଜଙ୍ଗଲରେ ବାଘର ଉପସ୍ଥିତ ଥିବା ପରିଲକ୍ଷିତ ହୋଇଥିଲା।ବାଘ ଆକ୍ରମଣରେ ତାଙ୍କର ମୃତ୍ୟୁ ହୋଇଥିବା ଭଞ୍ଜନଗର ଏସଡିପିଓ ସୁଜିତ କୁମାର ନାୟକ ସନ୍ଦେହ ପ୍ରକାଶ କରିଥିବା ବେଳେ ଦକ୍ଷିଣ ଘୁମୁସର ଡିଏଫଓ ବିନୋଦ କୁମାର ଆଚାର୍ଯ୍ୟ କହିଥିଲେ ଯେ ବାଘ ଜଙ୍ଗଲ ମଧ୍ୟରେ ଗାଇ,ବାଛୁରୀ, ଛେଳି, ମେଣ୍ଢା କୁ ନେଇ ଖାଇଛି ଖବର ଆସୁଛି,ଜଦି ବାଘ ଆକ୍ରମଣରେ ତାଙ୍କର ମୃତ୍ୟୁ ହୋଇଛି ତାହେଲେ ଜଣାପଡି ନଥାନ୍ତା କି ?? ବ୍ୟବଛେଦ ରିପୋର୍ଟ ଆସିଲା ପରେ ଜଣାପଡ଼ିବ ବୋଲି କଥାକୁ ଏଡେଇ ଦେଇଥିଲେ। କିନ୍ତୁ ଆଜକୁ ଦିର୍ଘ ୧ ଏକ ବର୍ଷ ୭ ମାସ ୬ ଦିନ ବିତିଯାଇଥିଲେ ମଧ୍ୟ ସରକାରଙ୍କ ସହାୟତାରୁ ତାଙ୍କ ପରିବାର ସାତ ସପନ। ମୃତକଙ୍କ ପୁତ୍ର ଟୁନା ନାଇକ ୨୫/୧୦/୨୪ ତାରିଖରେ ବନ୍ୟହିଂସ୍ରଜନ୍ତୁ ଆକ୍ରମଣ ମୃତ୍ୟୁ ଜନିତ ସହାୟତା ପ୍ରଦାନ ପାଇଁ ଜଙ୍ଗଲ ବିଭାଗ ଅନଲାଇନ ମାଧ୍ୟମରେ ଅନୁକମ୍ପା ରାଶି ପାଇବା ନିମନ୍ତେ ଆବେଦନ କରିଥିଲେ। ଦିର୍ଘ ଦିନ ପରେ ମଧ୍ୟ ନପାଇବା ଯୋଗୁଁ ବୁଗୁଡ଼ାରେ ଅନୁଷ୍ଠିତ ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣୀ ପ୍ରକୋଷ୍ଠରେ ୧୦/୦୨/୨୦୨୫ ତାରିଖରେ ପୁଣି ସହାୟତା ରାଶି ପାଇବା ପାଇଁ ଅଭିଯୋଗ କରିଥିଲେ। ବିଭିନ୍ନ ଘଟଣାରେ ମୃତକଙ୍କ ପରିବାରକୁ କ୍ଷତିପୂରଣ ବାବଦକୁ ତତ୍କାଳୀନ ରେଡକ୍ରସରୁ ସହାୟତା ପ୍ରଦାନ କରାଯାଉଥିବା ବେଳେ ଉକ୍ତ ପରିବାର ଗରିବ ,ହରିଜନ ଓ ଅଳ୍ପ ଶିକ୍ଷିତ ଶ୍ରେଣୀର ହୋଇଥିବା ବେଳେ ଏଠି ପ୍ରଶାସନର ଅବହେଳା ଓ ଉଦାସୀନତା ଯୋଗୁଁ ଆଜି ସ୍ବର୍ଗତ ଅନ୍ତରା ନାଇକଙ୍କ ସ୍ତ୍ରୀ ବିଧବା ଭତ୍ତା, ତତ୍କାଳୀନ ରେଡକ୍ରସରୁ ସହାୟତା ଓ ଅନୁକମ୍ପା ସହାୟତା ରାଶିରୁ ବଞ୍ଚିତ। ସହାୟତା ରାଶି ପାଇବା ପାଇଁ ନିବେଦନ କରିଥିଲେ ମଧ୍ୟ ଆଡ ଆଖିରେ ଦେଖିଲାଣି ପ୍ରଶାସନ , ଏଠି ପ୍ରଶାସନ ଆଖି ଥାଇ ମଧ୍ୟ ଅନ୍ଧ ହୋଇଯାଥିବା କୁ ନେଇ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଥିବା ଜଣାପଡିଛି।
