December 19, 2025
Home » ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ତତ୍କାଳୀନ ତହସିଲଦାର ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା

ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ତତ୍କାଳୀନ ତହସିଲଦାର ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା

0
WhatsApp Image 2024-11-10 at 11.35.27 AM

ରାମନାଗୁଡା:ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ସଦର ମହକୁମା ରେ ଥିବା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ତତ୍କାଳୀନ ତହସିଲଦାର ନିର୍ମଳ ଚନ୍ଦ୍ର ସାହୁ ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଗୌରୀ ପ୍ରସାଦ ପଣ୍ଡା ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମ ରେ ତକ୍ରାଳୀନ ତହସିଲଦାର ଶ୍ରୀ ସାହୁ ଙ୍କୁ ଅନୁଷ୍ଠାନ ପକ୍ଷରୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା।ଏହି ବିଦାୟ କାଳୀନ ସମ୍ବର୍ଦ୍ଧନା ସଭାରେ ସମସ୍ତ ଛାତ୍ର ଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ଥିଲେ। ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀ ପଣ୍ଡା ତତ୍କାଳୀନ ତହସିଲଦାର ଶ୍ରୀ ସାହୁ ଙ୍କ ଏହି ବିଦ୍ୟାଳୟ ପ୍ରତି ରହିଥିବା ଅବଦାନ ଓ ଛାତ୍ର ଛାତ୍ରୀ ମାନଙ୍କର ଉପରେ ସ୍ନେହ ସମ୍ପର୍କରେ ସ୍ମୃତି ଚାରଣ କରିଥିଲେ। ବିଦାୟୀ ଅତିଥି ତଥା ତତ୍କାଳୀନ ତହସିଲଦାର ଶ୍ରୀ ସାହୁ ମଧ୍ୟ ନିଜେ ଭାବବିହ୍ଵଳ ହୋଇ ରାମନାଗୁଡା ବ୍ଲକ ସମେତ ଏହି ଅନୁଷ୍ଠାନ କୁ ମୁଁ ସାରା ଜୀବନ ଭୁଲି ପାରିବି ନାହିଁ ବୋଲି ଓ ଆପଣ ମାନେ ସମସ୍ତେ ମୋ ହୃଦୟରେ ଚିର ଦିନ ପର୍ଯ୍ୟନ୍ତ ରହିଥିବେ ବୋଲି କହିଥିଲେ ।ଅନୁଷ୍ଠାନ ର ଅଧ୍ୟକ୍ଷ ଶ୍ରୀ ପଣ୍ଡା ଅତିଥି ଙ୍କୁ ପୁଷ୍ପଗୁଚ୍ଛ ଦେଇ ଉପଢୌକନ ପ୍ରଦାନ କରିଥିଲେ ।ବରିଷ୍ଠ ଶିକ୍ଷକ ମୃତ୍ୟୁଞ୍ଜୟ ଶତପଥୀ ତତ୍କାଳୀନ ତହସିଲଦାର ଙ୍କୁ ଏହି ଅନୁଷ୍ଠାନ ସହ ଜଡ଼ିତ ଏବଂ ଏକ ଅଂଶ ହିସାବରେ ବିବେଚନା କରିଥିଲେ।ତତ୍କାଳୀନ ତହସିଲଦାର ଙ୍କ ସହଯୋଗ ରେ ନିର୍ମାଣ କରାଯାଇଥିବା ଖେଳ ପଡ଼ିଆ ଓ ନୂତନ ସ୍ଥାନ ୦୧ ଏକର ୪୦ ଡେସିମିଲ ଜମି ବିଦ୍ୟାଳୟ ଖେଳ ପଡ଼ିଆ ବାବଦରେ ପ୍ରଦାନ କରିଥିବା ହେତୁ ସମସ୍ତ ଛାତ୍ର ଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ତତ୍କାଳୀନ ତହସିଲଦାର ଶ୍ରୀ ସାହୁ ଙ୍କ ନିକଟରେ ଚିର ରୁଣୀ ହୋଇ ରହିବେ ବୋଲି ମତ ପ୍ରକାଶ କରିଥିଲେ।ସେହିପରି ତତ୍କାଳୀନ ତହସିଲଦାର ଶ୍ରୀ ସାହୁ ଙ୍କ ତହସିଲଦାର ଭାବେ ରାମନାଗୁଡା ରେ ଯୋଗ ଦେବା ପରଠାରୁ ଦୀର୍ଘଦିନ ଧରି ପଡ଼ି ରହିଥିବା କାର୍ଯ୍ୟ ସହ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ମାନ ଖୁବଶୀଘ୍ର ସମ୍ପାଦନା କରି ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ପ୍ରିୟପାତ୍ର ହୋଇ ପାରିଥିଲେ ତାଙ୍କର ଅନ୍ୟତ୍ର ସ୍ଥାନକୁ ବଦଳି ଖବର ଶୁଣି ସ୍ଥାନୀୟ ଲୋକଙ୍କ ମନରେ ଦୁଃଖ ଭରି ଦେଇଥିବା ଦେଖିବାକୁ ମିଳିଛି।ଏହି ବିଦାୟ କାଳୀନ ସମ୍ବର୍ଦ୍ଧନା ସଭାରେ ଶିକ୍ଷୟିତ୍ରୀ ସ୍ମିତାରାଣୀ ତୁଳ,ରଂଜିତା ସାହୁ, ଶିକ୍ଷକ ନାନାଜୀ ମାଣ୍ଡାଙ୍ଗି, ଦିଲ୍ଲୀପ ରାଉତ, ସରୋଜ ଲିମା, ଆଲୋକ ମିଶ୍ର ଭୁରି ଭୁରି ପ୍ରଶଂସା କରିଥିଲେ।କାର୍ଯ୍ୟକ୍ରମ ପରିଶେଷରେ ଶିକ୍ଷକ ଶ୍ରୀ ଲିମା ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ ।

ରାମନାଗୁଡାରୁ ନରସିଂହ ପରିଛା ଙ୍କ ରିପୋର୍ଟ ଇପିଏ ଉଇକ୍କି।

Leave a Reply

Your email address will not be published. Required fields are marked *