July 1, 2025
Home » ସହିଦ ମାଟିରେ ସ୍ମରଣେ କବି, ଲେଖକ ସମ୍ମିଳନୀ ଓ ସମ୍ବର୍ଦ୍ଧିତ ସମ୍ମିଳନୀ ଅନୁଷ୍ଠିତ

ସହିଦ ମାଟିରେ ସ୍ମରଣେ କବି, ଲେଖକ ସମ୍ମିଳନୀ ଓ ସମ୍ବର୍ଦ୍ଧିତ ସମ୍ମିଳନୀ ଅନୁଷ୍ଠିତ

0
WhatsApp Image 2024-11-03 at 3.40.19 PM

ନବରଙ୍ଗପୁର ଜିଲ୍ଲାର ତା:୩.୧୧.୨୪ ରିଖ ଆଜି ମାଟି ଲଗ୍ନl ସାହିତ୍ୟ ସଂସଦ ଆନୁକୁଲ୍ୟରେ ରକ୍ତ ତୀର୍ଥ ପାପଡାହାଣ୍ଡି ସହିଦ ମାଟିରେ ସ୍ମରଣେ କବି ଓ ଲେଖକ ସମ୍ମିଳନୀ ଓ ସମ୍ବର୍ଦ୍ଧିତ ସମ୍ମିଳନୀ ଓଡ଼ିଶା ସହିଦ ପରିବାରର ରାଜ୍ଯ କାର୍ଯ୍ୟକାରୀ ସଭାପତି ମୁନା ତ୍ରିପାଠୀଙ୍କ ପୃଷ୍ଠପୋଷକତାରେ ଅନୁଷ୍ଠିତ ହୋଇଯାଇଛି । ରକ୍ତ ତୀର୍ଥ ପାପଡାହାଣ୍ଡି ସହିଦ ମାଟିରେ ଓଡିଶାର ବିଭିନ୍ନ ଜିଲ୍ଲାରୁ ଲେଖକ ଲେଖିକା ଉପସ୍ଥିତ ରହି ପ୍ରଥମ ଥର ପାଇଁ ସହିଦ ମାନଙ୍କ ସ୍ମୃତିରେ ହୃଦୟସ୍ପର୍ଶୀ ସ୍ବରଚିତ କବିତା ପାଠ କରିଥିଲେ ।


ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ମାନ୍ୟବର ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଉପସ୍ଥିତ ରହି ବିଭିନ୍ନ ସ୍ତରରେ ଉଲ୍ଲେଖନୀୟ କାର୍ଯ୍ୟ କରୁଥିବା ୧୩୦ ପ୍ରତିଭାବାନ ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହି ପରିପ୍ରେକ୍ଷୀରେ ଚାରୋଟି ପୁସ୍ତକ ରାଧା କୃପା, ମାଟି ଲଗ୍ନl କାକୁକ୍ତି ଏବଂ ମାଆ ଉନ୍ମୋଚିତ ହୋଇଥିଲା ।

ଏଥିରେ ମାଟି ଲଗ୍ନl ସାହିତ୍ୟ ସଂସଦର ରାଜ୍ଯ ସଭାପତି କିଶୋର ଚନ୍ଦ୍ର ପ୍ରଧାନ ଉପଦେଷ୍ଟା ଡଃ କିଶୋର ଚନ୍ଦ୍ର ତ୍ରିପାଠୀ, ଉପଦେଷ୍ଟା ନରସିଂହ ପ୍ରସାଦ ନାୟକ, ସାଧାରଣ ସମ୍ପାଦକ ଶୁଭ୍ରାଂଶୁ ଶେଖର ପାଢି, ନବରଙ୍ଗପୁର ଜିଲ୍ଲାର ପରିଚାଳିକା ସ୍ଵର୍ଣ୍ଣଲତା ପଟ୍ଟନାୟକ, ଅଧ୍ୟାପିକା ଚନ୍ଦନା ମଲ୍ଲିକ, ଓଡିଶା ରାଜସ୍ଵ ଅମଲା ସଂଘର ରାଜ୍ଯ ସଭାପତି ତ୍ରିପତି ବାଲାଜୀ ସାହୁ, ସମ୍ପାଦକ ଜୟନ୍ତ ମହାଳିକ, ରାଷ୍ଟ୍ରୀୟ ସମ୍ପାଦକ ସମୀର କୁମାର ମହାପାତ୍ର, କାର୍ଯ୍ୟକାରୀ ସଭାପତି ଗୋଦାବରିଶ ଦାସ, ଆଇନଜୀବୀ ରାମ ପ୍ରସାଦ ପାତ୍ର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

ରିପୋର୍ଟ: ନବରଙ୍ଗପୁର ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *