ସାଗରପାଲି ରାବଣ ଦରବାର ର ଚତୁର୍ଥ ସନ୍ଧ୍ୟା :
ହନୁମାନ ସୀତାମାତାଙ୍କ ସନ୍ଧାନ ରେ ଲଙ୍କାରେ ପହଞ୍ଚି ଲଙ୍କା ଦହନ କଲେ l
ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜ଼ିଲ୍ଲା ସୋନପୁର ବ୍ଲକ ମଲ୍ଲିକମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ସାଗରପାଲି ଗ୍ରାମ ରେ ଶାରଦୀୟ ଦୁର୍ଗାପୂଜା ଉପଲକ୍ଷେ ଚାଲିଛି ରାବଣ ଦରବାର l ତୃତୀୟ ସନ୍ଧ୍ୟା ରେ ରାବଣ ମହାରାଜ ନଗର ପରିଭ୍ରମଣ କରି ଦରବାର କୁ ପହଞ୍ଚି ତାଙ୍କ ଆରାଧ୍ୟ ମହାଦେବ ଙ୍କୁ ବନ୍ଦନା କରି ରାଜସଭା କାର୍ଯ୍ୟ ଆରମ୍ଭ କରିଥିଲେ l ଚତୁର୍ଥ ସନ୍ଧ୍ୟାରେ ସୀତାଙ୍କ ବିରହରେ ରାମଙ୍କ ଶୋକ, ହନୁମାନ ଏବଂ ରାମଙ୍କ ମିଳନ, ବାଲି ବଦ୍ଧ, ବିଭୀଷଣ ସରଣାପନ୍ନ ଆଦି ଚିତ୍ତାକର୍ଷକ ଦୃଶ୍ୟ ଦେଖି ଦର୍ଶକ ବିଭୋର ହୋଇ ପଡ଼ିଥିଲେ l ଦରବାର ରେ ବିଭିନ୍ନ ସାଂକୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା l ମୁଖ୍ୟ ଅତିଥି ଭାବେ ସାଂସଦ ପ୍ରତିନିଧି ସାନନ୍ଦ କୁମାର ମେହେର,ସମ୍ମାନିତ ଅତିଥି ଭାବେ ଆନନ୍ଦ ଶତପଥି,ଭାଇସ ଚେୟାରମେନ ସୋନପୁର ବ୍ଲକ, ଶ୍ରୀଯୁକ୍ତ କରମଚାନ୍ଦ ମହାନ୍ତି ବିଶିଷ୍ଟ ସମାଜ ସେବୀ,ସଂଜୀବ ମିଶ୍ର ସମିତି ସଭ୍ୟ ଖାରୀ ଗ୍ରାମପଞ୍ଚାୟତ,ମନୁରାଜ କର୍ମୀ ସମିତି ସଭ୍ୟ ହରଡ଼ଖୋଲ ଗ୍ରାମପଞ୍ଚାୟତ,ପ୍ରହଲ୍ଲାଦ ବେହେରା ସମିତି ସଭ୍ୟ ରେଙ୍ଗାଲି
ଗ୍ରାମପଞ୍ଚାୟତ,ଚନ୍ଦନ ନାଏକ ସରପଞ୍ଚ ମୟୁରଉଡାଣ ଗ୍ରାମପଞ୍ଚାୟତ,ଗଜପତି ସୁନା ସରପଞ୍ଚ ପ୍ରତିନିଧି ବିଶିମୁଣ୍ଡା,ଜ୍ୟୋତି ରଞ୍ଜନ ନାଏକ, ସମିତି ସଭ୍ୟ ଲଛିପୁର ଗ୍ରାମପଞ୍ଚାୟତ, ଅଶୋକ ଜେନା ସମାଜସେବୀ ତଥା ଏକ୍ସ ଜ଼ିଲ୍ଲା ପରିଷଦ l ମୀନାବଜାର ରେ ଲୋକଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା l ଏହି କାର୍ଯ୍ୟକ୍ରମ ରେ ସାଗରପାଲି ଦୁର୍ଗାପୂଜା କମିଟି ର ସମସ୍ତ ସଦସ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
