February 25, 2026
Home » ସର୍ବଭାରତୀୟ ରଙ୍ଗମଞ୍ଚରେ କେନ୍ଦୁଝରର ବର୍ଷା ଡ୍ୟାନ୍ସ କ୍ଲବ।

ସର୍ବଭାରତୀୟ ରଙ୍ଗମଞ୍ଚରେ କେନ୍ଦୁଝରର ବର୍ଷା ଡ୍ୟାନ୍ସ କ୍ଲବ।

0
WhatsApp Image 2025-11-05 at 11.35.19 PM

 

 

କେନ୍ଦୁଝର,:କଟକର ପ୍ରସିଦ୍ଧ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚରେ ଅନୁଷ୍ଠିତ ହୋଇଯାଇଥିବା ସର୍ବଭାରତୀୟ ନୃତ୍ୟ ସମାରୋହରେ କେନ୍ଦୁଝରର ସର୍ବ ପୁରାତନ ବର୍ଷା ନୃତ୍ୟ,ସଂଗୀତ ଓ ଅଭିନୟ ଅନୁଷ୍ଠାନର ପାଞ୍ଚ ଜଣ ନୃତ୍ୟ ଶିଳ୍ପୀ ଯୋଗ ଦେଇ ଅପୂର୍ବ ସଫଳତା ପାଇ ପ୍ରଶଂସା ସାଉଁଟିଛନ୍ତି। ଦେଶ ସାରାରୁ ଶହ ଶହ ନୃତ୍ୟ ଶିଳ୍ପୀ ଏହି ସମାରୋହରେ ଯୋଗ ଦେଇଥିଲେ।

କେନ୍ଦୁଝର ନୃତ୍ୟ ଶିଳ୍ପୀମାନେ ପାରମ୍ପରିକ ଓଡିଶୀ ନୃତ୍ୟ ସହ ଆଞ୍ଚଳିକ ଓ ଆଦିବାସୀ ନୃତ୍ୟ ପ୍ରଦର୍ଶନ କରିଥିଲେ। ସେଠାରେ ଉପସ୍ଥିତ ବିଶିଷ୍ଟ ଶିଳ୍ପୀ ତଥା ବିଜ୍ଞ ଜଜ ମାନେ ଏହିସବୁ ନୃତ୍ୟ ଦେଖି ବିମୋହିତ ହୋଇ ଖୁବ ଉଚ୍ଚ ପ୍ରଶଂସା କରିଥିଲେ। ନୃତ୍ୟ ଶ୍ରୀ ସ୍ମୃତି ରେଖା ନାୟକ, ଗୁରୁ ଦାସ ଓ ଶ୍ଵେତା ଦାସ ନୃତ୍ୟ ନିର୍ଦ୍ଦେଶନା ଦେଇ ମାର୍ଗଦର୍ଶନ କରିଥିଲେ। ସମାରୋହରେ ନୃତ୍ୟ ଶିଳ୍ପୀ ମାନଙ୍କୁ ନୃତ୍ୟ ଶ୍ରୀ ଓ ଗୁରୁ ମାନଙ୍କୁ ନୃତ୍ୟ ରତ୍ନ ସମ୍ମାନ ପ୍ରଦାନ କରାଯାଇଥିଲା। ଜୀବନ ବ୍ୟାପୀ ନୃତ୍ୟ ସଂଗୀତ ଓ କଳାର ବିକାଶ ଲାଗି ନିଜ ଜୀବନ ଉର୍ତ୍ସଗ କରିଥିବା ଗୁରୁ ଶ୍ରୀ ଗୁରୁ ଦାସଙ୍କୁ ବିଶେଷ ଭାବେ ଧନ୍ୟବାଦ ଅର୍ପଣ କରି ସମ୍ମାନୀତ କରାଯାଇଥିଲା।

କେନ୍ଦୁଝର ରୁ ରୂପା ପିଲ୍ଲାଇଙ୍କ ରିପୋର୍ଟି (ଇପିଏ)ଇଷ୍ଟର୍ନ ପ୍ରେସ

Leave a Reply

Your email address will not be published. Required fields are marked *