September 23, 2026
Home » ସର୍ବୋଚ୍ଚ ସୀମାରେ ଇନ୍ଦ୍ରାବତୀରୁ ବିଦ୍ୟୁତ୍ ଉତ୍ପାଦନ।

ସର୍ବୋଚ୍ଚ ସୀମାରେ ଇନ୍ଦ୍ରାବତୀରୁ ବିଦ୍ୟୁତ୍ ଉତ୍ପାଦନ।

0
WhatsApp Image 2026-09-23 at 2.38.33 PM

ସାତବର୍ଷ ପରେ ଜଳଭଣ୍ଡାରର ଗୋଟିଏ ଗେଟ୍ ଖୋଲିଲା….
କଳାହାଣ୍ଡି : ସାମ୍ଭାବ୍ୟ ଲଘୁ ଚାପ ଜନିତ ବର୍ଷାକୁ ଦୃଷ୍ଟିରେ ରଖ୍ ଇନ୍ଦ୍ରାବତୀ କର୍ତ୍ତୃପକ୍ଷଜଳଭଣ୍ଡାରର ଗୋଟିଏ ଗେଟ ଖୋଲି ଇନ୍ଦ୍ରାବତୀ ନଦୀ ଗର୍ଭକୁ ପାଣି ଛଡ଼ିଛନ୍ତି। ବର୍ତ୍ତମାନ ବିଦ୍ୟୁତ୍ ଉତ୍ପାଦନ ମଧ୍ୟ ସର୍ବୋଚ୍ଚ ସୀମାକୁ ଲଂଘି ୬୦୩ ମେଗାୱାଟ ଉତ୍ପାଦନହେଉଥ‌ିବା ଜଣାପଡ଼ିଛି ।ସୁଚନା ଅନୁଯାୟୀ,ଇନ୍ଦ୍ରାବତୀ ଜଳଭଣ୍ଡାରସର୍ବୋଚ୍ଚ ସୀମା ୬୪୨ମିଟର ରହିଥିବାବେଳେ ଗତ ରବିବାର ଦିନ ଜଳସ୍ତର ୬୪୦.୨୮୦ମି ପହଞ୍ଚିବା ପରେ ଅପରାହ୍ନ ୪.୩୦ରେ ମୁଖ୍ୟ ଜଳଭଣ୍ଡାରର ଗୋଟିଏ ଗେଟ ଖୋଲି ପ୍ରତି ସେକେଣ୍ଡରେ ୭୨ଘନ ମିଟର ପାଣି ଇନ୍ଦ୍ରାବତୀ ନଦୀ ଗର୍ଭକୁ ଛଡ଼ାଯାଇଛି।

ସମ୍ଭାବ୍ୟ ଲଘୁଚାପ ଜନିତ ବର୍ଷାକୁ ନଜରରେ ରଖି ଏଭଳି ପ୍ରତିରକ୍ଷା ମୂଳକ ପଦକ୍ଷେପ ନିଆଯାଇଥିବା ମୁଖ୍ୟଯନ୍ତ୍ରୀ ପ୍ରକାଶ କରିଛନ୍ତି। ଏଥି ସହିତ ମୁଖୁଗୁଡ଼ା ସ୍ଥିତ ଶକ୍ତିଗୃହରୁମଧ୍ୟ ସର୍ବୋଚ୍ଚ ସୀମାକୁ ଅତିକ୍ରମ କରି ୬୦୩ ମେଗାଓ୍ବାଟ ବିଦ୍ୟୁତ ଉତ୍ପାଦନ କରାଯାଉଥ‌ିବା ତଥ୍ୟ ସାମ୍ନାକୁ ଆସିଛି।ସାତ ବର୍ଷ ପୂର୍ବରୁ ଅର୍ଥାତ ୧୬ଅଗଷ୍ଟ ୨୦୧୯ରେ ଶେଷଥର ପାଇଁ ଜଳଭଣ୍ଡାରରୁ ପାଣି ଛଡ଼ାଯାଇଥିଲା।ନଦୀଗର୍ଭକୁ ପାଣି ଛଡ଼ାଯିବା ସମୟରେ ସମସ୍ତ ନବରଙ୍ଗପୁର ଜିଲ୍ଲାର ତଳି ଅଞ୍ଚଳକୁ ସତର୍କ ସୂଚନା ଦିଆଯାଇଥିବା ପ୍ରକାଶ। ଏବେ ଦୁଇ ଦିନ ହେଲା ତୁହାକୁ ତୁହା ବର୍ଷା ଜାରି ରହିଛି।ବର୍ଷାର ପରିମାଣ ଅଧ‌ିକ ହେଲେ ଜଳଭଣ୍ଡାରରୁ ଅଧିକ ପାଣି ଛଡ଼ାଯାଇ ପାରେ ବୋଲି ଚର୍ଚ୍ଚା ହେଉଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Leave a Reply

Your email address will not be published. Required fields are marked *