February 23, 2026
Home » ସହରରେ ଭିକମାଗୁଥିବା ୫ ଶିଶୁ ଙ୍କୁ ଉଦ୍ଧାର କଲା ଚାଇଲ୍ଡ ହେଲ୍ପ ଲାଇନ

ସହରରେ ଭିକମାଗୁଥିବା ୫ ଶିଶୁ ଙ୍କୁ ଉଦ୍ଧାର କଲା ଚାଇଲ୍ଡ ହେଲ୍ପ ଲାଇନ

0
WhatsApp Image 2025-02-06 at 4.37.54 PM

ସୋନପୁର ସହରର ବିଭିନ୍ନ ସ୍ଥାନରୁ ଭିକ ମାଗୁଥିବା ୫ ଜଣ ଶିଶୁଙ୍କୁ ଶ୍ରୀ ସୁଜିତ କୁମାର ମିଶ୍ର, ଜିଲ୍ଲା ପ୍ରକଳ୍ପ ସଂଯୋଜକ , ଚାଇଲ୍ଡ ହେଲ୍ପ ଲାଇନ, ସୁବର୍ଣ୍ଣପୁର ଙ୍କ ନେତୃତ୍ୱରେ ଏବଂ ସୋନପୁର ପୋଲିସର ସହାୟତାରେ ଶିଶୁ ମାନଙ୍କୁ ଉଦ୍ଧାର କରି ଶିଶୁ ମଙ୍ଗଳ ସମିତି ରେ ଉପସ୍ଥାପନ କରିଥିଲେ l ସମିତି ଶିଶୁ ମାନଙ୍କ ପିତା ମାତା ଙ୍କୁ ଡକାଇ ଉପଯୁକ୍ତ ପରାମର୍ଶ କ୍ରମେ ପିତା ମାତା ମାନେ ତାଙ୍କ କୋମଳ ମତି ଶିଶୁଙ୍କୁ ଭିକ୍ଷା ବୃତ୍ତିରୁ ନିବୃତ କରିବା ସହ ଉପଯୁକ୍ତ ଯତ୍ନ ନେବା ପାଇଁ ପ୍ରତିଶ୍ରୁତି ଦେଇ କାଗଜ ପତ୍ର ରେ ଦସ୍ତଖତ କଲାପରେ ତାଙ୍କୁ ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷ ଶଙ୍କର୍ଷଣ ପଣ୍ଡା, ସଭ୍ୟ ଶାନ୍ତନୁ କୁମାର କର୍ଣ୍ଣ ଓ ସଭ୍ୟ ହେମନ୍ତ କୁମାର ସା ଙ୍କ ସହିତ ଶିଶୁ ସୁରକ୍ଷା ୟୁନିଟ୍ ର ବିଜୟ କୁମାର ବିଶ୍ବାଳ, ପ୍ରଶାନ୍ତ କୁମାର ମହାକୁର, ଚାଇଲ୍ଡ ହେଲ୍ପ ଲାଇନ ର ସୁଧୀର କୁମାର ଦାସ, ରୋଜି ସା ପ୍ରମୁଖ ଙ୍କ ଉପସ୍ଥିତି ରେ ଶିଶୁ ମାନଙ୍କୁ ତାଙ୍କ ପରିବାରକୁ ହସ୍ତାନ୍ତର କରିଥିଲେ। ପ୍ରକାଶ ଥାଉକି ଉକ୍ତ ପରିବାର ବେପାର କରିବା ପାଇଁ ବିଭିନ୍ନ ଜିଲ୍ଲା ତଥା ବିଭିନ୍ନ ରାଜ୍ୟରୁ ଆସି କୋମଳ ମତି ଶିଶୁ ମାନଙ୍କ ଭବିଷ୍ୟତ କୁ ଅନ୍ଧାରକୁ ଠେଲି ଦେଉଛନ୍ତି । ଏଥି ପ୍ରତି ପ୍ରଶାସନ ଦୃଷ୍ଟି ଦେଇ ଉକ୍ତ ପରିବାରକୁ ଥଇଥାନର ବ୍ୟବସ୍ଥା ପାଇଁ ସର୍ବ ସାଧାରଣ ରେ ଦାବି ହେଉଛି l

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *