July 29, 2025
Home » ସରସତୀ ବିଦ୍ୟା ମନ୍ଦିର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ନୀଳକଣ୍ଠ ନଗରର ରେକର୍ଡ

ସରସତୀ ବିଦ୍ୟା ମନ୍ଦିର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ନୀଳକଣ୍ଠ ନଗରର ରେକର୍ଡ

0
nilakanthanagar

ପ୍ରକାଶିତ ହୋଇଥିବା +୨ ବିଜ୍ଞାନ ଓ ବାଣିଜ୍ୟ ବୋର୍ଡ ପରୀକ୍ଷା ଫଳରେ ସରସତୀ ବିଦ୍ୟା ମନ୍ଦିର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ନୀଳକଣ୍ଠ ନଗରର ଛାତ୍ରଛାତ୍ରୀମାନେ ରାଜ୍ୟସ୍ତରୀୟ ଅଭୂତପୂର୍ବ ଉଲ୍ଲେଖନୀୟ ସଫଳତା ହାସଲ କରି ମହାବିଦ୍ୟାଳୟର ପୂର୍ବ ୧୬ବର୍ଷର ରେକର୍ଡକୁ ବଜାୟ ରଖୁଛନ୍ତି। ପ୍ରକାଶିତ ହୋଇଥିବା +୨ ବିଜ୍ଞାନ ବୋର୍ଡ ପରୀକ୍ଷାଫଳରେ ମୋଟ ୫୬୮ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ୧୨୯ ଜଣ ଛାତ୍ରଛାତ୍ରୀ ୯୦% ଉଦ୍ଧ । Ist division ରେ ୫୫୩ ଜଣ ଛାତ୍ରଛାତ୍ରୀ 2nd division ରେ ୧୪ ଜଣ ଓ 3rd division ରେ ୧ ଜଣ ଉର୍ଣ୍ଣ ହୋଇ ପୂର୍ବ ୧୬ ବର୍ଷର ସଫଳତା ରେକର୍ଡକୁ ବଜାୟ ରଖୁଛନ୍ତି ।

ବିଦ୍ୟାଳୟର ଶିଶୁମାନଙ୍କର ଏହି ଅଭୂତପୂର୍ବ ସଫଳତା ପାଇଁ ପରିଚାଳନା ସମିତିର ସଭାପତି ଡ. ଜୀବାନନ୍ଦ ତ୍ରିପାଠୀ, ସମ୍ପାଦକ ଶ୍ରୀ ନାରାୟଣ ପଣ୍ଡା, ଯୁଗ୍ମ ସମ୍ପାଦକ ଶ୍ରୀ ନିଳକଣ୍ଠ ସାହୁ, କୋଷାଧ୍ୟକ୍ଷ ଶ୍ରୀ ସୋମନାଥ ନନ୍ଦ, ସଦସ୍ୟା ଶ୍ରୀମତି ପ୍ରଣତି ସାମଲ ଓ ବାସନ୍ତି ବେହେରା ଉପଦେଷ୍ଟା ଡ.ଶ୍ରୀକାନ୍ତ ମହାପାତ୍ର, ଡ. ହରିକୃଷ୍ଣ ନାୟକ, ଶ୍ରୀମତୀ ମମତା ପାଣିଗ୍ରାହୀ, ଶ୍ରୀ ଧର୍ମ ରାଜ ସାହୁ, ଶ୍ରୀ ପୂର୍ଣଚନ୍ଦ୍ର ପଣ୍ଡା, ଶ୍ରୀ ନରସିଂହ ଚୌଧୁରୀ, ଶ୍ରୀ ସୁଦର୍ଶନ ପାଢ଼ୀ ଓ ଶ୍ରୀ ହରିକୃଷ୍ଣ ପାଢ଼ୀ ଓ ନିମନ୍ତ୍ରୀତ ସଦସ୍ୟ କେ. ଭେଙ୍କଟ ରାଓ, ରାଜେନ୍ଦ୍ର ଡାକୁଆ, ମହାବିଦ୍ୟାଳୟର ଅଧ୍ଯର ଶ୍ରୀ ଏସ୍. ମୋହନ ରାଓ, ଶିଶୁ ମନ୍ଦିର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ସୁରେଶ କୁମାର ଆଚାର୍ଯ୍ୟ ଏବଂ ବିଦ୍ୟାଳୟ ଶୈକ୍ଷିକ ପ୍ରଶାସକ ଶ୍ରୀ ଉମାଧବ ମହାନ୍ତି, ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟା ତଥା ସମସ୍ତ ଅଭିଭାବକଙ୍କ ତରଫରୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରାଯାଇଛି।

Leave a Reply

Your email address will not be published. Required fields are marked *