July 16, 2025
Home » ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ର ବାର୍ଷିକ ଉତ୍ସବ

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ର ବାର୍ଷିକ ଉତ୍ସବ

0
WhatsApp Image 2024-12-22 at 9.54.30 PM

ପାରାଦୀପ: ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ପାରାଦୀପ ର ୩୨ ତମ ବାର୍ଷିକ ଉତ୍ସବ ମହାସମାରୋହରେ ଗତକାଲି ଜୟଦେବ ସଦନ ପରିସରରେ ଅନୁଷ୍ଠିତ ହୋଇଯାଇଛି।ପ୍ରଧାନ ଆଚାର୍ଯ୍ୟ ଧରଣୀଧର ପରିଡା ଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପାରାଦୀପ ବିଧାୟକ ତଥା ରାଜ୍ୟ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ର ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ସରୋଜ କୁମାର ହାତୀ, ସମ୍ପାଦକ, ଶିକ୍ଷା ବିକାଶ ସମିତି, ଓଡିଶା, ସମ୍ମାନିତ ଅତିଥି ଭାବେ ସାଂସଦ ବିଭୁ ପ୍ରସାଦ ତରାଇ, ନିରଞ୍ଜନ ଖୁଣ୍ଟିଆ, ସଭାପତି ବିଦ୍ୟାଳୟ ପରିଚାଳନା କମିଟି ଓ ସମ୍ପାଦକ ଦିଗାମ୍ବର ଖୁଣ୍ଟିଆ ପ୍ରମୁଖ ଯୋଗ ଦେଇଥିଲେ।ଆଗକୁ ଏହି ବିଦ୍ୟା ମନ୍ଦିର କିଭଳି ପାରାଦୀପ ଅଞ୍ଚଳରେ ଭଲ ବିଦ୍ୟାଳୟ ଭାବେ ଗଢି ଉଠିବ, ପିଲାମାନେ କିଭଳି ଶିକ୍ଷା କ୍ଷେତ୍ରରେ ରାଜ୍ୟ ରେ ନାଁ କରିବ।ସେ ସମ୍ପର୍କରେ ଉପସ୍ଥିତ ଅତିଥିମାନେ ମତ ରଖିଥିଲେ।ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀ ମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ।ଶେଷରେ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ପରିବେଷଣ କରାଯାଇଥିଲା।ଏଥିରେ ବିଦ୍ୟାଳୟ ର ସମସ୍ତ ଗୁରୁଜୀ ଗୁରୁମା ଙ୍କ ସହିତ ସମସ୍ତ ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକ ମାନେ ଉପସ୍ଥିତ ଥିଲେ।

ପାରାଦୀପ ଇପିଏ ରୁ ପ୍ରଶାନ୍ତ ଦାଶ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *