ସାଇବାବାଙ୍କ ବିଗ୍ରହ ପ୍ରତିଷ୍ଠାର ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ।

ବ୍ରହ୍ମପୁର;ସ୍ଥାନୀୟ ଗୋଶାଣୀନୂଆଗାଁ ସ୍ଥିତ ଓମ ବିହାର ଠାରେ ଶିରିଡି ସାଇବାବା ଟ୍ରଷ୍ଟ ପକ୍ଷରୁ ନିର୍ମିତ ନୂତନ ଶିରିଡି ସାଇବାବାଙ୍କ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠାର ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଛି।
ଠିକ ବିଗତ ବର୍ଷ ଆଜିର ତିଥିରେ ମନ୍ଦିର ପ୍ରତିଷ୍ଠା ସହ ଶିରିଡ଼ି ସାଇବାବା ବିଗ୍ରହ ସ୍ଥାପନା ହୋଇଥିଲା।ଆଜି ପ୍ରାତଃ ସମୟରେ ପୂଜକଙ୍କ ଦ୍ୱାରା ସ୍ଵତନ୍ତ୍ର ରୀତିନୀତି ଅନୁସାରେ ସାଇ ବାବା ପୂଜାର୍ଚ୍ଚନା କରାଯାଇ ଆଳତି ଏବଂ ଶୁଖିଲା ଭୋଗ ଲାଗି ହୋଇଥିଲା।ପରବର୍ତ୍ତି ସମୟରେ ଦୀନତମାମ କାର୍ଯ୍ୟସୂଚୀ ଅନୁଯାୟୀ ସମସ୍ତ ପୂଜା ଅନୁଷ୍ଠିତ ହୋଇଛି।
ବାର୍ଷିକ ଉତ୍ସବ ଅବସରରେ ଭକ୍ତ ଶ୍ରଦ୍ଧାଳୁଙ୍କ ପ୍ରସାଦ ସେବନ ନିମନ୍ତେ ଆନନ୍ଦ ବଜାର ବ୍ୟବସ୍ଥା ରହିଛି। ଦଶହଜାରରୁ ଉର୍ଦ୍ଧ ଶ୍ରଦ୍ଧାଳୁ ମଧ୍ୟାହ୍ନ ଓ ରାତ୍ର ଭୋଜନରେ ସାମିଲ ହୋଇଛନ୍ତି।ସ୍ଥାନୀୟ ଅଞ୍ଚଳର ବହୁ ସ୍ବେଛାସେବୀ ପ୍ରାସାଦ ବଣ୍ଟନରେ ସହଯୋଗ କରିଥିଲେ।
ଶିରିଡ଼ି ସାଇବାବା ମନ୍ଦିର ଟ୍ରଷ୍ଟି ଲୋହିତ କୁମାର ମଙ୍ଗରାଜଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଥିବା ବେଳେ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ସମେତ ସାଇ ବାବାଙ୍କ ଅନେକ ଭକ୍ତବୃନ୍ଦ ଉପସ୍ଥିତ ରହିଥିଲେ।
ବ୍ରହ୍ମପୁର ଇପିଏ ରୁ ଓ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ