ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ୟୁନିଟ -୬ ର ଦ୍ଵାଦଶ ତମ ବାର୍ଷିକ କ୍ରୀଡ଼ା
![](https://epaodisha.com/wp-content/uploads/2024/12/WhatsApp-Image-2024-12-01-at-1.56.07-PM-1024x768.jpeg)
ତା ୨୯.୧୧.୨୪ ରିଖ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ୟୁନିଟ -୬ ର ଦ୍ଵାଦଶ ତମ ବାର୍ଷିକ କ୍ରୀଡ଼ା ନଭେମ୍ବର ୨୯ ଓ ୩୦ ତାରିଖ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଯାଇଛି ଏଥିରେ ଶ୍ରୀଯୁକ୍ତ ଶିବରାମ ଆଚରି ମୁଖ୍ୟ ଅତିଥି , ବିଦ୍ୟାଳୟ ପରିଚାଳନା ସମିତିର ସହ ସମ୍ପାଦକ ରଜତ ପାତ୍ର ମୁଖ୍ୟ ବକ୍ତା ଓ ସମ୍ମାନନୀୟ ଅତିଥି ଭାବେ ସାମ୍ବାଦିକ ମଧୁସୂଦନ ସାହୁ ଯୋଗ ଦେଇ ବାର୍ଷିକ କ୍ରୀଡ଼ାକୁ ଆନୁଷ୍ଟlନିକ ଭାବେ ଉଦଘାଟନ କରିଥିଲେ।
ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ମାନସ ରଞ୍ଜନ ସାମନ୍ତରାୟ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ ।
ଏହି ପ୍ରତିଯୋଗୀତରେ ୧୦୦,୨୦୦,୪୦୦ ମିଟର ଦୌଡ,ଲମ୍ବା ଡିଆ ଉଚ୍ଚଡିଆ , ଗୋଳ ଫିଙ୍ଗା, ଅଳୁ ଚାମଚ ଦୌଡ , ଗୋଲି ସଂଗ୍ରହ ବିଭିନ୍ନ ବିଭାଗରେ ୧୫୦ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ ଏହି କ୍ରୀଡାକୁ ବିଦ୍ୟାଳୟର ଆଚର୍ଯ୍ୟା ଲିପିକା ଦାସ, ଲକ୍ଷ୍ମୀ ପ୍ରିୟା ଦାସ,ସ୍ଵର୍ଣ୍ଣପ୍ରଭl ଦାସ,ଦିଲୀପ କୁମାର ଦାସ ଓ ଅନ୍ୟାନ୍ୟ ଗୁରୁଜୀ , ଗୁରୁମା ଓ ସେବିକା ସମସ୍ତଙ୍କ ସହଯୋଗରେ ବାର୍ଷିକ କ୍ରୀଡ଼ା ସଫଳଭାବେ ସମାପନ ହୋଇଯାଇ ଅଛି ।